Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ଅଗ୍ନିବର୍ଷୀ ନେତ୍ରୀ ମମତା ବାନାର୍ଜୀ

    Share on :
    ajab-Image
    Date: Mar 12, 2021    Views: 5733

    ଭାରତୀୟ ରାଜନୀତିର ଆଉ ଜଣେ ଆଇରନ ଲେଡ଼ି ହେଉଛନ୍ତି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ  । କାହା ଦୟାରେ ନୁହେଁ ବରଂ ନିଜ ଦମରେ ସେ ଗଢ଼ିଛନ୍ତି ରାଜନୀତିର ଇମାରତ । କଂଗ୍ରେସରୁ ରାଜନୀତିକ କ୍ୟାରିୟର ଆରମ୍ଭ କରିଥିବା ମମତା ଜଣେ ଅଗ୍ନିବର୍ଷୀ ନେତ୍ରୀ ଭାବେ ବେଶ ଚର୍ଚ୍ଚିତ  । ପଶ୍ଚିମବଙ୍ଗର ବିକାଶ ପାଇଁ ସେ କେବେ ଏନଡ଼ିଏର ତ କେବେ ଉପାରେ ସାମିଲ ହେବାକୁ ବାଧ୍ୟ ହୋଇଛନ୍ତି  । ଏକଦା ପଶ୍ଚିମବଙ୍ଗ ବାମପନ୍ଥୀଙ୍କ ଦୁର୍ଗ ଥିବାବେଳେ ମମତା ହିଁ ବାମଙ୍କ ଦୁର୍ଗରେ ବିଜୟ ବୈଜୟନ୍ତୀ ବାନା ଉଡ଼ାଇବାରେ ସମର୍ଥ ହୋଇଥିଲେ  ।

    ବର୍ତମାନର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଏବଂ ରାଜନୈତିକ ଦଳ ତୃଣମୂଳ କଂଗ୍ରେସର ପ୍ରମୁଖ ମମତା ବାନାର୍ଜୀ ୫ ଜାନୁଆରୀ  ୧୯୫୫ ମସିହାରେ ଜନ୍ମଗ୍ରହଣ କରିଥିଲେ । ଲୋକ ତାଙ୍କୁ ଦିଦି ନାମରେ ସମ୍ବୋଧିତ କରିଥାନ୍ତି  । ତାଙ୍କୁ ଯେତେବେଳେ  ୧୭ ବର୍ଷ ହୋଇଥିଲା ସେତେବେଳେ ତାଙ୍କ ବାପାଙ୍କର ମୃତୁ୍ୟ ଘଟିଥିଲା ।  ସେ ପଶ୍ଚିମମବଙ୍ଗର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ  । ବାସନ୍ତୀ ଦେବୀ କଲେଜରେ ସ୍ନାତକ ପାସ୍ ଏବଂ ଯୋଗେଶ ଚନ୍ଦ୍ର ଚୌଧୁରୀ ‘ଲ’ କଲେଜରୁ ଡିଗ୍ରୀ ହାସଲ କରିଥିବା ମମତା କଲେଜ ସମୟରୁ ହିଁ ରାଜନୀତିକୁ ବାଛିଥିଲେ  । କେନ୍ଦ୍ରରେ ୨ ଥର ରେଳମନ୍ତ୍ରୀ ଥିବା ମମତା ଦେଶର ପ୍ରଥମ ମହିଳା ରେଳ ମନ୍ତ୍ରୀ ହେବାର ସୌଭାଗ୍ୟ ପାଇଥିଲେ । ୨୦୧୧ ରୁ ପ୍ରାୟ ୧୦ ବର୍ଷ ଧରି ସେ ମୁଖ୍ୟମନ୍ତ୍ରୀ ଆସନରେ ବସିଛନ୍ତି  ।

    Maximum 500 characters

    ରାଜନୀତି View all

    Find Us on Facebook