ମୁଖ୍ୟ ଖବର
ଭୁବନେଶ୍ବର : ଜଣେ ଯାତ୍ରୀଙ୍କ ବ୍ୟାଗରୁ ଭୁବନେଶ୍ବର ବିମାନ ବନ୍ଦରରୁ ୪ କୋଟିର ଗଞ୍ଜେଇ ଜବତ । ଯାତ୍ରୀଙ୍କ ବ୍ୟାଗରୁ ଏହି ଗଞ୍ଜେଇ ଜବତ କରିଛି କଷ୍ଟମ ବିଭାଗ। ତେବେ ଆଗକୁ ନୂଆବର୍ଷ ଆସୁଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ଏତେ ପରିମାଣର ଗଞ୍ଜେଇ ଚାଲାଣ କରାଯାଉଥିବା ସନ୍ଦେହ କରାଯାଉଛି । ତେବେ ଗଞ୍ଜେଇ ଜବତ ହୋଇଥିବା ଯାତ୍ରୀଙ୍କୁ ଅଟକ ରଖାଯାଇଛି । ତେବେ ଯାତ୍ରୀଜଣକ ଭୁବନେଶ୍ବରରୁ ଓହ୍ଲାଇବା ପରେ କୁଆଡେ ଯାଇଥାନ୍ତେ ଏବଂ ଏତେ ଟଙ୍କାର ଗଞ୍ଜେଇ ଡିଲ ପଛରେ କାହାର ହାତ ରହିଛି ସେନେଇ ତଦନ୍ତ ଆରମ୍ଭ କରିଛି କଷ୍ଟମ ବିଭାଗ । ତେବେ ଯାତ୍ରୀଜଣକ କେଉଁ ଠାରୁ ଆସୁଥିଲେ ତାହା ଜଣାପଡିନଥିବା ବେଳେ ବ୍ୟାଙ୍କକକରୁ ଆସୁଥିବା ଚର୍ଚ୍ଚା ହେଉଛି ।
Comments ସମସ୍ତ ମତାମତ