ମୁଖ୍ୟ ଖବର
ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ବାରବାଙ୍କୀ ଜିଲ୍ଲାରେ ଏକ ବିବାହ ଉତ୍ସବ ନାଟକୀୟ ମୋଡ଼ ନେଇଛି, ଯାହା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଛି । ବିବାହ ବିଧି ଶେଷ ହେବାର କିଛି ସମୟ ପରେ ଜଣାପଡ଼ିଲା, ବର କିନ୍ନର । ଦୁଇ ମାସ ତଳେ ପୁରେ ଗନାଇ ଗାଁର ଜଣେ ବାସିନ୍ଦାଙ୍କ ସହ ରିଶୁ ନାମ୍ନୀ ୨୨ ବର୍ଷୀୟା ଜଣେ ମହିଳାଙ୍କର ବିବାହ ସ୍ଥିର ହୋଇଥିଲା । ଗତ ୧୩ ତାରିଖରେ ପାରମ୍ପରିକ ବିଧିବିଧାନ ସହିତ ସଙ୍ଗୀତ-ବାଦ୍ୟ-ନୃତ୍ୟ ତାଳେ ତାଳେ ବରଯାତ୍ରୀ କନ୍ୟା ଘରେ ପହଞ୍ଚିଲେ । ବିବାହର ସମସ୍ତ ବିଧି ସମ୍ପନ୍ନ ହେଲା । ଭୋଜି ପରେ ଅତିଥି ଘରକୁ ଫେରିଲେ । ଭୋର ପ୍ରାୟ ୪ଟାରେ କନ୍ୟା ବିଦା ବିଧି ଲାଗି ପ୍ରସ୍ତୁତି ଚାଲିଥିବାବେଳେ କଦିପୁରରୁ କିନ୍ନରମାନଙ୍କର ଏକ ଦଳ ଉପହାର ନେବାକୁ ବିବାହ ସ୍ଥଳୀରେ ପହଞ୍ଚିଲେ । ଉତ୍ତର ଭାରତରେ ବିବାହରେ ଏହା ଏକ ସାଧାରଣ ପରମ୍ପରା ।
ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ, କିନ୍ନର ଗ୍ରୁପ୍ର ସଦସ୍ୟ ବରକୁ ଚିହ୍ନିବା ପରେ ମାହୋଲ ହଠାତ୍ ବଦଳିଗଲା । ବର ସେମାନଙ୍କ ଗ୍ରୁପ୍ ସହ ପୂର୍ବରୁ ଜଡ଼ିତ ଥିଲା ବୋଲି ସେମାନେ କହିଲେ । ବରର ପରିବାର ୨୩ ହଜାର ଟଙ୍କା ଦେଇ ଏ ବିଷୟରେ କାହାକୁ ନ ଜଣାଇବାକୁ ସେମାନଙ୍କୁ ଅନୁରୋଧ କରିଥିବା ବି ଦାବି ହେଲା । ମାମଲା ସାମ୍ନାକୁ ଆସିବା ପରେ କନ୍ୟାର ପରିଜନ ସତ ଜାଣିବାକୁ ଯାଞ୍ଚ୍ ଲାଗି ବରକୁ ଭିତରକୁ ଯିବାକୁ କହିଲେ । କିନ୍ତୁ ସେ ମନା କଲା ଏବଂ ହୋହଲ୍ଲା ଆରମ୍ଭ କରିଦେଲା । ଏହା ପରେ କିନ୍ନର ସମୁଦାୟ ବର ବିଷୟରେ ସବୁ କଥା କହିଲେ । କନ୍ୟା ପକ୍ଷ ବରକୁ ଅଟକାଇ ପୁଲିସକୁ ସୂଚନା ଦେଲେ । କିନ୍ତୁ ମାମଲାର ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି ସେମାନେ ମାମଲା ରୁଜୁ କଲେ ନାହିଁ । ଦୁଇ ପରିବାର ମଧ୍ୟରେ ଆଲୋଚନା ପରେ ବରର ପରିବାର ବିବାହ ଖର୍ଚ୍ଚ ଭରଣା କରିବାକୁ ରାଜି ହେଲେ ।
Comments ସମସ୍ତ ମତାମତ