Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଯବାନଙ୍କ ଗୁଳିରେ ୨ ନକ୍ସଲ ନିହତ

    Share on :
    ajab-Image
    Date: Dec 25, 2025    Views: 3078

    କନ୍ଧମାଳ:  ସୁରକ୍ଷାବାହିନୀକୁ ବଡ଼ ସଫଳତା । କନ୍ଧମାଳ ଜିଲ୍ଲା ବେଲଘରରେ ପୁଲିସ ମାଓବାଦୀ ମୁହାଁମୁହିଁ । ବାଲିଗୁଡ଼ାସ୍ଥିତ ବେଲଘର ଥାନା ଅନ୍ତର୍ଗତ ଗୁମ୍ମା ଜଙ୍ଗଲରେ ସର୍ଚ୍ଚ ଅପରେସନ ବେଳେ ପୁଲିସ ମାଓବାଦୀ ମଧ୍ୟରେ ଗୁଳି ବିନିମୟ ଘଟିଛି । ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ହାର୍ଡକୋର ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି । ଉଭୟ ମାଓବାଦୀ ସାଧାରଣ ପୋଷାକ ପିନ୍ଧିଥିବା ବେଳେ ସୁରକ୍ଷାକର୍ମୀଙ୍କ ଗୁଳିରେ ନିହତ ହୋଇଥିଲେ । ପୋଲିସର ପାଲଟା ଆକ୍ରମଣରେ ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିବା ଜଣାପଡ଼ିଛି । ଏନକାଉଣ୍ଟର ସ୍ଥଳରୁ ଉଦ୍ଧାର ହୋଇଥିବା ସାମଗ୍ରୀ ମଧ୍ୟରେ ଗୋଟିଏ ରିଭଲଭର, ଗୋଟିଏ ୩୦୩ ରାଇଫଲ ଏବଂ ଗୋଟିଏ ୱାକି-ଟକି ସେଟ୍ ସହିତ ଅନ୍ୟାନ୍ୟ ଅପରାଧିକ ସାମଗ୍ରୀ ସାମିଲ । 

    ଉଭୟ ମାଓବାଦୀ ମଧ୍ୟରୁ ଜଣେ ଛତିଶଗଡ଼ ସୁକମା ଜିଲ୍ଲାର ଏରିଆ କମିଟି ସଦସ୍ୟ ବରୀ ଓରଫ୍ ରାକେଶ ଓ ଅନ୍ୟ ଜଣେ ଛତିଶଗଡ଼ର ବିଜାପୁର ଜିଲ୍ଲାର ପାର୍ଟି ସଦସ୍ୟ ଅମୃତ । ବିଭିନ୍ନ ରାଜ୍ୟ ସରକାର ଏବଂ କେନ୍ଦ୍ରୀୟ ଏଜେନ୍ସି ଦ୍ୱାରା ଏକାଧିକ ମାଓ କାର୍ୟ୍ୟକଳାପରେ ସମ୍ପୃକ୍ତି ପାଇଁ ଉଭୟଙ୍କ ନାଁ ମୁଣ୍ଡ ଉପରେ ୨୩.୬୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା । ସୂଚନାନୁସାରେ, ସୁରକ୍ଷାବାହିନୀଙ୍କର କୌଣସି କ୍ଷତି ଘଟିନାହିଁ । ଘଟଣା ପରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି । ଏହି ସଫଳତା ପଛରେ ଆଣ୍ଟି ମାଓବାଦୀ ଅଭିଯାନ ପଛରେ  ସ୍ପେଶାଲ ଇଣ୍ଟେଲିଜେନ୍ସ ୱିଙ୍ଗ୍‌ର ପ୍ରମୁଖ ଭୂମିକା ରହିଛି ବୋଲି ଏଡିଜି ସଞ୍ଜୀବ ପଣ୍ଡା କହିଛନ୍ତି । ଓଡ଼ିଶାର ଆଦିବାସୀ ବହୁଳ ଜିଲ୍ଲାଗୁଡ଼ିକରେ ବାମପନ୍ଥୀ ଉଗ୍ରବାଦକୁ ଦମନ କରିବା ପାଇଁ ଚାଲିଥିବା ପ୍ରୟାସ ମଧ୍ୟରେ ଏହି ଏନକାଉଣ୍ଟର ହୋଇଛି, ଯେଉଁଠାରେ ପଡ଼ୋଶୀ ଛତିଶଗଡ଼ର ମାଓବାଦୀ ପ୍ରାୟତଃ ଅନୁପ୍ରବେଶ କରନ୍ତି ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook