ମୁଖ୍ୟ ଖବର
କୋଲାକାତା: ୧୪ ବର୍ଷ ପରେ ଭାରତରେ ଆର୍ଜେଣ୍ଟିନା ଷ୍ଟାର ଫୁଟବଲ୍ ପ୍ଲେୟାର ଲିଓନେଲ ମେସି । ତାଙ୍କୁ ଦେଖିବାକୁ ଫ୍ୟାନ୍ସଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ରହିଛି । ପ୍ରଥମ ଦିନ କୋଲାକାତା ୧୪ ବର୍ଷ ପରେ ଭାରତରେ ଆର୍ଜେଣ୍ଟିନା ଷ୍ଟାର ଫୁଟବଲ୍ ପ୍ଲେୟାର ଲିଓନେଲ ମେସି । ତାଙ୍କୁ ଦେଖିବାକୁ ଫ୍ୟାନ୍ସଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ରହିଛି । ପ୍ରଥମ ଦିନ କୋଲାକାତା ଗସ୍ତ କରିଛନ୍ତି ମେସି । ସଲ୍ଟ ଲେକ୍ ଷ୍ଟାଡିୟମରେ ମେସି ୧୦ ମିନିଟ୍ ପାଇଁ ଆସିବାକୁ ଉତ୍ତେଜନା ସୃଷ୍ଟି ହୋଇଛି । ମେସିଙ୍କୁ ନ ଦେଖିବାକୁ ହଙ୍ଗମା କରିଛନ୍ତି ସମର୍ଥକ । ଷ୍ଟାଡିୟମରେ ଭଙ୍ଗାରୁଜା କରିବା ସହିତ ବୋତ ମାଡ଼ କରିଛନ୍ତି । ୧୨ ହଜାର ଟିକେଟ୍ କରି ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ନେଇ ହଙ୍ଗାମା କରିଛନ୍ତି ଫ୍ୟାନ୍ସ । ତ୍ରୁଟିପୂର୍ଣ୍ଣ କାର୍ୟ୍ୟକ୍ରମ ପରିଚାଳନା ହୋଇଥିବା ଅଭିଯୋଗ ଆଣିଛନ୍ତି । ଲିଓନେଲ ମେସିଙ୍କ ଗୋଟ୍. ଟୁର୍ ଇଭେଣ୍ଟ ଅଧିକାଂଶ ପ୍ରଶଂସକଙ୍କୁ କ୍ରୋଧିତ କରିଛି । ଆର୍ଜେଣ୍ଟିନାର ଏହି ମହାନ ଫୁଟବଲ୍ ଖେଳାଳିଙ୍କ ଝଲକ ଟିକେ ଦେଖିପାରିନଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ।
ଷ୍ଟାର ଫୁଟବଲ୍ ଖେଳାଳି ଲିଓନେଲ୍ ମେସିଙ୍କ ଜଣେ ପ୍ରଶଂସକ କହିଛନ୍ତି, "ଏକଦମ ଭୟଙ୍କର ଘଟଣା । ସେ ମାତ୍ର ୧୦ ମିନିଟ୍ ପାଇଁ ଆସିଥିଲେ । ସମସ୍ତ ନେତା ଏବଂ ମନ୍ତ୍ରୀ ତାଙ୍କୁ ଘେରି ରହିଥିଲେ । ଆମେ କିଛି ଦେଖିପାରିଲୁ ନାହିଁ। ସେ ଗୋଟିଏ କିକ୍ କିମ୍ବା ଗୋଟିଏ ପେନାଲ୍ଟି ମଧ୍ୟ ନେଇ ନଥିଲେ । ସେ ୧୦ ମିନିଟ୍ ପାଇଁ ଆସିଥିଲେ ଏବଂ ଚାଲିଗଲେ। ଏତେ ଟଙ୍କା, ଉତ୍ସାହ ଏବଂ ସମୟ ନଷ୍ଟ ହୋଇଗଲା । ଆମେ କିଛି ଦେଖିପାରିଲୁ ନାହିଁ । "
ଷ୍ଟାଡିୟମରେ ଏପରି ଦୁର୍ଭାଗ୍ୟଜନକ ଘଟଣା ପାଇଁ ଲିଓନେଲ୍ ମେସିଙ୍କ ସମେତ କ୍ରୀଡାପ୍ରେମୀ ଏବଂ ମେସିଙ୍କ ପ୍ରଶଂସକଙ୍କୁ କ୍ଷମା ମାଗିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ସେ କହିଛନ୍ତି, ଅବସରପ୍ରାପ୍ତ ବିଚାରପତି ଅଶୀମ କୁମାର ରାୟଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ସଚିବ ଏବଂ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବଙ୍କ ସଦସ୍ୟତାରେ ଏକ ତଦନ୍ତ କମିଟି ଗଠନ କରୁଛି । ଏହି କମିଟି ଘଟଣାର ବିସ୍ତୃତ ତଦନ୍ତ କରିବ, ଦାୟିତ୍ୱ ନିର୍ଣ୍ଣୟ କରିବ ଏବଂ ଭବିଷ୍ୟତରେ ଏପରି ଘଟଣା ରୋକିବା ପାଇଁ ପଦକ୍ଷେପ ନେଇ ସୁପାରିଶ କରିବ।"
Comments ସମସ୍ତ ମତାମତ