Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ‘ମନ କି ବାତ’: ନିଶା ସେବନ ଦେଶର ଯୁବବର୍ଗଙ୍କ ସ୍ବପ୍ନ ପାଇଁ ସବୁଠାରୁ ବଡ଼ ଆହ୍ବାନ ସୃଷ୍ଟି କରୁଛି

    Share on :
    ajab-Image
    Date: Nov 29, 2026    Views: 2259

    ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ନିଶା ସେବନ ଦେଶର ଯୁବବର୍ଗଙ୍କ ସ୍ବପ୍ନ ପାଇଁ ସବୁଠାରୁ ବଡ଼ ଆହ୍ବାନ ସୃଷ୍ଟି କରୁଛି। ରବିବାର  ‘ମନ କି ବାତ’ କାର୍ଯ୍ୟକ୍ରମରେ ସେ ‘ସଞ୍ଚାର ସାଥୀ’  ଆପ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହି ଆପକୁ ୩ କୋଟିରୁ ଅଧିକ ଥର ଡାଉନଲୋଡ କରାଯାଇଛି ଏବଂ ଏହା ବ୍ୟବହାରକାରୀଙ୍କ ପାଇଁ ବେଶ ସହାୟକ ସାବ୍ୟସ୍ତ ହେଉଛି।‘ମନ କି ବାତ’ରେ ପ୍ରଧାନମନ୍ତ୍ରୀ ମୋଦି କହିଲେ, ‘ନିଶା ସେବନ ଆମ ଯୁବବର୍ଗଙ୍କ ସ୍ବପ୍ନ ପାଇଁ ଏକ ପ୍ରମୁଖ ଆହ୍ବାନ ଭାବରେ ଉଭା ହୋଇଛି। ଏହା ଦେଖି ମୁଁ ଖୁସି ଯେ ନିଶା ବିରୋଧୀ ଲଢ଼େଇରେ ସମଗ୍ର ଦେଶର ସମାଜ ଅଧିକରୁ ଅଧିକ ସକ୍ରିୟ ହେଉଛି। ‘ନିଶା ମୁକ୍ତ ଯୁବ ଅଭିଯାନ’ ମଧ୍ୟ ବେଶ ଜୋରସୋରରେ ଚାଲିଛି।’

    ସେ କହିଲେ, ‘iGOT Karmayogi’ ପୋର୍ଟାଲରେ ଲକ୍ଷ ଲକ୍ଷ ସରକାରୀ କର୍ମଚାରୀଙ୍କ ପାଇଁ ୧୭ଟି ଭାଷାରେ ୭,୦୦୦ରୁ ଅଧିକ ପାଠ୍ୟକ୍ରମ ଉପଲବ୍ଧ ଅଛି। ଏହି କର୍ମଚାରୀମାନଙ୍କ ମଧ୍ୟରୁ ଅନେକେ ପୂର୍ବରୁ ହିଁ ଏଥିରୁ କିଛି ପାଠ୍ୟକ୍ରମ ସମ୍ପୂର୍ଣ୍ଣ କରିସାରିଛନ୍ତିକେହି କେହି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା କୃତ୍ରିମ ବୁଦ୍ଧିମତ୍ତା ଶିଖୁଛନ୍ତି, ତ ଆଉ କେହି ଭାରତୀୟ ସଙ୍କେତ ଭାଷା ଶିଖୁଛନ୍ତି।’
    ପ୍ରଧାନମନ୍ତ୍ରୀ କହିଲେ, ‘ଯେତେବେଳେ ଆପଣଙ୍କ ଫୋନ ହଜିଯାଏ, ସେତେବେଳେ ତାହା ପୁଣି ଫେରିପାଇବାର ଆଶା କ୍ରମଶଃ କ୍ଷୀଣ ହୋଇଯାଏ। କିନ୍ତୁ ବର୍ତ୍ତମାନ ଆଉ ସେପରି ନୁହେଁ; ଆପଣ ନିଜର ହଜିଯାଇଥିବା ମୋବାଇଲ ଫୋନକୁ ଫେରିପାଇ ପାରିବେ। ଭାରତ ସରକାରଙ୍କ ଏକ ଡିଜିଟାଲ ପ୍ଲାଟଫର୍ମ ‘ସଞ୍ଚାର ସାଥୀ’  ଏ ଦିଗରେ ବହୁତ ସାହାଯ୍ୟ କରିପାରିବ। ବର୍ତ୍ତମାନ ସୁଦ୍ଧା ‘ସଞ୍ଚାର ସାଥୀ’ ପୋର୍ଟାଲକୁ ୩୦ କୋଟିରୁ ଅଧିକ ଥର ଭିଜିଟ କରାଯାଇଛି ଏବଂ ଏହାର ଆପକୁ ପ୍ରାୟ ୩ କୋଟି ଥର ଡାଉନଲୋଡ କରାଯାଇଛି।’
    ପ୍ରଧାନମନ୍ତ୍ରୀ କହିଛନ୍ତି, ‘ଆମର ବ୍ୟାଙ୍କ, ପେମେଣ୍ଟ ଆପ, ଟେଲିକମ କମ୍ପାନୀ ଏବଂ ପୋଲିସ ବ୍ୟତୀତ ୧,୬୦୦ରୁ ଅଧିକ ସଂସ୍ଥା ‘ସଞ୍ଚାର ସାଥୀ’ ପୋର୍ଟାଲ ସହିତ ଯୋଡ଼ି ହୋଇ ରହିଛନ୍ତି। ଏହା ସାଇବର ଠକେଇ ଉଦ୍ୟମକୁ ଠିକ ସମୟରେ ରୋକିବାରେ ସାହାଯ୍ୟ କରିଛି। ଏହି ବ୍ୟବସ୍ଥା ମାଧ୍ୟମରେ ବର୍ତ୍ତମାନ ସୁଦ୍ଧା ୫,୦୦୦ କୋଟି ଟଙ୍କାରୁ ଅଧିକ ସମ୍ଭାବ୍ୟ କ୍ଷତିକୁ ଏଡ଼ାଇ ଦିଆଯାଇପାରିଛି। ଏହି ଆପଟି ୨୩ଟି ଭାଷାରେ ଉପଲବ୍ଧ ଏବଂ ଏହାକୁ ବ୍ୟବହାର କରିବା ଅତ୍ୟନ୍ତ ସହଜ।’

    Maximum 500 characters

    ଦେଶ ବିଦେଶ View all

    Find Us on Facebook