Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଆତ୍ମସମର୍ପଣ କଲେ ୨୮ଜଣ ମାଓବାଦୀ

    Share on :
    ajab-Image
    Date: Nov 26, 2025    Views: 2917

    ଛତିଶଗଡ: ଛତିଶଗଡରେ ପୁଣି ୨୮ ମାଓବାଦୀଙ୍କ ଆତ୍ମସମର୍ପଣ । ନାରାୟଣପୁର ଏସପି ଓ ବସ୍ତର ଆଇଜି ପି.ସୁନ୍ଦର ରାଜଙ୍କ ସମ୍ମୁଖରେ ଏମାନେ ଅସ୍ତ୍ରଶସ୍ତ୍ର ସହ ଆତ୍ମସମର୍ପଣ କରିଛନ୍ତି । ଏମାନଙ୍କ ମଧ୍ୟରେ ୧୯ ଜଣ ମହିଳା ମାଓବାଦୀ ରହିଛନ୍ତି । ସମସ୍ତଙ୍କ ନାମରେ ୮୯ ଲକ୍ଷ ଟଙ୍କାର ପୁରସ୍କାର ରହିଥିଲା ।ଏସଏଲଆର, ଇନସାସ ଏବଂ ୩୦୩ ବନ୍ଧୁକ ସହ ମାଓବାଦୀମାନେ ଆତ୍ମସମର୍ପଣ କରିଛନ୍ତି ।

    ଛତିଶଗଡ ସରକାରଙ୍କ ଦ୍ବାରା ଆରମ୍ଭ ହୋଇଥିବା ଆତ୍ମନିର୍ଭରଶୀଳ ନୀତି ଏବଂ ଘରକୁ ଫେରିଆସ ଯୋଜନାରେ ନକ୍ସଲ ଲଗାତାର ଆତ୍ମସମର୍ପଣ କରୁଛନ୍ତି । ଦୁର୍ଦାନ୍ତ ମାଓନେତା ହିଡମାର ମୃତ୍ୟୁ ସଂଗଠନକୁ ଏକ ପ୍ରକାର ବେକଫୁଟକୁ ନେଇଯାଇଛି । ସଂଗଠନରେ ଦୁଇ ଗୋଷ୍ଠୀ ହେବା ସହ କିଏ କାହାକୁ ଆଉ ମାନୁନଥିବା ଜଣାପଡିଛି । ନେତୃତ୍ବ ବିହୀନ ସଂଗଠନ ହୋଇଥିବାରୁ ତଳସ୍ତରର ନକ୍ସଲ ସରକାରଙ୍କ ସହ ଯୋଗାଯୋଗ କରି ଆତ୍ମସମର୍ପଣ କରୁଛନ୍ତି ।
    ପ୍ରଶାସନ ତରଫରୁ ସମସ୍ତଙ୍କୁ ୫୦ ହଜାର ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଆଗାମୀ ଦିନରେ ଆତ୍ମନିର୍ଭରଶୀଳ ନୀତି ଅନୁଯାୟୀ ସମସ୍ତଙ୍କୁ ଥଇଥାନ କରାଯିବ ବୋଲି କୁହାଯାଇଛି । ଗତ ୫୦ ଦିନରେ ନାରାୟଣପୁର ଜିଲ୍ଲାରେ ୫୧୨ ଜଣ ନକ୍ସଲ ମୁଖ୍ୟ ସ୍ରୋତଲେ ସାମିଲ ହେଲେଣି । ଜଂଗଲରେ ଏବେ ବି ରହିଯାଇଥିବା ନକ୍ସଲ ପନ୍ଥିଙ୍କୁ ତୁରନ୍ତ ଆତ୍ମସମର୍ପଣ କରି ବାକି ଜୀବନ ଖୁସିରେ କଟାନ୍ତୁ ବୋଲି ଆଇଜି ସୁନ୍ଦର ରାଜ ଆହ୍ବାନ ଦେଇଛନ୍ତି ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook