ମୁଖ୍ୟ ଖବର
ଭୁବନେଶ୍ୱର: ବିବାହ କ୍ଷେତ୍ରରେ ବାଧା ଉପୁଜୁଥିଲେ ଚିନ୍ତାରେ ପଡ଼ିଯାଆନ୍ତି ଘର ଲୋକ । ଚିନ୍ତାଗ୍ରସ୍ତ ନହୋଇ ଏହାର ପ୍ରତିକାର ଓ ମୁଖ୍ୟ କାରଣ ୁପରେ ଧ୍ୟାନ ଦେବା ଆବଶ୍ୟକ । କିଛି ବ୍ୟକ୍ତିଙ୍କ କୁଣ୍ଡଳୀରେ ଏମିତି କିଛି ଗ୍ରହ ନକ୍ଷତ୍ର ରହିଥାନ୍ତି, ଯାହା ଜାତକ ଉପରେ ନକରାତ୍ମକ ପ୍ରଭାବ ପକାଇ ଥାଏ । କେବେକେବେ ଏହି କାରଣରୁ ବିବାହରେ ବହୁତ ବାଧା ସାମ୍ନା କରିବାକୁ ପଡିଥାଏ । କିଛି ଯୋଗ ଏମିତି ଅଛି, ଯେଉଁ କାରଣରୁ ବହୁ ଲୋକଙ୍କର ବିବାହ ବହୁତ ବିଳମ୍ବ ହୋଇଥାଏ । ବହୁ ସମୟରେ ବିବାହ ଠିକ୍ ହୋଇ ମଧ୍ୟ ଭାଙ୍ଗି ଯାଏ । ଜ୍ୟୋତିଷ ଶାସ୍ତ୍ରରେ ବିବାହରେ ଆସୁଥିବା ବାଧାକୁ ଦୂର କରିବା ପାଇଁ କିଛି ସୁନ୍ଦର ଉପାୟ ଦିଆଯାଇଛି । ଏହା ମଧ୍ୟରେ ସଫଳପ୍ରଦ ହେଉଛି ମେହେନ୍ଦୀ ଉପାୟ । ମେହେନ୍ଦୀର ଏହି ଉପାୟ କରିବା ଦ୍ୱାରା ଶୀଘ୍ର ବିବାହ ଯୋଗ ବନିଥାଏ ।
ମେହେନ୍ଦୀ ଉପାୟ :
୧. ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯଦି କିଛି ଯୁବତୀଙ୍କ ବିବାହରେ ବାଧା ଆସୁଛି ତେବେ ରବିବାର ଦିନ କୌଣସି ଅନ୍ୟ ମହିଳାଙ୍କୁ ସିନ୍ଦୁର ଓ ମେହେନ୍ଦୀ ଦାନ କରନ୍ତୁ । ଏମିତି କରିବା ଦ୍ୱାରା ବିବାହରେ ଆସୁଥିବା ବାଧା ଦୂର ହୋଇଥାଏ ।
୨. ମେହେନ୍ଦୀ ସହିତ ଛୋଟ ଖଣ୍ଡେ କାଚ, ଲାଖର ଚୁଡି ଓ କିଛି ଟଙ୍କା ଦାନ କରିବା ଦ୍ୱାରା ବିଶେଷ ଲାଭ ମିଳିଥାଏ । ୭ ରବିବାର ପର୍ଯ୍ୟନ୍ତ ଏହି ଉପାୟ କରିବା ଦ୍ୱାରା ବିବାହରେ ଆସୁଥିବା ବାଧା ଦୂର ହୋଇଥାଏ ।
୩. କୁହାଯାଏ ଯଦି କେଉଁ ଝିଅଙ୍କର ମେହେନ୍ଦୀ ଉସôବ ହେଉଥିବ ସେହି ମେହେନ୍ଦୀରୁ କିଛି ଆଣି ଉକ୍ତ ଝିଅଙ୍କୁ ଲଗାଇଲେ ବିବାହ ଯୋଗ ବନିଥାଏ ।
୪. ଯଦି କୌଣସି ଝିଅ ନିଜ ହାତରେ ମେହେନ୍ଦୀରେ ପତିଙ୍କ ନାମ ଲେଖନ୍ତି ଓ ମନରେ ପତିଙ୍କ ନାମ ୨୧ ଥର ଜପ କରନ୍ତି, ତେବେ ପତି-ପନôୀଙ୍କ ସମ୍ପର୍କ ମଜବୁତ ହୋଇଥାଏ ।
Comments ସମସ୍ତ ମତାମତ