ମୁଖ୍ୟ ଖବର
ଭୁବନେଶ୍ୱର: ବିବାହ ଲାଗି ପ୍ରସ୍ତୁତ ହେବା ଜରୁରୀ। ବିବାହ ଖେଳ ଘର ନୁହେଁ । ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଯେ, ତୁମର ଜୀବନସାଥୀଙ୍କର କି ପ୍ରକାର ଅଭ୍ୟାସ ଅଛି ଏହା ଜାଣିବା ଆବଶ୍ୟକ କାରଣ ତୁମକୁ ତାଙ୍କ ସହିତ ସାରା ଜୀବନ ବିତାଇବାକୁ ପଡିବ। ଯଦି ସାଥୀ ଭଲ ହୋଇଯାଏ ତେବେ ବିବାହ ସଫଳ ହୁଏ କିନ୍ତୁ ଯଦି ସାଥୀଙ୍କର କିଛି ଖରାପ ଅଭ୍ୟାସ ଥାଏ ଏହାର କୁପ୍ରଭାବ ବୈବାହିକ ଜୀବନ ଉପରେ ପଡିଥାଏ।
ଅନେକ ଝିଅ ଥାନ୍ତି ଯେଉଁମାନଙ୍କ ସ୍ବାର୍ଥପର ପ୍ରକୃତିର ଯଦି ସେମାନେ ସମୟ ସହିତ ପରିବର୍ତ୍ତନ ନ ହୁଅନ୍ତି ତେବେ ଏହାର ପ୍ରଭାବ ସିଧା ପ୍ରଭାବ ବୈବାହିକ ଜୀବନ ଉପରେ ପଡ଼ିଥାଏ।
କେତେଜଣ ବାସ୍ତବତାକୁ ଅଣଦେଖା କରନ୍ତି ଏବଂ ବସ୍ତୁବାଦୀ ହୋଇଥାନ୍ତି। ଏହିପରି ଝିଅମାନେ ବାସ୍ତବତାକୁ ନ ବୁଝୁଥିବା ହେତୁ ସେ ପରିସ୍ଥିତିକୁ ମଧ୍ୟ ହୃଦୟଙ୍ଗମ କରିପାରନ୍ତି ନାହିଁ।
ଯଦିଓ ସମସ୍ତ ଝିଅ ଶପିଂ କରିବାକୁ ଭଲ ପାଆନ୍ତି କିନ୍ତୁ କେତେ ଜଣଙ୍କ ପାଇଁ ଏହା ନିଶା। ଯେପରି ମନ ଭଲ ନ ଥିଲେ କିମ୍ଭା ମନ ବହୁତ ଭଲ ଥିଲେ ସେମାନେ ଶପିଂ କରନ୍ତି। ମାତ୍ର ସେମାନେ ଜାଣନ୍ତି ନାହିଁ ସେମାନେ କେତେ ଟଙ୍କା ବ୍ୟୟ କରୁଛନ୍ତି।
ଅନେକ ଝିଅ ସ୍ବଭାବରେ ଇର୍ଷାଳୁ ହୋଇଥାନ୍ତି। ଏ ନେଇ ସେମାନେ ପାର୍ଟନରଙ୍କ ଉପରେ ଚାପ ପକାଇବା ମଧ୍ୟ ଆରମ୍ଭ କରନ୍ତି।
Comments ସମସ୍ତ ମତାମତ