Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ମମତାଙ୍କ ଆସନ ଭବାନୀପୁରରୁ କଟିଲା ୪୫ ହଜାର ଭୋଟରଙ୍କ ନାମ

    Share on :
    ajab-Image
    Date: Dec 17, 2025    Views: 3262

    ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ବଡ଼ ଝଟକା । ପଶ୍ଚିମବଙ୍ଗ ଏସଆଇଆରରେ ମମତା ବାନାର୍ଜୀଙ୍କ ଆସନ ଭବାନୀପୁରରେ ୪୫ ହଜାର ଭୋଟରଙ୍କ ନାମ କଟିଛି । ଏହି କ୍ରମରେ ପୁରା ରାଜ୍ୟରେ ୫୮ ଲକ୍ଷ୍ୟ ଭୋଟରଙ୍କ ନାମ କିଟିଛି । ୧.୯ କୋଟିଙ୍କୁ ନୋଟିସ୍ ହୋଇଛି । ଭବନୀପୁରରେ ୪୫ ହଜାର ନାମ କଟିବା ପରେ ସ୍ଥାନୀୟ ନେତା ବଡ଼ ବୈଠକ କରିଛନ୍ତି । ସେଠାରେ ବୁଥ୍ ସ୍ତରୀୟ ଏଜେଣ୍ଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କି ସଂଶୋଧନ ମତଦାତା ସୂଚୀରେ ହଟାଯାଇଥିବା ନାମକୁ ଘର ଘର ଯାଇ ତଦନ୍ତ କରାଯାଉ ।
    ଟିଏମସି ସୁତ୍ର ଅନୁସାରେ, ସ୍ୱତନ୍ତ୍ର ଭୋଟର ସଂଶୋଧନ ଅଭିଯାନ ବା ଏସଆଇଆର ଜରିଆରେ ଡ୍ରାଫ୍ଟ ରୋଲରୁ ପ୍ରାୟ ୪୪ ହଜାର ୭୮୭ ଭୋଟରଙ୍କ ନାମ କଟାଯାଇଛି । ମୋଟ୍ ମତଦାତାର ପ୍ରାୟ ୨୧.୭ ପ୍ରତିଶତ ଅଟେ । ନିର୍ବାଚନ ଆୟୋଗ ସଂଖ୍ୟା ଅନୁସାରେ ଜାନୁଆରୀ ୨୦୨୫ ଯାଏ ଭବାନୀପୁରରେ ମୋଟ ୨, ୦୬,୨୫ ମତଦାତା ଥିଲେ । ଏବେ ଡ୍ରାଫ୍ଟ ରୋଲରେ ମାତ୍ର ୧, ୬୧, ୫୦୯ ଜଣ ଭୋଟର ଅଛନ୍ତି । ଯେଉଁଥିରେ ୪୪ ହଜାର ୭୮୭ ଜଣଙ୍କ ନାମ କାଟି ଦିଆଯାଇଛି । ବହୁ ସଂଖ୍ୟକ ଭୋଟରଙ୍କୁ ମୃତ, ସ୍ଥାନାନ୍ତରିତ ଏବଂ ଅନୁପସ୍ଥିତ ଘୋଷଣା କରି ତାଲିକାରୁ ବାଦ ଦିଆଯାଇଛି ବୋଲି ଟିଏମସି ଦାବି କରିଛି । କୌଣସି ବୈଧ ଭୋଟରଙ୍କ ନାମ କୌଣସି ପରିସ୍ଥିତିରେ ବାଦ ଦିଆଯିବା ଉଚିତ୍ ନୁହେଁ । ନାମକୁ ଶାରୀରିକ ଭାବେ ଯାଞ୍ଚ କରିଯିବା ଆବଶ୍ୟକ ବୋଲି କହିଛି ଟିଏମସି । 

    ​​​​​​ଭବାନୀପୁର ନିର୍ବାଚନ ମଣ୍ଡଳୀରେ କୋଲକାତା ମୁନସିପାଲ କର୍ପୋରେସନ ୱାର୍ଡ ନମ୍ବର ୬୩, ୭୦, ୭୨, ୭୩, ୭୪, ୭୪, ୭୭ ଏବଂ ୮୨ ଅନ୍ତର୍ଭୁକ୍ତ । ଦଳୀୟ ସୁତ୍ର ଅନୁଯାଯୀ ୱାର୍ଡ ୭୦, ୭୨ ଏବଂ ୭୭ରେ ଅଧିକ ସଂଖ୍ୟକ ଭୋଟ ରହିଛି । ୭୭ ନମ୍ବର ୱାର୍ଡ ଏକ ସଂଖ୍ୟାଲଘୁ ବହୁଳ ଅଞ୍ଚଳ । ତେଣୁ ଏହାକୁ ବିଶେଷ ଧ୍ୟାନ ଦିଆଯାଇଛି ।
    ପଶ୍ଚିମବଙ୍ଗର ଶାସକ ତୃଣମୂଳ କଂଗ୍ରେସ ସ୍ଥାନୀୟ ୟୁନିଟ୍ 'ମୈଁ ଆଇ ହେଲ୍ପ ୟୁ' ନାମରେ ଏକ ଅଭିଯାନ ଆରମ୍ଭ କରିବ । ଲୋକଙ୍କ ଦସ୍ତାବିଜ, ଫର୍ମ ଭରିବାରେ ସାହାଯ୍ୟ କରିବ । ଦରକାର ପଡିଲେ ସ୍ୱୟଂସେବକ ଘର ଘର ଯାଇ ସହାୟତା କରିବ ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook