Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ବାହାନଗାରେ ମମତା

    Share on :
    ajab-Image
    Date: Jun 3, 2023    Views: 3057

    ବାଲେଶ୍ୱର: ବାହାନଗାରେ ପହଞ୍ଚିଲେ ପଞ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।ବାଲେଶ୍ୱର ଜିଲ୍ଲା ବାହାନଗା ନିକଟରେ ଶୁକ୍ରବାର ସନ୍ଧ୍ୟାରେ କରମଣ୍ଡଳ ଏକ୍ସପ୍ରେସ୍‌ (୧୨୮୪୧)ଟ୍ରେନ୍‌ ଓ ବେଙ୍ଗାଲୁରୁ-ହାୱଡା ଏକ୍ସପ୍ରେସ୍‌(୧୨୮୬୪) ଧକ୍କା ହୋଇ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି । ପଶ୍ଚିମବଙ୍ଗ, ଓଡିଶା, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ ଓ ତାମିଲନାଡୁ ସମେତ ସାରା ଦେଶବାସୀ ସ୍ତବ୍ଧ ହୋଇଯାଇଛନ୍ତି । ଏହି ଦୁର୍ଘଟଣା ନେଇ ସାରା ଦେଶ ଅବଗତ ଥିବା ବେଳେ ଏବେ ଘଟଣାସ୍ଥଳରେ ଆସି ପହଞ୍ଚିଛନ୍ତି ମମତା ବାନାର୍ଜୀ । ଏହା ପରେ ସେଠାରୁ ସେ ଡାକ୍ତରଖାନା ଗସ୍ତ କରି ଆହତମାନଙ୍କୁ ଭେଟିବେ ବୋଲି ଜଣାପଡିଛି ।

    ସୂଚନା ଅନୁସାରେ, ଏହି ଛାତିଥରା ଟ୍ରେନ୍‌ ଦୁର୍ଘଟଣାରେ ପଶ୍ଚିମବଙ୍ଗର ଅଧିକାଂଶ ଲୋକ ଥିବା ଜଣାପଡ଼ିଛି । ତେବେ ମୃତ ଓ ଆହତ ଥିବା ବ୍ୟକ୍ତିଙ୍କୁ କିପରି ପଶ୍ଚିମବଙ୍ଗ ନିଆଯିବ ସେ ସେଇ ସମୀକ୍ଷା କରିବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏହାସହିତ ସେ ଅନୁକମ୍ପା ରାଶି ଘୋଷଣା କରିବାର ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି । ଏହାସହିତ ଆଜି ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଘଟଣାସ୍ଥଳକୁ ଆସିବ ନେଇ ସୂଚନା ମିଳିଛି । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ଟ୍ରେନ୍‌ ଦୁର୍ଘଟଣା ନେଇ ସମୀକ୍ଷା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଥିଲେ । ତେବେ ମୋଦୀଙ୍କ ଅଚାନକ ଓଡିଶା ଗସ୍ତ ପୂର୍ବରୁ ରେଳମନ୍ତ୍ରୀ ଅଶ୍ୱିନୀ ପ୍ରଧାନ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୁର୍ଘଟଣାସ୍ଥଳ ଓ ଗୁରୁତରମାନଙ୍କୁ ଭେଟିଛନ୍ତି । ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସକାଳୁ ଦୁର୍ଘଟଣାସ୍ଥଳ ପରିଦର୍ଶନ କଲା ପରେ ସେଠାରେ ଘଟଣାର ସ୍ଥିତି ଅନୁଧ୍ୟାନ କରିଛନ୍ତି । ଆହତଙ୍କୁ ଭେଟିଛନ୍ତି ।

    ସୂଚନାଯୋଗ୍ୟ, ଗତକାଲି ସନ୍ଧ୍ୟା ପ୍ରାୟ ୭ଟାରେ ଘଟିଥିବା ୨ଟି ଏକ୍ସପ୍ରେସ୍‌ ଟ୍ରେନ୍‌ ଘଟଣାରେ ଏପର୍ଯ୍ୟନ୍ତ ୨୩୮ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇସାରିଛି । ଆହୁରି ପ୍ରାୟ ୭୦୦ ଲୋକଙ୍କର ଚିକିତ୍ସା ଜାରି ରହିଛି । ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ, ଉଦ୍ଧାର କାର୍ଯ୍ୟ ସଂପୂର୍ଣ୍ଣ ହେବା ପାଇଁ ଆହୁରି ୩ ଘଣ୍ଟା ଲାଗିପାରେ । ତେଣୁ ମୃତ୍ୟୁ ସଂଖ୍ୟା ବଞ୍ଚିପାରେ ବୋଲି କୁହାଯାଇଛି ।

    Maximum 500 characters

    ତାଜା ଖବର View all

    Find Us on Facebook