Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ମାଓ ସଂଗଠନ ପକ୍ଷରୁ ଅସ୍ତ୍ରବିରତି ଘୋଷଣା

    Share on :
    ajab-Image
    Date: Sep 17, 2025    Views: 3096

    ଅସ୍ତ୍ରବିରତି ଘୋଷଣା କରିଛନ୍ତି ମାଓ ସଂଗଠନ । ସୁରକ୍ଷାକର୍ମୀଙ୍କ ମାରାଥନ ମାଓ ଦମନ ଅପରେସନ ପରେ ଶେଷରେ ନରମିଛି ମାଓ ସଂଗଠନ । ଅନ୍ୟ କୌଣସି ଉପାୟ ନପାଇ ଅସ୍ତ୍ରବିରତି ଘୋଷଣା କରିଥିବା ମାଓ ସଂଗଠନ ମୁଖପାତ୍ର ଅଭୟ ସୂଚନା ଦେଇଛନ୍ତି । ଏନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହୋଇଛି । ଅସ୍ତ୍ର ତ୍ୟାଗ କରିବା ପାଇଁ ୧ ମାସ ସମୟ ମାଗିଛି ନକ୍ସଲବାହିନୀ । ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାଓବାଦୀ) ଏକ ଘୋଷଣାରେ ଅସ୍ତ୍ର ତ୍ୟାଗ ଓ ଆତ୍ମସମର୍ପଣ କରିବା ପ୍ରସ୍ତୁତ ବୋଲି କୁହାଯାଇଛି । ନକ୍ସଲମାନେ ଏହି ପ୍ରକ୍ରିୟାକୁ ଔପଚାରିକ ରୂପ ଦେବା ପାଇଁ ଏକ ମାସର ସମୟ ମାଗିଛନ୍ତି । ୨୦୨୬ ସୁଦ୍ଧା ଦେଶରୁ ସମ୍ପୂର୍ଣ୍ଣ ନକ୍ସଲ ଦମନ ପାଇଁ ଡେଡଲାଇନ ଦେଇଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ମାଓବାଦୀଙ୍କ ଯୁଦ୍ଧ ବିରତି ଘୋଷଣା ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ଦୃଷ୍ଟିରୁ ଏକ ବଡ ଉପଲବ୍ଧି ବୋଲି କୁହାଯିବ ।

    ସୁରକ୍ଷାକର୍ମୀଙ୍କୁ ମାସେ ଯାଏ ଅପରେସନ ବିରାମ ପାଇଁ ନିବେଦନ କରାଯାଇଛି । ଛତିଶଗଡ ସରକାରଙ୍କୁ ଆସିଥିବା ମାଓବାଦୀଙ୍କ ଶାନ୍ତି ଚିଠିରେ ପ୍ରଥମ ଥର ଏଭଳି ଭାବେ ଶାନ୍ତି ବାର୍ତ୍ତା ରଖିଛନ୍ତି ମାଓବାଦୀ । ଚିଠିରେ କିଛି ଇ-ମେଲ୍‍ ଆଇଡ଼ି ରହିଛି । ଗଲା କିଛି ମାସରେ ମାଓ ଦମନ ଅଭିଯାନରେ ଟପ୍‍ ମାଓ କମାଣ୍ଡର ମାନେ ନିହତ ହେବା ପରେ ମାଓ ସଂଗଠନ ଶେଷରେ ମୁଣ୍ଡ ନୁଆଁଇଛି ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook