Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ପୁରୀରୁ ୨୦ ବ୍ରାହ୍ମଣ ଡକାଇ ଯଜ୍ଞ କଲେ ମମତା

    Share on :
    ajab-Image
    Date: Aug 14, 2021    Views: 8038

    ପୁରୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ  ପୁଣି ଥରେ ଜଗତରନାଥ ଜଗନ୍ନାଥଙ୍କ ଶରଣରେ। ଚଳାଇଛନ୍ତ ପୂଜାପାଠ ଏବଂ କରୁଛନ୍ତି ହୋମଯଜ୍ଞ ।
    ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ହଟସିଟ ନନ୍ଦିଗ୍ରାମକୁ ନେଇ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏହି ମାମଲା ଗୁରୁବାର ଶୁଣାଣି କରିଥିଲେ କୋଲକାତା ହାଇକୋର୍ଟ । ନଭେମ୍ବର ୧୫ ପର୍ୟ୍ୟନ୍ତ ଘୁଞ୍ଚିଛି ମାମଲାର ଶୁଣାଣି । ଯଦି ଧାର୍ୟ୍ୟ ସମୟରେ ଶୁଣାଣି ଶେଷ ନହୁଏ, ତାହେଲେ ଅଗ୍ନିପରୀକ୍ଷା ପୂର୍ବରୁ ମମତାଙ୍କ ଆଉ ଗୋଟିଏ ଆସନରୁ ନିର୍ବାଚନ ଲଢିବାକୁପଡିବ ।ଅଗ୍ନିପରୀକ୍ଷା ପୂର୍ବରୁ ଦିଦିଙ୍କ ପୂଜା, ପୁରୀରୁ ୨୦ ବ୍ରାହ୍ମଣ ଡକାଇ କଲେ ଯଜ୍ଞଆଗାକୁ ଯେଭଳି କୌଣସି ସଙ୍କଟ ସାମ୍ନାକୁ ନଆସେ, ସେଥିପାଇଁ ଲକ୍ଷ୍ମୀ ନୃସିଂହ ପୂଜା କରିଛନ୍ତି ମମତା । ଶ୍ରୀକ୍ଷେତ୍ର ପୁରୀରୁ ଜଗନ୍ନାଥଙ୍କ ବାଡ଼ଗ୍ରାହୀ ଜଗନ୍ନାଥ ସ୍ବାଇଁ ମହାପାତ୍ର କୋଲକାତା ଯାଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପାଇଁ ପୂଜା କରିଛନ୍ତି ।ପୁରୀ ରୁ ୨୦ ଜଣ ଜଣ ବ୍ରାହ୍ମଣଙ୍କ ଉପସ୍ଥିତିରେ ଏହି ପୂଜା ସମ୍ପନ୍ନ ସମ୍ପନ୍ନ ହୋଇଛି । ପୂର୍ବରୁ ପଶ୍ଚିମବଙ୍ଗ ନିର୍ବାଚନ ସମୟରେ ମମତା ବାନାର୍ଜୀ ପୁରୀରୁ ବ୍ରହ୍ମଣଙ୍କୁ ଡକାଇ ନିଜ ଘରେ ପୂଜାର୍ଚ୍ଚନା କରାଇଥିଲେ ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook