ମୁଖ୍ୟ ଖବର
ଛତିଶଗଡ: ମାଲକାନଗିରି ସୀମାନ୍ତ ଛତିଶଗଡ ସୁକୁମାରେ ଧରାପଡିଲେ ୬ଜଣ ହାର୍ଡକୋର୍ ମାଓବାଦୀ । କମ୍ବିଂ ଅପରେସନ୍ ବେଳେ ପୁଲିସକୁ ବଡ ସଫଳତା ମିଳିଛି । କୋଣ୍ଟା ଥାନା ଅଞ୍ଚଳରୁ ୨ଜଣ ଓ ବେଜି ଥାନା ଅଞ୍ଚଳରୁ ୪ଜଣ ମାଓବାଦୀଙ୍କୁ ଗିରଫ କରାଯାଇଛି । ଏହି ମାଓବାଦୀମାନେ କମ୍ବିଂ ଅପରେସନ ବେଳେ ସୁରକ୍ଷାକର୍ମୀଙ୍କୁ ବଡ କ୍ଷତି ପହଞ୍ଚାଇବାକୁ ଯୋଜନା କରୁଥିଲେ । ସେମାନଙ୍କ ଠାରୁ ୩କେଜିର ଟିଫିନ ବୋମା, ୫ଟି ଡେଟୋନେଟର୍ ତାର ଇତ୍ୟାଦି ଜବତ କରାଯାଇଛି । ଗିରଫ ହୋଇଥିବା ମାଓବାଦୀଙ୍କ ନାଁରେ ୨ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା ହୋଇଥିଲା ।
Comments ସମସ୍ତ ମତାମତ