Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ଟାକ୍ଟର ସହ ବିବାହ

    Share on :
    ajab-Image
    Date: Mar 18, 2023    Views: 2955

    ଉତ୍ତରପ୍ରଦେଶ : ଅଧିକ ଯୈାତୁକ ଲୋଭ କରିବା ଏକ ବର ପାଇଁ ମହଙ୍ଗା ପଡ଼ିଛି । ବରକୁ ଉପଯୁକ୍ତ ଶିକ୍ଷା ଦେବା ପାଇଁ ସମ୍ପୃକ୍ତ ବରକୁ ଏକ ଟ୍ରାକ୍ଟର ସହ ବିବାହ କରାଇଛନ୍ତି । ଘଟଣାଟି ଘଟିଛି ଉତ୍ତରପ୍ରଧେଶର ମୁଜାଫରନଗରରେ । ଯୁବକଙ୍କ ନାଁ ୱାସିମ ଅହମଦ୍ (୨୩) । ୱାସିମଙ୍କ କୁଲହେରୀ ଗ୍ରାମରେ ବାହାଘର ସ୍ଥିର ହୋଇଥିଲା ।

    ବିବାହ ପାଇଁ ସେ ବିଭିନ୍ନ ଯୈାତୁକ ଦାବି କରିଥିଲେ । କନ୍ୟାପକ୍ଷ ଦାବି ମୁତାବକ ସବୁ ଜିନିଷ ଦେଇଥିଲେ । ବିବାହର ଚାରିଦିନ ପୂର୍ବରୁ ବର ଘରକୁ ସବୁ ଜିନିଷ ପଠାଇଦିଆଯାଇଥିଲା। କିନ୍ତୁ ବର ଘର ଏଥିରେ ସନ୍ତୁଷ୍ଟ ନଥିଲେ । ପରେ ଏକ ଟ୍ରାକ୍ଟର ଦାବି କରିଥିଲେ । ବିବାହ ଦିନ ଟ୍ରାକ୍ଟର ଦିଆଯିବ ବୋଲି କୁହାଯାଇଥିଲା । ୱାସିମ୍ ବିବାହ ପାଇଁ ରାଜି ନଥିଲେ । ବର ଓ ତାଙ୍କ ଲୋଭୀ ପରିବାରକୁ ଶିକ୍ଷା ଦେବାପାଇଁ ଯୋଜନା କରିଥିଲେ ।

    ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ବିବାହ ପାଇଁ ୱାସିମ୍ ମଙ୍ଗଳବାର କନ୍ୟାଘର ଗ୍ରାମକୁ ଯାଇଥିଲେ । ସେଠାରେ ପହଁଂଚିବା ପରେ ଭବ୍ୟ ସ୍ୱାଗତ କରାଯାଇଥିଲା । ଭୋଜିପରେ ବର କନ୍ୟାଙ୍କୁ ବିବାହ ପାଇଁ ଡ଼କାଯାଇଥିଲା । ବର ସେଠାକୁ ଯିବା ପରେ ଏକ ଟ୍ରାକ୍ଟର କୁ ସଜବାଜ କରି ରଖାଯାଇଥିଲା । ପରେ ତାଙ୍କୁ ବାନ୍ଧି ଟ୍ରାକ୍ଟର ସହ ବିବାହ କରାଯାଇଥିଲା ।

    ଖବର ପାଇ ପୋଲିସ ପଂହଚିବା ପରେ ବର ଓ ତା ପରିବାରକୁ ମୁକୁଳାଇଥିଲେ । ସମସ୍ତ ଯୈାତୁକ ଫେରାଇବା ସହ ବାହାଘରରେ ଖର୍ଚ୍ଚ ହୋଇଥିବା ଟଙ୍କା ଦେବା ପାଇଁ ବୁଝାମଣା ହୋଇଥିଲା । ୱାସିମଙ୍କ ପରିବାର ଅଧା ଟଙ୍କା ଦେଲାପରେ ସେମାନଙ୍କୁ ଛଡ଼ାଯାଇଥିଲା ।      

    Maximum 500 characters

    ବିଶେଷ View all

    Find Us on Facebook