Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    SIR ପ୍ରସଙ୍ଗରେ ମୁଖ୍ୟ ନିର୍ବାଚନ କମିଶନରଙ୍କୁ ମମତା ବାନାର୍ଜୀଙ୍କ ଚିଠି

    Share on :
    ajab-Image
    Date: Jan 5, 2026    Views: 4108

    ନୂଆଦିଲ୍ଲୀ : ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଚିଠି ଲେଖିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ।SIR କୁ ସମାଲୋଚନା କରି ଜ୍ଞାନେଶ କୁମାରଙ୍କୁ ଚିଠି ଲେଖିଛନ୍ତି । ଭୋଟର ତାଲିକାର ବ୍ୟାପକ ସଂଶୋଧନରେ ଅନିୟମିତତା, ପ୍ରକ୍ରିୟା ଉଲ୍ଲଂଘନ ଏବଂ ପ୍ରଶାସନିକ ତ୍ରୁଟି ସମ୍ପର୍କରେ ସେ ପ୍ରଶ୍ନ ଉଠାଇଛନ୍ତି । ମମତା ତାଙ୍କ ଚିଠିରେ କହିଛନ୍ତି ଯେ ସମ୍ପୂର୍ଣ୍ଣ SIR ପ୍ରକ୍ରିୟା କୌଣସି ଦୃଢ଼ ଆଧାର କିମ୍ବା ପୂର୍ବ ପ୍ରସ୍ତୁତି ବିନା କରାଯାଉଛି ।
    ନିର୍ବାଚନ କମିଶନଙ୍କୁ ଲେଖିଥିବା ଏକ ଚିଠିରେ ସେ ଏହି ପ୍ରକ୍ରିୟାରେ ଥିବା ଅନେକ ପ୍ରମୁଖ ତ୍ରୁଟି ଉପରେ ଆଲୋକପାତ କରିଛନ୍ତି । ମମତା ବାନାର୍ଜୀ କହିଛନ୍ତି ଯେ, ଉପଯୁକ୍ତ ପ୍ରସ୍ତୁତି ବିନା ତରବରିଆ ଭାବେ SIR କାର୍ଯ୍ୟକାରୀ କରାଯାଉଛି । ଏହାସହ ସେ ଅଭିଯୋଗ କରିଛନ୍ତି ଯେ, ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶାବଳୀ ପ୍ରାୟତଃ ହ୍ୱାଟସଆପରେ ପଠାଯାଉଛି । ଏଭଳି ଏକ ଏକ ସମ୍ବେଦନଶୀଳ ପ୍ରକ୍ରିୟା ପାଇଁ ଲିଖିତ ଏବଂ ସ୍ପଷ୍ଟନିର୍ଦ୍ଦେଶାବଳୀ ଅତ୍ୟନ୍ତ ଜରୁରୀ । ମାତ୍ର ଅନଅପୋଚାରିକ ଭାବେ ଏହାକୁ ହ୍ବାଟ୍ସଆପରେ ପଠାଯାଉଛି ।

    ଏହାସହ ମମତା କହିଛନ୍ତି କି, ଏହାକୁ ସଠିକ୍ ଭାବେ କରାଯାଉନାହିଁ । ଏହାସହ ସେ ଆଇଟି ସିଷ୍ଟମକୁ ନେି ମଧ୍ୟ ପ୍ରଶ୍ନ ଉଠାଇଛନ୍ତି । ଦାୟିତ୍ବରେ ରହିଥିବା ଅଧିକାରୀଙ୍କୁ ସଠିକ୍ ଭାବେ ତାଲିମ୍ ଦିଆଯାଉନଥିବା ଭଳି ସଙ୍ଗୀନ ଅଭିଯୋଗ ମଧ୍ୟ କରିଛନ୍ତି । ପ୍ରସ୍ତୁତିର ଅଭାବ ଏବଂ ଶୀଘ୍ର ଏଭଳି ଏକ ପ୍ରକ୍ରିୟାକୁ ଲାଗୁ କରିବାକୁ ନେଇ ସେ ପ୍ରଶ୍ନ ଉଠାଇଥିବା କହିଛନ୍ତି । ଶୀଘ୍ର ତ୍ରୁଟି ଗୁଡ଼ିକ ସଂଶୋଧନ କରାଯାଉ ବୋଲି ମଧ୍ୟ ଚିଠିରେ ଉଲ୍ଲେଖ କରିଛନ୍ତି । ତେବେ ପୂର୍ବରୁ ମଧ୍ୟ ମମତାSIR କୁ ବିରୋଧ କରିଛନ୍ତି । ଏହାସହ ଟିଏମସି ପକ୍ଷରୁ ଅଭିଯୋଗ କରାଯାଇଛି କି, ବିଜେପି ନିର୍ବାଚନ ଜିତିବା ପାଇଁ ଏଭଳି ଉପାୟ ଆପଣାଉଛି ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook