ମୁଖ୍ୟ ଖବର
ସମ୍ପର୍କୀୟ ଭାଇଭଉଣୀ ଭିତରେ ବିବାହ ଆଇନ ସମ୍ମତ ନୁହେଁ । ଏକ ମାମଲାର ବିଚାର ସମୟରେ ଏପରି କହିଛନ୍ତି ପଞ୍ଜାବ ଓ ହରିୟାଣା ହାଇକୋର୍ଟ ।
ଜଣେ ୨୧ ବର୍ଷିୟ ଯୁବକଙ୍କ ଦ୍ୱାରା ଦାୟର ଆଗୁଆ ଜାମିନ ଉପରେ ବିଚାର କରି କୋର୍ଟ ଏହା କହିଛନ୍ତି । ଯୁବକ ଜଣକ ଦର୍ଶାଇଥିଲେ କି ଜଣେ ଝିଅକୁ ସେ ଭଲପାଆନ୍ତି । ସେମାନେ ଲିଭଇନରେ ମଧ୍ୟ ରହୁଥିଲେ । ବର୍ତ୍ତମାନ ଝିଅଟି ନାବାଳିକା । ସେ ସାବାଳିକା ହେଲାପରେ ବିବାହ କରିବେ ।ତେଣୁ ଝିଅର ପରିବାର ଲୋକେ ପୁଅ ବିରୁଦ୍ଧରେ ଦାୟର କରିଥିବା ଅପହରଣ ଅଭିଯୋଗରେ ତାଙ୍କୁ ଜାମିନ ପ୍ରଦାନ କରାଯାଉ ।
ଝିଅଟି ଅଦାଲତକୁ ଜଣାଇଛିଯେ ତାଙ୍କ ପରିବାର ଲୋକେ ତାଙ୍କୁ ଅବହେଳା କରୁଥିଲେ ଓ ତାଙ୍କ ଭାଇମାନଙ୍କୁ ଅଧିକ ଗୁରୁତ୍ୱ ଦେଉଥିଲେ ।ତେଣୁ ସେ ବାହାରେ ପ୍ରେମ ଖୋଜିବା ଆରମ୍ଭ କରିଥିଲେ । ତେବେ ଏହି ମାମଲାରେ ଯୁବକ ଜଣକ ଜଣାଇଥିଲେ କି ସେ ଯାହାକୁ ଭଲ ପାଆନ୍ତି ସେ ତାଙ୍କ ବଡବାପାଙ୍କ ଝିଅ ଓ ତାଙ୍କ ଭଉଣୀ । ଏହି ମାମଲାର ଶୁଣାଣି ବେଳେ ରାଜ୍ୟ ସରକାର ଯୁକ୍ତି ବାଢିଥିଲେ ଯେ ହିନ୍ଦୁ ବିବାହ ଆଇନ ଅନୁସାରେ ସମାନ ଗୋତ୍ରରେ ବିବାହ କରିବା ବେଆଇନ । ତେଣୁ ଏହି ସମ୍ପର୍କକୁ ଆଇନଗତ ମାନ୍ୟତା ଦିଅଯାଇ ପରିବନାହିଁ । କୋର୍ଟ ଏହା ମଧ୍ୟ କହିଛନ୍ତିଯେ ଝିଅଟି ନାବାଳିକା ହୋଇଥିବାରୁ ଯୁବକ ଜଣଙ୍କ ତାଙ୍କ ସହ ପ୍ରେମକରି ଆଇନର ଉଲଂଘନ କରିଛନ୍ତି । ତେବେ ଏହି ମାମଲାର ଶୁଣାଣି ଆସନ୍ତା ମାସରେ ହେବ ।
Comments ସମସ୍ତ ମତାମତ