Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ମାଟ୍ରିକ ପରୀକ୍ଷା: ୯ଟା ୩୦ ପର୍ୟ୍ୟନ୍ତ ସେଣ୍ଟରକୁ ଆସିଲେ ପରୀକ୍ଷା ଦେଇପାରିବେ ଛାତ୍ରଛାତ୍ରୀ

    Share on :
    ajab-Image
    Date: Feb 17, 2026    Views: 3291

    କଟକ: ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ମାଟ୍ରିକ ପରୀକ୍ଷା ଗୁରୁବାରରୁ ଆରମ୍ଭ ହେବ। ରାଜ୍ୟରେ ୫ ଲକ୍ଷ ୬୧ ହଜାର ୯୭୯ ଛାତ୍ରଛାତ୍ରୀ ଚଳିତବର୍ଷ ମାଟ୍ରିକ ପରୀକ୍ଷା ଦେବେ। ଏଥିପାଇଁ ୩୦୮୨ଟି ପରୀକ୍ଷା କେନ୍ଦ୍ରର ବ୍ୟବସ୍ଥା କରାଯାଇଛି। ପ୍ରତିଦିନ ଗୋଟିଏ ସିଟିଂରେ ପୂର୍ବାହ୍ଣ ୯ଟାରୁ ୧୧ଟା ୩୦ ମିନିଟ ପର୍ୟ୍ୟନ୍ତ ପରୀକ୍ଷା କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ପରୀକ୍ଷା ସୂଚାରୁ ରୂପେ ପରିଚାଳନା ପାଇଁ ବୋର୍ଡ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି। ବୋର୍ଡ ସଭାପତି କହିଛନ୍ତି ୯ଟା ୩୦ ପର୍ୟ୍ୟନ୍ତ ସେଣ୍ଟରକୁ ଆସିଲେ ଛାତ୍ରଛାତ୍ରୀମାନେ ପରୀକ୍ଷା ଦେଇପାରିବେ। ପୂର୍ବରୁ ୯ଟା ୧୫ ମିନିଟ୍ ପର୍ୟ୍ୟନ୍ତ ସମୟ ଧାର୍ୟ୍ୟ ହୋଇଥିଲା। ଏଥିରେ ଆଉ ୧୫ ମିନିଟ୍ ବୃଦ୍ଧି କରାଯାଇଛି କହିଲେ ବୋର୍ଡ ସଭାପତି। କପି ଯୋଗାଇଲେ କିମ୍ବା କିଛି ଅନିୟମିତତା କଲେ କଡ଼ା କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ।

    ସେପଟେ ବୋର୍ଡ ପକ୍ଷରୁ ଚଳିତବର୍ଷ ୩୭ଟି ସ୍ବତନ୍ତ୍ର ସ୍କ୍ବାଡ୍‌ ଗଠନ କରାଯାଇଛି। ପ୍ରତି ସ୍କ୍ବାଡ୍‌ରେ ୨ ଜଣ ଲେଖାଏଁ ସଦସ୍ୟ ରହିଛନ୍ତି। ସେହିପରି ସମସ୍ତ ପରୀକ୍ଷା କେନ୍ଦ୍ରର ଅଧୀକ୍ଷକ ଏବଂ ନିରୀକ୍ଷକଙ୍କ ପାଇଁ ମାର୍ଗଦର୍ଶିକା ଜାରି କରାଯାଇଛି। ପରୀକ୍ଷା କେନ୍ଦ୍ରରେ କେଉଁ କେଉଁ ସୁବିଧା ରହିବ, ପ୍ରଶ୍ନପତ୍ର ଏବଂ ଉତ୍ତରଖାତା କିଭଳି ନିର୍ଦ୍ଧାରିତ ସମୟ ଅନୁଯାୟୀ ପହଞ୍ଚିବ, ସେଥିପାଇଁ କରାଯାଇଥିବା ବ୍ୟବସ୍ଥାକୁ ଅନୁପାଳନ ନିମନ୍ତେ କୁହାଯାଇଛି। ଗତ ୧୦ ତାରିଖଠାରୁ ନୋଡାଲ ସେଣ୍ଟରଗୁଡିକୁ ବୋର୍ଡ ମୁଖ୍ୟ କାର୍ୟ୍ୟାଳୟରୁ ପ୍ରଶ୍ନପତ୍ର ପଠା କାର୍ୟ୍ୟ ଆରମ୍ଭ ହୋଇଥିଲା। ଆଜି ସବୁ ନୋଡାଲ କେନ୍ଦ୍ରରେ ପ୍ରଶ୍ନପତ୍ର ପହଞ୍ଚିବା ନେଇ ସୂଚନା ମିଳିଛି।

    ସୂଚନା ମୂତାବକ ରାଜ୍ୟରେ ୫ ଲକ୍ଷ ୬୧ ହଜାର ୯୭୯ ଛାତ୍ରଛାତ୍ରୀ ଚଳିତବର୍ଷ ମାଟ୍ରିକ ପରୀକ୍ଷା ଦେବେ। ଏଥିପାଇଁ ୩୦୮୨ଟି ପରୀକ୍ଷା କେନ୍ଦ୍ରର ବ୍ୟବସ୍ଥା କରାଯାଇଛି। ପ୍ରତିଦିନ ଗୋଟିଏ ସିଟିଂରେ ପୂର୍ବାହ୍ଣ ୯ଟାରୁ ୧୧ଟା ୩୦ ମିନିଟ ପର୍ୟ୍ୟନ୍ତ ପରୀକ୍ଷା କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ପ୍ରଶ୍ନପତ୍ର ପ୍ୟାକେଟ ଖୋଲିବା ବେଳେ ଉପସ୍ଥିତ ରହିବା ଏବଂ ଯେଭଳି କେହି ପରୀକ୍ଷା କେନ୍ଦ୍ରକୁ ମୋବାଇଲ ଫୋନ ନ ନିଅନ୍ତି କିମ୍ବା କୌଣସି ବିଭ୍ରାଟ ନ ହେବ ସେଥିପ୍ରତି ଅଧୀକ୍ଷକ ସତର୍କ ରହିବେ। ଏଥିସହ ପ୍ରତିଦିନ ପରୀକ୍ଷା ଶେଷ ପରେ ଅଧୀକ୍ଷକ ବୋର୍ଡକୁ ରିପୋର୍ଟ ଦେବେ ବୋଲି ଜଣାପଡ଼ିଛି।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook