Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଆଜି ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ କରିବେ ମମତା

    Share on :
    ajab-Image
    Date: Mar 23, 2023    Views: 3208

    ଭୁବନେଶ୍ୱର:  ଆଜି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିବେ । ଏହା ପରେ କୋଲକାତା ଫେରିଯିବାର କାର୍ୟ୍ୟକ୍ରମ ରହିଛି । ତିନି ଦିନିଆ ଓଡିଶା ଗସ୍ତରେ ଆସିଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ଭୁବନେଶ୍ୱର ଆସି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିବାର କାର୍ୟ୍ୟକ୍ରମ ରହିଛି । ସନ୍ଧ୍ୟାରେ ପଶ୍ଚିମବଙ୍ଗ ଫେରିଯିବେ ମମତା ।

    ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାଜାର୍ଜୀ ବୁଧବାର ଶ୍ରୀଜଗନ୍ନାଥଙ୍କ ଦର୍ଶନ କରି ଠାକୁରଙ୍କ କୃପାଲାଭ କରିବା ସହ ପୁରୀରେ ବଙ୍ଗଳା ଭବନ ନିର୍ମାଣ ଲାଗି ଜାଗା ଦେଖିଛନ୍ତି । ଶ୍ରୀମନ୍ଦିର ନୀଳଚକ୍ରରେ ବାନା ବାନ୍ଧି ଦେଶବାସୀଙ୍କ ମଙ୍ଗଳକାମନା କରିଛନ୍ତି ।
    ମମତା ବାନାର୍ଜୀ କ୍ଷେତ୍ର ପରିଦର୍ଶନ କରିବା ସମୟରେ ତାଙ୍କ ସହ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଏବଂ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ରହିଥିଲେ । 

    Maximum 500 characters

    ତାଜା ଖବର View all

    Find Us on Facebook