Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    କୋରାପୁଟ ଜିଲ୍ଲା ମାଓ ମୁକ୍ତ

    Share on :
    ajab-Image
    Date: Feb 5, 2026    Views: 2971

    କୋରାପୁଟ : ମାଲକାନଗିରି ପରେ ଏବେ କୋରାପୁଟ ଜିଲ୍ଲା ମାଓ ମୁକ୍ତ। ରାଜ୍ୟ ସରକାରଙ୍କ ନୂତନ ଆତ୍ମସମର୍ପଣ ଯୋଜନାରେ ଅନୁପ୍ରାଣିତ ହୋଇ ଛତିଶଗଡ଼ ରାଜ୍ୟର ବିଜାପୁର ଡିଭିଜନରେ ସାମିଲ ଥିବା ମମତା ପଡ଼ିଆମୀ ଏସଏଲଆର ସହ ଆତ୍ମସମର୍ପଣ କରିଛନ୍ତି। ତାଙ୍କ ଠାରୁ ଟିଫିନ ବୋମା ସହିତ ଅଫୁଟା ଗୁଳି ଓ ଅନ୍ୟାନ ସାମଗ୍ରୀ ଜବତ କରାଯାଇଛି। ମାଓବାଦୀଙ୍କୁ ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ସରକାର ସବୁ ବେଳେ କହି ଆସୁଛନ୍ତି। ଆତ୍ମସମର୍ପଣ କଲେ ସରକାରଙ୍କ ତରଫରୁ ସହାୟତା ରାଶି ମଧ୍ୟ ଯୋଗାଇ ଦିଆଯାଉଛି। ସରକାରଙ୍କ ଆହ୍ୱାନ କ୍ରମେ ମମତା ପଡ଼ିଆମୀ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇଛନ୍ତି। ସରକାରଙ୍କ ନିୟମ ଅନୁସାରେ ସମସ୍ତ ସୁବିଧା ଯୋଗାଇ ଦିଆଯିବ ବୋଲି ସାମ୍ବାଦିକ ସମ୍ବିଳନୀରେ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି କନୱର ବିଶାଳ ସିଂ କହିଛନ୍ତି।

    ​​​​​​ବୁଧବାର ମାଲକାନଗିରି ଜିଲ୍ଲା ମାଓ ମୁକ୍ତ ଘୋଷଣା ହୋଇଥିଲା। ଆଜି କୋରାପୁଟ ଜିଲ୍ଲାକୁ ମାଓ ମୁକ୍ତ ଜିଲ୍ଲା ଭାବରେ ଘୋଷଣା କରାଯାଇଛି। ତେବେ କୋରାପୁଟ ଜିଲ୍ଲା ସମ୍ପୂର୍ଣ୍ଣ ମାଓ ମୁକ୍ତ ହୋଇଥିଲେ ମଧ୍ୟ ପୁଲିସର ନଜର ରହିଛି ବୋଲି ଡିଆଇଜି କହିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ବିଏସଏଫ ଆଇଜି, ଡିଆଇଜି, କୋରାପୁଟ ଏସପି ସହ ଅନ୍ୟ ପୁଲିସ ଅଧିକାରୀମାନେ ଉପସ୍ଥିତ ଥିଲେ।

    Maximum 500 characters

    ତାଜା ଖବର View all

    Find Us on Facebook