Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଘରକରଣ

ମୁଖ୍ୟ ଖବର

    ଅନିର୍ଦ୍ଦିଷ୍ଟ କାଳ ପାଇଁ ମାର୍କେଟ ବିଲ୍ଡିଂ ବନ୍ଦ

    Share on :
    ajab-Image
    Date: Jul 17, 2023    Views: 2912

    ଭୁବନେଶ୍ୱର: ଉଠାଦୋକାନୀ-ସେଣ୍ଟ୍ରାଲ ମାର୍କେଟ ଆସୋସିଏସନ ମଧ୍ୟରେ ବିବାଦ ଘନେଇଛି । ଏନେଇ ସୋମବାରଠୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମାର୍କେଟ ବିଲ୍ଡିଂ ବନ୍ଦ ରହିବ । ଏହି ସଂଘ ଏକତ୍ରିତ ହୋଇ ସୋମବାର ମାର୍କେଟ ସମେତ ମେୟର୍‌ ଓ କମିଶନରଙ୍କ ଘର ଆଗରେ ଧାରଣା ଦେବେ ମାର୍କେଟରେ ଉଠାଦୋକାନୀମାନେ ଜୋର ଜବରଦସ୍ତ ବସୁଛନ୍ତି । ପ୍ରତିବାଦ କଲେ ସେମାନେ ନାଲି ଆଖି ଦେଖାଉଛନ୍ତି ।

    ସେମାନଙ୍କୁ ଉଚ୍ଛେଦ ବଦଳରେ ବିଏମ୍‌ସି ବସାଉଥିବା ନେଇ ସଂଘ ସଭାପତି ପ୍ରଦ୍ୟୁମ୍ନ ଜେନା ଅଭିଯୋଗ କରିଛନ୍ତି । ବର୍ତ୍ତମାନ ୫୯ ଜଣ ହାଇକୋର୍ଟରୁ ରହିତାଦେଶ ଆଣିଛନ୍ତି । ତାଙ୍କୁ ଛାଡ଼ି ପ୍ରାୟ ୩୨୦ରୁ ଅଧିକ ଉଠାଦୋକାନୀ ମାର୍କେଟ ବିଲ୍ଡିଂ ଭିତରେ ବସୁଛନ୍ତି । ଫଳରେ ଅନ୍ୟ ବ୍ୟବସାୟୀମାନେ ଅସୁବିଧାର ସମ୍ମୁଖୀନ ହେଉଥିବା ନେଇ ଅଭିଯୋଗ ହେଉଛି । ତେଣୁ ସେମାନଙ୍କୁ ତୁରନ୍ତ ହଟାଇବାରୁ ସଂଘ ଦାବି କରିଛି । 

    Maximum 500 characters

    ଘରକରଣ View all

    Find Us on Facebook