ମୁଖ୍ୟ ଖବର
ବିଶ୍ୱର ସବୁ ଦେଶରେ ଫୁଟବଲ ବେଶ ଲୋକପ୍ରିୟ । ଏହାର ଲୋକପ୍ରିୟତା ଆଜି ନୁହଁ, ବହୁ ବର୍ଷ ପୂର୍ବରୁ ରହି ଆସିଛି । ଫୁଟବଲକୁ ଆହୁରି ସଙ୍ଗଠିତ ଓ ଲୋକପ୍ରିୟ କରାଇବା ନେଇ ୧୯୦୪ ମେ’ ମାସ ୨୧ ତାରିଖରେ ଗଢ଼ା ହୋଇଥିଲା ‘ଫିଫା’ ବା ଯାହାକୁ ଅନ୍ତର୍ଜାତୀୟ ଫୁଟବଲ ମହାସଂଘ ବୋଲି କହୁଛୁ । ଦୀର୍ଘ ୨୬ ବର୍ଷ ପରେ ବିଶ୍ୱକପ ଆୟୋଜନ ନେଇ ନିଷ୍ପତ୍ତି ନେଇଥିଲା । ପ୍ରଥମ ବିଶ୍ୱକପ ୧୯୩୦ରେ ଅନୁଷ୍ଠିତ ହୋଇଥିଲା । ସେବେଠାରୁ ପ୍ରତି ୪ବର୍ଷରେ ବିଶ୍ୱକପ ଆୟୋଜିତ ହୋଇ ଆସୁଛି । ଦ୍ୱିତୀୟ ବିଶ୍ୱକପ ଯୋଗୁ ଦୁଇଟି ସଂସ୍କରଣ ବାଧାପ୍ରାପ୍ତ ହୋଇଥିଲା ।
ଉରୁଗୁଏ ପ୍ରଥମ ଆୟୋଜକ: ଫିଫାର ଅନ୍ତର୍ଜାତୀୟ ଗଭର୍ଣ୍ଣିଂ ବଡି ଉରୁଗୁଏକୁ ପ୍ରଥମ ବିଶ୍ୱକପ ଆୟୋଜନ ଅଧିକାର ପ୍ରଦାନ କରିଥିଲା । ଉରୁଗୁଏ ମଧ୍ୟ ପ୍ରଥମ ସଂସ୍କରଣକୁ ସଫଳତାର ସହ ଆୟୋଜନ କରି ପ୍ରଥମ ବିଶ୍ୱ ଚାମ୍ପିଅନ ହେବାର ସୌଭାଗ୍ୟ ପାଇଥିଲା । ଇଟାଲୀ, ସ୍ୱିଡେନ, ନେଦରଲ୍ୟାଣ୍ଡ, ସ୍ପେନ, ହଙ୍ଗେରୀ ଓ ଉରୁଗୁଏ ବିଶ୍ୱକପ ଆୟୋଜନ ନେଇ ବିଡ୍ ଆହ୍ୱାନ କରିଥିଲେ ।
ଜୁଲାଇ ୧୩ରୁ ୩୦ ପ୍ରତିଯୋଗିତା: ୧୯୩୦, ଜୁଲାଇ ୧୩ରୁ ବିଶ୍ୱକପ ଆରମ୍ଭ ହୋଇ ୩୦ ତାରିଖ ପର୍ଯ୍ୟନ୍ତ ଚାଲିଥିଲା । ୧୮ଦିନ ଧରି ଚାଲିଥିବା ପ୍ରତିଯୋଗିତାରେ ବିଶ୍ୱର ମୋଟ ମୋଟ ୧୩ଟି ଦଳ ଅଂଶ ଗ୍ରହଣ କରିଥିଲେ ।
ସେମି ଫାଇନାଲ: ପ୍ରତି ଗ୍ରୁପର ଶେଷ୍ଠ ଦଳ ସେମି ଫାଇନାଲରେ ପ୍ରବେଶ କରିଥିଲେ । ଉରୁଗୁଏ, ଯୁଗୋସ୍ଲୋଭାକିଆ, ଆର୍ଜେଣ୍ଟିନା ଓ ଆମେରିକା ସେମି ଫାଇନାଲ ଖେଳିଥିଲେ । ପ୍ରଥମ ସେମିରେ ଉରୁଗୁଏ ୬-୧ ଗୋଲରେ ଯୁଗୋସ୍ଲୋଭାକିଆକୁ ଏବଂ ଦ୍ୱିତୀୟ ସେମିରେ ଆର୍ଜେଣ୍ଟିନା ୬-୧ ଗୋଲରେ ଆମେରିକାକୁ ପରାଜିତ କରିଥିଲେ । ଉରୁଗୁଏ ଫାଇନାଲରେ ୪-୨ ଗୋଲରେ ଆର୍ଜେଣ୍ଟିନାକୁ ହରାଇ ଟାଇଟଲ୍ ହାସଲ କରିଥିଲେ ।
୧୮ମ୍ୟାଚ୍, ୭୦ଗୋଲ: ଗ୍ରୁପ୍ ପର୍ଯ୍ୟାୟରୁ ଫାଇନାଲ ପର୍ଯ୍ୟନ୍ତ ମୋଟ ୧୮ଟି ମ୍ୟାଚ ଖେଳାଯାଇଥିଲା । ଯେଉଁଥିରେ ୭୦ଟି ଗୋଲ ହୋଇଥିଲା । ଗ୍ରୁପ-୧ ମ୍ୟାଚରେ ଆର୍ଜେଣ୍ଟିନା ୬-୩ ଗୋଲରେ ମେକ୍ସିକୋକୁ ପରାଜିତ କରିଥିଲା ।
୫୯୦,୫୪୯ ଦର୍ଶକ: ବିଶ୍ୱକପରେ ମୋଟ ୧୮ଟି ମ୍ୟାଚ ଖେଳାଯାଇଥିଲା । ମୋଟ୍ ୫୯୦,୫୪୯ଦର୍ଶକ ଷ୍ଟାଡିୟମକୁ ଆସି ବିଶ୍ୱକପର ରୋମାଞ୍ଚ ନେଇଥିଲେ । ରେକର୍ଡ ଅନୁସାରେ ଦୁଇଟି ସେମି ଫାଇନାଲରେ ସର୍ବାଧିକ ଦର୍ଶକ ହୋଇଥିଲେ । ଉରୁଗୁଏ ଓ ଯୁଗୋସ୍ଲଭାକିଆ ମଧ୍ୟରେ ଅନୁଷ୍ଠିତ ସେମି ଫାଇନାଲରେ ସର୍ବାଧିକ ୭୯,୮୬୭ଦର୍ଶକ ମ୍ୟାଚ ଦେଖିଥିଲେ ।
Comments ସମସ୍ତ ମତାମତ