Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ମନୀଷ ମୃତୁ୍ୟ ମାମଲାରେ ନୂଆ ମୋଡ, ଜାଣନ୍ତୁ କ’ଣ

    Share on :
    ajab-Image
    Date: Oct 14, 2021    Views: 3674

    ଭୁବନେଶ୍ୱର: ଧୀରେଧୀରେ ମନୀଷ ମୃତୁ୍ୟ ମାମଲା ଉପରୁ ପରଦା ଉଠୁଛି । ଗତକାଲି କନ୍ଧମାଳରୁ ମନୀଷଙ୍କ ଦୁଇ ବନ୍ଧୁ ଆତ୍ମସମର୍ପଣ କରିଥିବାବେଳେ ପୂର୍ବରୁ ଆଉ ଦୁଇ ଜଣଙ୍କୁ ପୋଲିସ୍ ଅଟକ ରଖି ପଚରାଉଚରା ଜାରି ରଖିଛି । ପୋଲିସର ଏହି ଜେରାରୁ ଧୀରେଧୀରେ ଗୋଟିଏ ପରେ ଗୋଟିଏ ତଥ୍ୟ ସାମ୍ନାକୁ ଆସିଛି । ହତ୍ୟା ମାମଲାରେ ଗୋଟିଏ ପରେ ଗୋଟିଏ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସୁଛି  । ଏବେ ସାମ୍ନାକୁ ଆସିଛି ସେହି ସେହି ରାତ୍ରିର ସତ  । ବାରରେ ବିଲକୁ ନେଇ ବିବାଦ ହୋଇଥିବା ଜଣାପଡିଛି  । ହୋଟେଲ୍ ବାରରେ ୩୫ ହଜାର ଟଙ୍କାର ବିଲ୍ ହୋଇଥିଲା  । ଟଙ୍କା କିଏ ଦେବ ତାକୁ ନେଇ ବିବାଦ ହୋଇଥିଲା  । ମନୀଷ ଓ ସାଙ୍ଗ ମାନଙ୍କ ମଧ୍ୟର ପାଟିତୁଣ୍ଡ ହୋଇଥିବା ସୂଚନା ମିଳିଛି  । ଟଙ୍କା ନଦେବାରୁ ମନୀଷଙ୍କ ମୋବାଇଲ ବନ୍ଧକ ରଖିଥିଲେ ବାର କର୍ମଚାରୀ ବୋଲି ସୂଚନା ମିଳିଛି । ମନୀଷ ଘରୁ ଟଙ୍କା ମଗାଇ ବିଲ ଦେଇଥିବା ସୂଚନା ମିଳିଛି  । ମୋବାଇଲ ବନ୍ଧକ ର୍ଖିବା ମନୀଷଙ୍କୁ ବାଧିଥିଲା  । ଟଙ୍କା ଦେବା ପରେ ମନୀଷ ଏକା ଏକା ହୋଟେଲରୁ ବାହାରକୁ ଆସିଥିଲେ  । 

    ସବୁଠୁ ବଡ କଥା ହେଉଛି ଏହି ସମୟରେ ମନୀଷଙ୍କ ସହ ଏକ ଯୁବତୀ ସିସଟିଭ ଫୁଟେଜ୍ରେ ମଧ୍ୟ କଏଦ୍ ହୋଇଛନ୍ତି । ତେବେ ସେ ଯୁବତୀ ଜଣଙ୍କ କିଏ ଓ ସେ କାହିଁକି ଏତେ ରାତିରେ ସେଠାରେ ଥିଲେ, ତାହା ସନେ୍ଦହ ଘେରରରେ ରହିଛି । ମନୀଷଙ୍କା ମୃତୁ୍ୟରହସ୍ୟ ଜାଣିବା ପାଇଁ ପୋଲିସର ତଦସନ୍ତ ଜାରି ରହିଛି ।

    ସୂଚନାଯୋଗ୍ୟ ଯେ ଗତ ଶନିବାର ସନ୍ଧ୍ୟାରେ ମନୀଷ କିଛି ଯୁବକଙ୍କ ସହ କାର ଯୋଗେ କେଉଁଆଡ଼େ ଯାଉଥିବା ନେଇ ତାଙ୍କ ବାପା ନବୀନ ଦାସ ସୂଚନା ଦେଇଥିଲେ । ଏହାପରେ ରବିବାର ଇନ୍‌ଫୋସିଟି ଥାନାରେ ଅପହରଣ ଅଭିଯୋଗ ହୋଇଥିବା ବେଳେ ଦିନ ପ୍ରାୟ ୧.୩୦ ମିନିଟ୍‌ ବେଳକୁ ତାଙ୍କର ମୃତଦେହ ପାତ୍ରପଡ଼ା ପୋଖରୀରେ ଭାଶୁଥିବା ଦେଖିବାକୁ ମିଳିଥିଲା । ପୁଅକୁ ହରାଇ ପରିବାରେ ଶୋକର ଛାୟା ଖେଳିଯାଇଛି ।   

     

      

     

    Maximum 500 characters

    ରାଜ୍ୟ ଖବର View all

    Find Us on Facebook