Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ସାଧାରଣ କୋଚରେ ଟ୍ରେନ ଯାତ୍ରା କଲେ ମମତା

    Share on :
    ajab-Image
    Date: Sep 18, 2023    Views: 3591

    ନୂଆଦିଲ୍ଲୀ:  ଏକ ଇନଭେଷ୍ଟମେଣ୍ଟ କନକ୍ଲେଭରେ ଯୋଗଦେବା ପାଇଁ ଏବେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସ୍ପେନ ଗସ୍ତରେ ରହିଛନ୍ତି । ତେବେ ପ୍ରତିଦିନ ମମତାଙ୍କର ଏହି ଗସ୍ତ ସମ୍ପର୍କିତ ଚର୍ଚ୍ଚିତ ଖବର ଆସିବାରେ ଲାଗିଛି । କେତେବେଳେ ବିମାନ ବନ୍ଦରରେ ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲସିଙ୍ଘେଙ୍କ ସହ ମେଣ୍ଟ ସମ୍ପର୍କିତ କଥାବାର୍ତ୍ତା ହେଉ କି, କେତେବେଳେ ସ୍ପେନରେ ଶାଢ଼ୀ ଓ ସ୍ଲିପରରେ ଜଗିଂ କରି ଚର୍ଚ୍ଚାକୁ ଆସିଛନ୍ତି ମମତା । ତେବେ ଏହି କ୍ରମରେ ଅନ୍ୟ ଏକ ଘଟଣା ମଧ୍ୟ ସାମ୍ନାକୁ ଆସିଛି । ମମତା ମାଦ୍ରିଦରୁ ବାର୍କୋଲୋନାକୁ ଟ୍ରେନ୍ ଯୋଗେ ଯାତ୍ରା କରିଛନ୍ତି । ତେବେ ଏହି ଟ୍ରେନ୍ ଯାତ୍ରାରେ ମମତା ଟ୍ରେନରେ ପ୍ରଥମ ଶ୍ରେଣୀ ଟିକେଟ ପରିବର୍ତ୍ତେ ସାଧାରଣ କୋଚ୍ରେ ଯାତ୍ରା କରି ଚର୍ଚ୍ଚାକୁ ଆସିଛନ୍ତି । ମାଦ୍ରିଦରୁ ବାର୍ସିଲୋନା ଯାତ୍ରା କରିବାକୁ ମାତ୍ର ତିନି ଘଣ୍ଟାରୁ ଅଧିକ ସମୟ ଲାଗିଥାଏ । ମମତା ଏହି ରାସ୍ତା ଏକ ସାଧାରଣ ଟିକେଟରେ ଶେଷ କରିଛନ୍ତି ।
    ସ୍ପେନରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ଦୀନେଶ ପଟ୍ଟନାୟକ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତାଙ୍କ ପାଇଁ ଟ୍ରେନରେ ପ୍ରଥମ ଶ୍ରେଣୀରେ ଯାତ୍ରା କରିବାର ପୂର୍ବରୁ ସମସ୍ତ ବ୍ୟବସ୍ଥା କରିଥିଲେ । ଯେତେବେଳେ ମୁଖ୍ୟମନ୍ତ୍ରୀ ରେଳ ଷ୍ଟେସନରେ ପହଞ୍ଚିଲେ ସେତେବେଳେ ସେ ମଧ୍ୟ ତାଙ୍କୁ ପ୍ରଥମ ଶ୍ରେଣୀ ଯାତ୍ରା କରିବାର ସମସ୍ତ ବ୍ୟବସ୍ଥା ଥିବା ସମ୍ପର୍କରେ ଅବଗତ କରିଥିଲେ । କିନ୍ତୁ ମମତା ସରଳ ଜୀବନଯାପନ କରିବାକୁ ପସନ୍ଦ କରୁଥିବା ଦର୍ଶାଇବାକୁ ପ୍ରୟାସ କରିଥିଲେ । ତେଣୁ ମମତା ସ୍ଥାନୀୟ ସାଧାରଣ ଲୋକଙ୍କ ସହ ଏକ ସାଧାରଣ କୋଚରେ ବାର୍କୋଲୋନା ଅଭିମୁଖେ ଯାତ୍ରା କରିଥିଲେ । ଏକ ସାଧାରଣ କୋଚରେ ଏକ ସିଟରେ ମମତା ବସିଥିବା ଦେଖିବାକୁ ମିଳିଥିଲା ।

     

    Maximum 500 characters

    ଦେଶ ବିଦେଶ View all

    Find Us on Facebook