ମୁଖ୍ୟ ଖବର
ଭୁବନେଶ୍ୱର : ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶ ପାଇଛି । ଏଥିରେ ଖୋର୍ଦ୍ଧା ଜିଲ୍ଲାର ପରୀକ୍ଷା ଫଳ ହାର ୯୭.୩୧% ହୋଇଛି । ୨.୬୯% ପିଲା ଫେଲ୍ ହୋଇଛନ୍ତି । ଜିଲ୍ଲା ଏ-୧ ଓ ଏ-୨ ରେଜଲ୍ଟରେ ରାଜ୍ୟର ଚତୁର୍ଥ ସ୍ଥାନ ଅଧିକାର କରିଛି । ପାସ୍ ହାର ଅନୁସାରେ ଜିଲ୍ଲା ରାଜ୍ୟରେ ଦଶମ ସ୍ଥାନରେ ରହିଛି । ଅନ୍ୟପଟେ ଗତବର୍ଷଠୁ ଏବର୍ଷ ଅଧିକ ସଂଖ୍ୟାରେ ଏ-୧ ଗ୍ରେଡ୍ ହାସଲ କରିଛନ୍ତି ଶିକ୍ଷାର୍ଥୀ । ଗତବର୍ଷ ୧୬୪ ଜଣ ଶିକ୍ଷାର୍ଥୀ ଏ-୧ ପାଇଥିବା ବେଳେ ଚଳିତବର୍ଷ ୧୭୫ ଜଣ ଏ-୧ ପାଇଛନ୍ତି । ଅନ୍ୟପଟେ ପାସ୍ ହାରରେ .୬୭ ଧ ହ୍ରାସ ହୋଇଛି । ଖୋର୍ଦ୍ଧା ଜିଲ୍ଲାର ୩୩୮ଟି ହାଇସ୍କୁଲରୁ ମୋଟ ୨୭ ହଜାର ୧୩୭ ଜଣ ପରୀକ୍ଷା ପାଇଁ ଫର୍ମ ପୂରଣ କରିଥିଲେ । ଏଥିରୁ ୨୬ ହଜାର ୯୦୭ ଜଣ ପରୀକ୍ଷା ଦେଇଥିବା ବେଳେ ୨୩୦ ଜଣ ଅନୁପସ୍ଥିତ ଥିଲେ । ରେଜଲ୍ଟ ପ୍ରକାଶ ପାଇଥିବା ବେଳେ ଜିଲ୍ଲାରୁ ୧୭୫ ଜଣ ଏ-୧ (୦.୬୫%) ରେଜଲ୍ଟ କରିଛନ୍ତି ।
ସେହିପରି ଏ-୨ରେ ୭୯୨ (୨.୯୪%) ଜଣ ରହିଛନ୍ତି । ବି-୧ରେ ୨୨୪୭ (୮.୩୫%)ଜଣ ଥିବା ବେଳେ ବି-୨ରେ ୪୭୮୦ (୧୭.୭୬%) ଜଣ ଅଛନ୍ତି । ସି ଗ୍ରେଡ୍ରେ ୭୨୦୦ (୨୬.୭୬%), ଡିରେ ୭୧୮୪(୨୬.୭୦%), ଇରେ ୩୫୮୧ (୧୩.୩୧%)ଜଣ ଅଛନ୍ତି । ୭୧୮ଜଣ (୨.୬୯%) ଏଫ୍ ଗ୍ରେଡ୍ ଅର୍ଥାତ୍ ଫେଲ୍ ହୋଇଛନ୍ତି । ଜିଲ୍ଲା ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁଯାୟୀ, ଏ-୧ ରେଜଲ୍ଟରେ ଖୋର୍ଦ୍ଧା ଜିଲ୍ଲା ରାଜ୍ୟର ଚତୁର୍ଥ ସ୍ଥାନରେ ରହିଛି । ସେହିପରି ଏ-୨ରେ ମଧ୍ୟ ଚତୁର୍ଥ ସ୍ଥାନରେ ଅଛି ।
ମୋଟ ପାସ୍ ହାରରେ ରାଜ୍ୟର ଦଶମ ସ୍ଥାନରେ ରହିଛି ଖୋର୍ଦ୍ଧା ଜିଲ୍ଲା । ଗତ ୩ ବର୍ଷ ରେଜଲ୍ଟ ଦେଖିବାକୁ ଗଲେ, ୨୦୨୩ ମସିହାରେ ୨୫ ହଜାର ୭୧୪ ଜଣ ପାସ୍ କରିଥିବା ବେଳେ ପାସ୍ ହାର ୯୬.୪୦% ଥିଲା । ସେ ବର୍ଷ ୨୮୮ ଜଣ ଏ-୧ ଗ୍ରେଡ୍ରେ ଉତ୍ତୀର୍ଣ୍ଣ ହୋଇଥିଲେ । ସେହିପରି ୨୦୨୪ ମସିହାରେ ୨୭ ହଜାର ୫୮୧ଜଣ ପାସ୍ ହୋଇଥିବା ବେଳେ ରେଜଲ୍ଟ ୯୬.୨୬% ହୋଇଥିଲା । ୧୬୪ ଜଣ ଏ-୧ ଗ୍ରେଡ୍ରେ ପାସ୍ ହୋଇଥିଲେ । ଏବର୍ଷ ଏ-୧ରେ ୧୭୫ଜଣ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ମୋଟ ପାସ୍ ହାର ୯୭.୩୧% ରହିଛି ।
Comments ସମସ୍ତ ମତାମତ