ମୁଖ୍ୟ ଖବର
ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ଏସ୍ଆଇଆର ପକ୍ରିୟାରେ ଅନିୟମିତତା ଅଭିଯୋଗ ଆଣି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି। ଏସଆଇଆରକୁ ନେଇ ଟିଏମସିର ସାଂସଦ ଡୋଲା ସେନ୍ ଓ ଡେରେନ୍ ଓବ୍ରାୟନଙ୍କ ଆବେଦନ ପୂର୍ବରୁ ମଧ୍ୟ ପଡ଼ି ରହିଛି। ସେହି ଆବେଦନଗୁଡ଼ିକର ଶୁଣାଣି ଫେବୃଆରୀ ୪ ତାରିଖରେ ହେବାର ସମ୍ଭାବନା ଅଛି। ଏବେ, ମମତା ବାନାର୍ଜୀଙ୍କ ଆବେଦନ ମଧ୍ୟ ସେମାନଙ୍କ ସହିତ ଶୁଣାଣି ହୋଇପାରେ।
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶନିବାର ସନ୍ଧ୍ୟାରେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପୁଣି ଥରେ ଚିଠି ଲେଖି ରାଜ୍ୟରେ ଭୋଟର ତାଲିକାର ଚାଲିଥିବା ସ୍ପେଶାଲ ଇନଟେନସିଭ ରିଭିଜନ୍ (SIR) ସମୟରେ ଗ୍ରହଣ କରାଯାଇଥିବା ପଦ୍ଧତି ଏବଂ ଆଭିମୁଖ୍ୟକୁ ବିରୋଧ କରିଥିଲେ। ଚିଠିରେ, ମମତା ତାଙ୍କର ପୂର୍ବ ଚିଠିଗୁଡ଼ିକର ଗୁଡିକ କଥା ଦର୍ଶାଇ ପୁନର୍ବାର କହିଛନ୍ତି ଯେ ଏହି ପ୍ରକ୍ରିୟା ଲୋକଙ୍କ ପାଇଁ ଅତ୍ୟନ୍ତ ଅସୁବିଧା ଏବଂ କଷ୍ଟ ଆଣିଛି, ଯାହା ଫଳରେ ପ୍ରାୟ ୧୪୦ ଜଣଙ୍କର ମୃତ୍ୟୁ ହୋଇଛି।
ସେ ଅଭିଯୋଗ କରିଛନ୍ତି, ଏସଆଇଆରରେ ଲାଗୁ ଆଇନ ଏବଂ ନିୟମ ମାନବାଧିକାର ଓ ମୌଳିକ ମାନବିକ ବିଚାରକୁ ସମ୍ପୂର୍ଣ୍ଣ ଅଣଦେଖା କରି ଲାଗୁ କରାଯାଇଛି। ତୃଣମୂଳ କଂଗ୍ରେସ ମୁଖ୍ୟ କହିଛନ୍ତି, ‘ପଶ୍ଚିମବଙ୍ଗରେ ଭୋଟର ତାଲିକାର ଚାଲିଥିବା ଏସ୍ଆଇଆରରେ ଗ୍ରହଣ କରାଯାଉଥିବା ପଦ୍ଧତି ଏବଂ ଆଭିମୁଖ୍ୟ ସମ୍ପର୍କରେ ମୁଁ ଆପଣଙ୍କୁ ପୁଣି ଥରେ ଏହି ଚିଠି ଲେଖିବାକୁ ବାଧ୍ୟ ହେଉଛି, ଯାହା ଜନପ୍ରତିନିଧିତ୍ୱ ଆଇନର ବ୍ୟବସ୍ଥା ଏବଂ ଏହା ଅଧୀନରେ ପ୍ରସ୍ତୁତ ନିୟମର ବାହାରେ ରହିଛି। ଭାରତର ନିର୍ବାଚନ ଇତିହାସରେ ପ୍ରଥମ ଥର ପାଇଁ, ଭାରତୀୟ ନିର୍ବାଚନ କମିଶନ ଏସଆଇଆର ପ୍ରକ୍ରିୟା ସମୟରେ ପଶ୍ଚିମବଙ୍ଗରେ ପ୍ରାୟ ୮,୧୦୦ପର୍ଯ୍ୟବେକ୍ଷକଙ୍କୁ ନିୟୋଜିତ କରିଛନ୍ତି। ସେ ଅଭିଯୋଗ କରିଥିଲେ ଯେ ଏହି ପର୍ଯ୍ୟବେକ୍ଷକଙ୍କୁ ପର୍ଯ୍ୟାପ୍ତ ତାଲିମ ବିନା ଏକପାଖିଆ ଭାବରେ ନିଯୁକ୍ତ କରାଯାଉଛି। ଏହା ଏକ ସ୍ୱତନ୍ତ୍ର, ସମ୍ବେଦନଶୀଳ ଏବଂ ଅର୍ଦ୍ଧ-ନ୍ୟାୟିକ ପ୍ରକ୍ରିୟା ବୋଲି ସେ କହିଛନ୍ତି।
Comments ସମସ୍ତ ମତାମତ