ମୁଖ୍ୟ ଖବର
ରାୟପୁର : କିଛି ଦିନର ନିରବତା ପରେ ପୁଣି ମାଓବାଦୀମାନେ ବର୍ବରକାଣ୍ଡ ଭିଆଇଛନ୍ତି। ପୋଲିସ ଇନ୍ଫର୍ମର ସନ୍ଦେହରେ ଛତିଶଗଡ଼ ବିଜାପୁର ଜିଲାରେ ମାଓବାଦୀମାନେ ୨ଟି ଗାଁରେ ପଶି ୨ଜଣ ପାରା ଶିକ୍ଷକଙ୍କୁ ଗଳା କାଟି ହତ୍ୟା କରିଛନ୍ତି। ହତ୍ୟାକାଣ୍ଡ ପରେ ଗାଁରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଅନ୍ୟପକ୍ଷେ ମାଓବାଦୀମାନେ ଗାଁରେ ପୋଷ୍ଟର ଛାଡ଼ି ଯାଇଛନ୍ତି। ପୋଷ୍ଟରରେ ପୋଲିସ ଇନ୍ଫର୍ମର ନେଇ ଦଣ୍ଡ ଦିଆଯାଇଥିବା ଉଲ୍ଲେଖ ରହିଛି।
Comments ସମସ୍ତ ମତାମତ