Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଗ୍ରାମବାସୀଙ୍କୁ ଗଳା କାଟି ହତ୍ୟା କଲେ ମାଓବାଦୀ

    Share on :
    ajab-Image
    Date: Jun 8, 2025    Views: 4040

    ମାଲକାନଗିରି: ଛତିଶଗଡ଼ ବିଜାପୁରରେ ପୁଣି ମାଓ ହିଂସା । ମାଲକାନଗିରି ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲ୍ଲାରେ ପୁଣି ଥରେ ମାଓ ହିଂସା ଦେଖିବାକୁ ମିଳିଛି । ଯେଉଁଥିରେ ଜଣେ ଗ୍ରାମବାସୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି ଲାଲ୍‌ ବାହିନୀ । 

    ଖବର ଅନୁଯାୟୀ, ମାଲକାନଗିରି ଛତିଶଗଡ ସିମାନ୍ତ ବିଜାପୁର ଜିଲ୍ଲାରେ ପୁଣି ମାଓ ହିଂସା ଦେଖିବାକୁ ମିଳିଛି । ଦିନ ବେଳେ ଜଣେ ଗ୍ରାମ ବାସୀଙ୍କୁ ଅତି ନିର୍ମମ ଭାବେ ଗଳା କାଟି ହତ୍ୟା କରିଛନ୍ତି ଲାଲ୍ ବାହିନୀ । ମାଓ ନେତା ହିଡମାଙ୍କ ନିଜ ଗାଁ ପୁବର୍ତ୍ତୀରେ ଘଟିଛି ଏହି ହିଂସା କାଣ୍ଡ । ୧୦ ରୁ ୧୫ ଜଣ ସଶସ୍ତ୍ର ନକ୍ସଲ ଗାଁ ଆସି ଏହି ହତ୍ୟାକାଣ୍ଡର କରିଛନ୍ତି । ପୁବର୍ତ୍ତୀ ଗାଁରେ ଏକ ସିଆରପିଏଫ କ୍ୟାମ୍ପ ରହିଥିବା ବେଳେ ମାତ୍ର ଦୁଇ  କିଲୋମିଟର ଦୂରରେ ଏପରି ହିଂସା କାଣ୍ଡ ଘଟାଇଛନ୍ତି ମାଓବାଦୀ । ମାଓନେତା ହିଡମାଙ୍କ ୧୫ ବର୍ଷ ତଳର ଫଟୋ ସମସ୍ତଙ୍କ ପାଖରେ ଥିଲା ହେଲେ ବର୍ତ୍ତମାନର ଏକ ତାଜା ଫଟୋ ଭାଇରାଲ ହେବା ପରେ ମାଓବାଦୀ ମାନେ ରାଗି ଯାଇଥିବା କୁହାଯାଉଛି । 

    Maximum 500 characters

    ତାଜା ଖବର View all

    Find Us on Facebook