ମୁଖ୍ୟ ଖବର
ଭୁବନେଶ୍ୱର: ମାଓବାଦୀଙ୍କ ବିସ୍ଫୋରଣ ଯୋଜନା ପଣ୍ଡ । ଛତିଶଗଡ ସୀମାନ୍ତ ବିଜାପୁର ଭୈରମଗଡ଼ ଜଙ୍ଗଲରୁ ୧୦ କେଜି ଆଇଇଡି ଜବତ କଲେ ଯବନା। ଉଦ୍ଧାର ପରେ ସତର୍କତା ସହ କରାଯାଇଛି ନିଷ୍କ୍ରିୟ। ତେବେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍ କରି ଆଇ୍ଇଡି ଖଞ୍ଜା ଯାଇଥିବା ଜଣାପଡିଛି।
ସୂଚନା ମୁତାବକ,ମାଲକାନଗିରି ଛତିଶଗଡ଼ ସିମାନ୍ତ ବିଜାପୁର ଜିଲ୍ଲାର ଭୈରମଗଡ଼ ଜଙ୍ଗଲରେ ସୁରକ୍ଷା ବାହିନୀ କମ୍ୱିଂ ଅପରେସନ କରୁଥିବା ବେଳେ ଅତି ସତର୍କତାର ସହ ମାଓବାଦୀଙ୍କ ଏହି ଲେଣ୍ଡମାଇନ ଉଦ୍ଧାର କରିଛନ୍ତି । ପରେ ବୋମା ନିଷ୍କ୍ରିୟ ଟିମ ସହ ନିଷ୍କ୍ରିୟ ମଧ୍ୟ କରିଛନ୍ତି । ତେବେ ମାଓନେତା ହିଡମାଙ୍କ ମୃତ୍ୟୁ ପରେ ସୁରକ୍ଷା କର୍ମୀଙ୍କୁ କ୍ଷତି ପହଞ୍ଚାଇବା ଲାଗି ସାଥି ମାଓବାଦୀମାନେ କରିଥିଲେ ବଡ଼ ଯୋଜନା । ହେଲେ ଏହାକୁ ପଣ୍ଡ କରିଛନ୍ତି ସୁରକ୍ଷା ବାହିନୀ । ଘଟଣା ପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସଂପୃକ୍ତ ଅଞ୍ଚଳରେ ଜୋରଦାର ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି ।
Comments ସମସ୍ତ ମତାମତ