Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲରେ ବିଜେଡି ସାଂସଦ ମମତା

    Share on :
    ajab-Image
    Date: Sep 19, 2023    Views: 5320

    ନୂଆଦିଲ୍ଲୀ: ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲରେ ସ୍ଥାନ ପାଇଛନ୍ତି ମୟୂରଭଞ୍ଜ ଜିଲ୍ଲାର ଟାଣୁଆ ନାରୀନେତ୍ରୀ ତଥା ବିଜେଡି ସାଂସଦ ମମତା ମହାନ୍ତ । ଚଳିତ ମାସ ୧୩ ତାରିଖରେ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖରଙ୍କ ଦ୍ବାରା ଗଠିତ ଉପାଧ୍ୟକ୍ଷ ପ୍ୟାନେଲରେ ସଦସ୍ୟ ଭାବେ ସ୍ଥାନ ପାଇଛନ୍ତି ସାଂସଦ ମମତା । ସଂସଦର ସ୍ବତନ୍ତ୍ର ଅଧିବେଶନର ପ୍ରଥମ ଦିନରେ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖର ସାଂସଦ ମମତା ମହାନ୍ତଙ୍କ ସମେତ ୮ ଜଣ ପ୍ୟାନେଲ ସଭ୍ୟଙ୍କ ନାମ ଘୋଷଣା କରିଛନ୍ତି । ଏଥିରେ ମଧ୍ୟ ୫୦ ପ୍ରତିଶତ ମହିଳା ସ୍ଥାନ ପାଇଥିବା କହିଥିଲେ ରାଜ୍ୟସଭା ଅଧ୍ୟକ୍ଷ । ସଂସଦର ସ୍ବତନ୍ତ୍ର ଅଧିବେଶନର ପ୍ରଥମ ଦିନରେ ସାଂସଦ ମମତା ମହାନ୍ତ ଗୃହ ପରିଚାଳନା କରିଥିଲେ । ଏହା ପୂର୍ବରୁ ପ୍ରଥମ ମହିଳା ସାଂସଦ ଭାବେ ସୁଲତା ଦେଓ ସ୍ଥାନ ପାଇଥିଲେ । 
    ନିକଟ ଅତୀତରେ ବିଜେଡିର ସସ୍ମିତ ପାତ୍ର, ସୁଲତା ଦେଓ ସ୍ଥାନ ପାଇଥିଲେ । ଏବେ ମମତାଙ୍କୁ ଉପାଧ୍ୟକ୍ଷ ପ୍ୟାନେଲରେ ସ୍ଥାନ ମିଳିବା ଓଡିଆଙ୍କ ପାଇଁ ଗୌର୍ବର ବିଷୟ ହୋଇଛି । ସଂସଦର ସ୍ବତନ୍ତ୍ର ଅଧିବେଶନ ପ୍ରଥମ ଦିନରେ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖର ମମତା ମହାନ୍ତଙ୍କ ସମେତ ୮ଜଣ ସଦସ୍ୟଙ୍କ ନାମ ଘୋଷଣା କରିଛନ୍ତି । ଅନ୍ୟ ମହିଳା ସାଂସଦ ହେଲେ ବିଜେପି ସାଂସଦ କାନ୍ତା କଦମ, ସୁମିତ୍ରା ବାଲ୍ମିକ ଓ ଗୀତା ଉର୍ଫ ଚନ୍ଦ୍ରପ୍ରଭା । ସେହିପରି ପୁନଃଗଠିତ ପ୍ୟାନେଲରେ ସ୍ଥାନ ପାଇଥିବା ଅନ୍ୟ ସଦସ୍ୟ ହେଉଛନ୍ତି କଂଗ୍ରେସର ଅଖିଳେଶ ପ୍ରସାଦ ସିଂହ, ଆମ ଆଦମୀ ପାର୍ଟିର ନାରାୟଣ ଦାସଗୁପ୍ତା, YSR କଂଗ୍ରେସର ବିଜୟ ସାଇ ରେଡ୍ଡି ଓ ତୃଣମୂଳ କଂଗ୍ରେସର ଶାନ୍ତନୁ ସେନ୍‌ । ୪ଜଣ ମହିଳା ଓ ୪ଜଣ ପୁରୁଷ ସାଂସଦଙ୍କୁ ନେଇ ପ୍ୟାନେଲ ଗଠନ ହୋଇଛି ।

     

    Maximum 500 characters

    ରାଜନୀତି View all

    Find Us on Facebook