Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଫିଫା ବିଶ୍ୱକପ ୧୯୩୪ ମ୍ୟାଚରେ ଇଟାଲୀ ରଚିଥିଲା ଇତିହାସ

    Share on :
    ajab-Image
    Date: Nov 9, 2022    Views: 2691

    ଇଟାଲୀ ଦ୍ୱିତୀୟ ଫିଫା ବିଶ୍ୱକପ-୧୯୩୪ ଆୟୋଜନ କରିଥିଲା । ସବୁ ଦଳକୁ ପଛରେ ପକାଇ ଆୟୋଜକ ଦଳ ଶେଷରେ ଚାମ୍ପିଅନ ହୋଇଥିଲା । ୧୯୩୪ ମେ’ ୨୭ ତାରିଖରୁ ବିଶ୍ୱକପ ଆରମ୍ଭ ହୋଇ ଜୁନ ୧୦ ତାରିଖରେ ଶେଷ ହୋଇଥିଲା । ୧୫ ଦିନ ଧରି ଚାଲିଥିବା ଏହି ଟୁର୍ଣ୍ଣାମେଣ୍ଟରେ ୧୬ଟି ଦଳ ଭାଗ ନେଇଥିଲେ । ଇଟାଲୀ ଓ ଚେକୋସ୍ଲୋଭାକିଆ ମଧ୍ୟରେ ଫାଇନାଲ ମ୍ୟାଚ ଖେଳାଯାଇଥିଲା । କିନ୍ତୁ ଏହି ସଂସ୍କରଣରେ ପ୍ରଥମ ବିଶ୍ୱ ଚାମ୍ପିଅନ ଉରୁଗୁଏ ଭାଗ ନେଇ ନଥିଲା ।

    ନକ୍ ଆଉଟ୍ ଫର୍ମାଟ୍: ଏହି ବିଶ୍ୱକପରେ ଗ୍ରୁପ ରାଉଣ୍ଡ ରବିନ ଫର୍ମାଟରେ ଖେଳା ଯାଇନଥିଲା । ସିଧାସଳଖ ନକ୍ ଆଉଟ୍ ଫର୍ମାଟରେ ଟୁର୍ଣ୍ଣମେଣ୍ଟ ଆୟୋଜନ କରାଯାଇଥିଲା । ଇଟାଲୀ ପ୍ରଥମ ମ୍ୟାଚରେ ୭-୧ ଗୋଲ ଆମେରିକାକୁ ପରାଜିତ କରିଥିଲା । ଏହାପରେ କ୍ୱାଟର ଫାଇନାଲରେ କ୍ରମେ ଇଟାଲୀ ଓ ସ୍ପେନ ମୁହାମୁହିଁ ହୋଇଥିଲେ । ଏହି ମ୍ୟାଚ ୧-୧ରେ ଡ୍ର’ ରହିବା ପରେ ଅତିରିକ୍ତ ୩୦ ମିନିଟ ଖେଳରେ ଇଟାଲୀ ୧-୦ ଗୋଲରେ ବିଜୟ ହାସଲ କରିଥିଲା । 

    ସେମି ଫାଇନାଲ: ପ୍ରଥମ ସେମିରେ ଇଟାଲୀ ୧-୦ ଗୋଲରେ ଅଷ୍ଟ୍ରିଆକୁ ଓ ଦ୍ୱିତୀୟ ସେମିରେ ଚେକୋସ୍ଲଭାକିଆ ୩-୧ ଗୋଲରେ ଜର୍ମାନୀକୁ ହରାଇ ଫାଇନାଲରେ ପ୍ରବେଶ କରିଥିଲା । ଫାଇନାଲରେ ଇଟାଲୀ ୨-୧ ଗୋଲରେ ଚେକୋସ୍ଲୋଭାକିଆକୁ ହରାଇ ଦ୍ୱିତୀୟ ବିଶ୍ୱକପରେ ଚାମ୍ପିଅନ ହୋଇଥିଲା । ଅଷ୍ଟ୍ରିଆକୁ ୩-୨ ଗୋଲରେ ହରାଇ ଜର୍ମାନୀ ତୃତୀୟ ସ୍ଥାନରେ ରହିଥିଲା । 

    ୧୭ମ୍ୟାଚ, ୭୦ଗୋଲ: ପ୍ରଥମ ରାଉଣ୍ଡରୁ ଫାଇନାଲ ପର୍ଯ୍ୟନ୍ତ ମୋଟ ୧୭ଟି ମ୍ୟାଚ ଖେଳାଯାଇଥିଲା । ଯେଉଁଥିରେ ୭୦ଟି ଗୋଲ ହୋଇଥିଲା । ପ୍ରଥମ ରାଉଣ୍ଡରେ ଇଟାଲୀ ୭-୧ ଗୋଲରେ ଆମେରିକାକୁ ପରାଜିତ କରିଥିଲା । ଏହି ମ୍ୟାଚରେ ସର୍ବାଧିକ ଗୋଲ ହୋଇଥିଲା ।

    ୩୬୩,୦୦୦ଦର୍ଶକ: ଦ୍ୱିତୀୟ ବିଶ୍ୱକପରେ ୧୭ଟି ମ୍ୟାଚକୁ ମୋଟ ୩୬୩,୦୦୦ ଦର୍ଶକ ଷ୍ଟାଡିୟମରେ ବସି ମ୍ୟାଚ ଦେଖିଥିଲେ । ଫାଇନାଲ ମ୍ୟାଚରେ ସର୍ବାଧିକ ୫୫,୦୦୦ ହଜାର ଦର୍ଶକ ହୋଇଥିଲେ ।     

    Maximum 500 characters

    ଖେଳ ଖବର View all

    Find Us on Facebook