Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଅବସର ଘୋଷଣା କଲେ ମାର୍ଟିନ ଗୁପ୍ଟିଲ୍

    Share on :
    ajab-Image
    Date: Jan 9, 2025    Views: 2792

    ନୂଆଦିଲ୍ଲୀ : ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି ନ୍ୟୁଜିଲାଣ୍ଡର ପୂର୍ବତନ ଦୁର୍ଦଶ ବ୍ୟାଟର ମାର୍ଟିନ ଗୁପ୍ଟିଲ୍। ୩୮ ବର୍ଷୀୟ ଗୁପ୍ଟିଲ୍ ତାଙ୍କ ୧୪ ବର୍ଷର ଲମ୍ବା କ୍ୟାରିୟରରେ ସମସ୍ତ ପ୍ରକାର ଫାର୍ମଟରେ ନ୍ୟୁଜିଲାଣ୍ଡ ପାଇଁ ୩୬୭ ଟି ମ୍ୟାଚ୍ ଖେଳିଛନ୍ତି। ଯେଉଁଥିରେ ତାଙ୍କର ୨୩ ଟି ଶତକ ସାମିଲ ରହିଛ। ନ୍ୟୁଜିଲାଣ୍ଡ ଖେଳାଳି ଭାବେ ସେ ଟି୨୦ ରେ ୧୨୨ ମ୍ୟାଚ୍ ଖେଳି ସର୍ବାଧିକ ୩,୫୩୧ ରନ୍ ସ୍କୋର କରିଛନ୍ତି। ସେହିପରି ସେ ଦିନିକିଆରେ ୭,୩୪୬ ରନ୍ ସ୍କୋର କରି ରସ ଟେଲର ଏବଂ ଷ୍ଟେଫେନ ଫ୍ଲେମିଂଙ୍କ ପଛକୁ ତୃତୀୟ ସ୍ଥାନରେ ରହିଛନ୍ତି। ୨୦୦୯ ରେ ଦିନିକିଆ କ୍ରିକେଟରେ ପଦାର୍ପଣ କରିଥିବା ଗୁପ୍ଟିଲ୍ ନ୍ୟୁଜିଲାଣ୍ଡର ପ୍ରଥମ ଖେଳାଳି ଭାବେ ପଦାର୍ପଣ ମୁକାବିଲାରେ ଶତକ ହାସଲ କରିଥିଲେ। 

    ଅବସର ଘୋଷଣା କରି ସେ ଲେଖିଛନ୍ତି, “ଏକ ଛୋଟ ପିଲା ଭାବରେ ନ୍ୟୁଜିଲ୍ୟାଣ୍ଡ ପାଇଁ ଖେଳିବା ସର୍ବଦା ମୋର ସ୍ୱପ୍ନ ଥିଲା ଏବଂ ମୁଁ ମୋ ଦେଶ ପାଇଁ ୩୬୭ ଟି ମ୍ୟାଚ୍ ଖେଳିଥିବାରୁ ମୁଁ ଅତ୍ୟନ୍ତ ଭାଗ୍ୟବାନ ଏବଂ ଗର୍ବିତ ଅନୁଭବ କରେ। ଏକ ବଡ଼ ଦଳ ସହିତ ରୂପା ଜର୍ସି ପିନ୍ଧିଥିବା ସ୍ମୃତିକୁ ମୁଁ ସବୁଦିନ ପାଇଁ ମନେ ରଖିବି ”ବୋଲି ଗୁପ୍ଟିଲ୍ କହିଛନ୍ତି।ଏହି ଅବସରରେ ସେ ପତ୍ନୀ ଦୁଇ ପିଲା, ସମସ୍ତ ଦଳର ସାଥୀ ଖେଳାଳି ଏବଂ କୋଚିଂ କର୍ମଚାରୀଙ୍କୁ ବିଶେଷ ଭାବରେ ମାର୍କ ଓ’ଡୋନେଲଙ୍କୁ ଅଶେଷ ଧନ୍ୟବାଦ ଦେଇଥିଲେ।

     

    Maximum 500 characters

    ଖେଳ ଖବର View all

    Find Us on Facebook