Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଏନକାଉଣ୍ଟରରେ ୧୫ ମାଓବାଦୀ ମୃତ

    Share on :
    ajab-Image
    Date: Jan 23, 2026    Views: 3977

    ସରଣ୍ଡା: ମାଓ ସଂଗଠନକୁ ଆଉ ଏକ ବଡ଼ ଝଟକା। ଏନକାଉଣ୍ଟରରେ ଟଳିଲେ ୧୫ ମାଓବାଦୀ। ଏମାନଙ୍କ ମଧ୍ୟରେ ୧ କୋଟି ପୁରସ୍କାର ଘୋଷଣା ହୋଇଥିବା ଜଣେ କୁଖ୍ୟାତ ମାଓନେତା ଅନଲଦା ବି ନିହତ ହୋଇଛି।  ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ସରଣ୍ଡା ଜଙ୍ଗଲକୁ ନକ୍ସଲମୁକ୍ତ କରିବାକୁ ଝାଡ଼ଖଣ୍ଡ ଜାଗୁଆର, କୋବ୍ରା ବାହିନୀ ଓ ସିଆରପିଏଫ୍‌ ପକ୍ଷରୁ ଅପରେସନ୍‌କୁ ଜୋରଦାର କରାଯାଇଛି। ଗୁରୁବାର ପଶ୍ଚିମ ସିଂହଭୂମି ଛୋଟାନାଗରାରେ ନକ୍ସଲ ଓ ଯବାନ ମଧ୍ୟରେ ଗୁଳିବିନିମୟ ହୋଇଛି। ଏଥିରେ ଏରିଆ କମାଣ୍ଡର ଅନଲ୍‌ ଦା’ ଓରଫ ପତିରାମ ମାଝି ସହ ୧୫ ନକ୍ସଲ ନିହତ ହୋଇଛନ୍ତି।
    ଏନକାଉଣ୍ଟରରେ ଆଖି ବୁଜିଥିବା ମାଓବାଦୀଙ୍କ ଭିତରୁ ୧୧ ଜଣଙ୍କର ପରିଚୟ ମିଳିଥିବାବେଳେ ଅନ୍ୟ ୪ ଜଣଙ୍କ ପରିଚୟ ମିଳିପାରିନି। ନିହତ ଅନିଲ ଦା’ ନାଁରେ ଝାଡ଼ଖଣ୍ଡ ସରକାର ୧ କୋଟି ୨୦ ଲକ୍ଷ ଓ ଓଡ଼ିଶା ସରକାର ୧୫ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଥିଲେ। ସେହିପରି ନିହତ ହୋଇଥିବା ମାଓବାଦୀ ଅନ୍‌ମୋଲ ନାଁରେ ଝାଡ଼ଖଣ୍ଡ ସରକାର ୨୫ ଲକ୍ଷ, ଓଡ଼ିଶା ସରକାର ୬୫ ଲକ୍ଷ ଘୋଷଣା କରିଥିଲେ। ଅମିତ ନାଁରେ ଝାଡ଼ଖଣ୍ଡ ସରକାର ୪୩ ଲକ୍ଷ ଓ ଓଡ଼ିଶା ସରକାର ୪ ଲକ୍ଷ ପୁରସ୍କାର ଘୋଷଣା କରିଥିଲେ।
    ସେହିପରି ପିଣ୍ଟୁ ଓ ଲାଲଜିତ୍‌ ନାଁରେ ଝାଡ଼ଖଣ୍ଡ ସରକାର ୫ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ଘୋଷଣା କରିଥିଲେ। ଅନଲ ଦା ଓ ଅନ୍‌ମୋଲ ନାଁରେ ୧୪୯ ଲେଖାଏଁ ହିଂସାକାଣ୍ଡ ମାମଲା ରହିଛି। ଅମିତ ନାଁରେ ୯୬, ପିଣ୍ଟୁ ନାଁରେ ୪୭ ହିଂସାକାଣ୍ଡ ମାମଲା ରହିଛି। ଘଟଣାସ୍ଥଳରୁ ସୁରକ୍ଷାକର୍ମୀ ବିପୁଳ ପରିମାଣରେ ମାରଣାସ୍ତ୍ର, ମାଓ ପୋଷାକ, ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଜବତ କରିଛନ୍ତି। ୧୫ ମାଓବାଦୀ ନିହତ ହୋଇଥିବା ବେଳେ ଦୁର୍ଦ୍ଦାନ୍ତ ନକ୍ସଲ ନେତା ମଚ୍ଛୁ ଓ ତା’ର କିଛି ସହଯୋଗୀ ଘଟଣାସ୍ଥଳରୁ ଫେରାର ହେବାରେ ସଫଳ ହୋଇଛି। 

    Maximum 500 characters

    ଦେଶ ବିଦେଶ View all

    Find Us on Facebook