Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ମମତା ବାନାର୍ଜୀଙ୍କୁ ଛୁରୀରେ ଆକ୍ରମଣ ଉଦ୍ୟମ ଅଭିଯୋଗ

    Share on :
    ajab-Image
    Date: Oct 14, 2026    Views: 2400

    କୋଲକାତା: ପୂର୍ବତନ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଆକ୍ରମଣ ଉଦ୍ୟମ । ଜଣେ ମହିଳା କୋଲକାତାର କାଲିଘାଟସ୍ଥିତ ମମତାଙ୍କ ବାସଭବନ ବାହାରେ ଏକ ମରଣାସ୍ତ୍ରରେ ତାଙ୍କୁ ଆକ୍ରମଣ କରିବାକୁ ଚେଷ୍ଟା କରିଥିବା ଅଭିଯୋଗ ହୋଇଛି । ଏନେଇ ମମତା ବାନାର୍ଜୀ ଗୋଷ୍ଠୀର ସାଂସଦ ଡୋଲା ସେନ୍ କାଲିଘାଟ ଥାନାରେ ଅଭିଯୋଗ ଦାଖଲ କରିଛନ୍ତି । ଅଭିଯୁକ୍ତ ମହିଳାଙ୍କୁ ଅଟକ ରଖାଯାଇଛି ।
    ଅଭିଯୋଗ ଅନୁଯାୟୀ, ମଙ୍ଗଳବାର ସନ୍ଧ୍ୟା ପ୍ରାୟ 6ଟାରେ ଏହି ଘଟଣା ଘଟିଥିଲା । ପୂର୍ବତନ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ତାଙ୍କ ଦଳର ନେତା ବୈଶ୍ୱାନର ଚାଟାର୍ଜୀ ଏବଂ ସାଂସଦ ଡୋଲା ସେନ୍‌ଙ୍କ ସହିତ କାଲିଘାଟର ମିଳନ ସଂଘରେ ଦୁର୍ଗାପୂଜା ଉତ୍ସବରେ ଯୋଗଦେବା ପାଇଁ ତାଙ୍କ ଘରୁ ବାହାରି ଯାଉଥିଲେ । ହଠାତ୍ ଜଣେ ମହିଳା ଘର ବାହାରେ ତାଙ୍କ ପାଖକୁ ଆସି ତାଙ୍କୁ ଛୁରୀରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ ।
    ସାଂସଦ ଡୋଲା ସେନ୍ ଅଭିଯୋଗ କରିଛନ୍ତି ଯେ, ମହିଳା ତନିଷ୍କା ସାହା ମମତା ବାନାର୍ଜୀଙ୍କୁ "ପିଉଶି"ବୋଲି ଡାକି ତାଙ୍କ ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ । ସେହି ସମୟରେ ମହିଳା ଜଣକ ଏକ ଛୁରୀ ଧରିଥିଲେ । ଏହାସହ ସେ ଅତ୍ୟଧିକ ନିଶାରେ ଥିଲେ । ମହିଳା ଜଣଙ୍କ ମମତା ବାନାର୍ଜୀଙ୍କ ବାସଭବନର ମୁଖ୍ୟ ପ୍ରବେଶ ଦ୍ୱାରରେ ଠିଆ ହୋଇ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହ ରାସ୍ତା ଉପରେ ଶୋଇ ଏକ ଉତ୍ତେଜନାପୂର୍ଣ୍ଣ ପରିବେଶ ସୃଷ୍ଟି କରିଥିଲେ ।
    ଏହି ଘଟଣା ପରେ ପୋଲିସ ଅଭିଯୁକ୍ତ ମହିଳାଙ୍କୁ ଅଟକ ରଖିଛି । ପୋଲିସ ବର୍ତ୍ତମାନ ସତ୍ୟତା ଯାଞ୍ଚ କରୁଛି । ମହିଳା ଜଣକ ନିଶା ସେବନ କରିଥିଲେ କି ନାହିଁ ତାହା ଯାଞ୍ଚ କରିବା ପାଇଁ ଡାକ୍ତରୀ ପରୀକ୍ଷା ମଧ୍ୟ ଚାଲିଛି ।

    ଏନେଇ କୋଲକାତା ପୋଲିସର ଅତିରିକ୍ତ କମିଶନର (ଗୋଇନ୍ଦା ବିଭାଗ) କୁନାଲ ଅଗ୍ରୱାଲ କହିଛନ୍ତି, " ପୂର୍ବତନ ମୁଖ୍ୟମନ୍ତ୍ରୀ ତାଙ୍କ ବାସଭବନରୁ ବାହାରୁଥିବା ବେଳେ ଜଣେ ମହିଳା ହଠାତ୍ ସେଠାକୁ ଆସି ଯୁକ୍ତିତର୍କ କରିଥିଲେ । ସେଠାରେ କର୍ତ୍ତବ୍ୟରତ ପୋଲିସ କର୍ମଚାରୀମାନେ ତୁରନ୍ତ ମହିଳାଙ୍କୁ ଅଟକ ରଖିଥିଲେ । ପରେ, ଟିଏମସି ପକ୍ଷରୁ ଏକ ଅଭିଯୋଗ ଦାଖଲ କରାଯାଇଥିଲା । ଆଇନ ଅନୁଯାୟୀ ସମସ୍ତ ଆବଶ୍ୟକୀୟ ଆଇନଗତ ପଦକ୍ଷେପ ଗ୍ରହଣ କରାଯାଉଛି ।"

    Maximum 500 characters

    ଦେଶ ବିଦେଶ View all

    Find Us on Facebook