Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ଛାତ୍ରଙ୍କୁ ପ୍ରଦାନ କରାଯିବ କ୍ରେଡିଟ୍‌ କାର୍ଡ:ମମତା

    Share on :
    ajab-Image
    Date: Mar 18, 2021    Views: 6314

    ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ ନେତ୍ରୀ ମମତା ବାନାର୍ଜୀ ବୁଧବାର ଦଳର ନିର୍ବାଚନୀ ଇସ୍ତାହାର ଘୋଷଣା କରିଛନ୍ତି। ଏଥିରେ ସେ ଛାତ୍ରଛାତ୍ରୀଙ୍କୁ କ୍ରେଡିଟ୍‌ କାର୍ଡ, ବିଧବାଙ୍କୁ ଭତ୍ତା ଓ ମହିଷ୍ୟା, ତିଲି, ତାମ୍ବୁଲ ଓ ଶାହା ସମ୍ପ୍ରଦାୟକୁ ଓବିସି ମାନ୍ୟତା ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ସବୁଠୁ ଗୁରୁତ୍ବପୂର୍ଣ୍ଣ ହେଉଛି କି ସେ ବାର୍ଷକି ୫ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ସେହିଭଳି କୃଷକଙ୍କୁ ଏକର ଜମି ପିଛା ୧୦ହଜାର ଟଙ୍କା ଯୋଗାଇ ଦିଆଯିବା ସହ ଅଧିକ ୨୫ଲକ୍ଷ ଘର ନିର୍ମାଣ କରାଯିବ ବୋଲି ମମତା କହିଛନ୍ତି। ପୂର୍ବରୁ ସେ ଦେଇଥିବା ସମସ୍ତ ପ୍ରତିଶ୍ରୁତି ପାଳନ କରିଥିବାରୁ କ୍ଷମତାକୁ ଆସିଲେ ଏସବୁକୁ ଶତପ୍ରତିଶତ ପୂରଣ କରାଯିବ ବୋଲି ମମତା କହିଛନ୍ତି। ଏତଦ୍‌ବ୍ୟତୀତ ସେ ଏକ ସାମ୍ବାଦିକ ସମ୍ମିଳନୀରେ ଗତ ପାଞ୍ଚ ବର୍ଷରେ ନିଜ ସରକାରର ସଫଳତା ଓ କାର୍ୟ୍ୟକାରୀ ହୋଇଥିବା ବିଭିନ୍ନ ଲୋକହିତକର ଯୋଜନାର ସଫଳତା ବର୍ଣ୍ଣନା କରିଛନ୍ତି। ସୂଚନାଯୋଗ୍ୟ ଯେ ମମତା ମାର୍ଚ୍ଚ ୯ରେ ନିର୍ବାଚନୀ ଇସ୍ତାହାର ଘୋଷଣା କରିବାର ଥିଲା; କିନ୍ତୁ କଲକାତାରେ ଅଗ୍ନି ଦୁର୍ଘଟଣା ଯୋଗୁଁ ଏହାକୁ ଘୁଞ୍ଚାଇ ଦିଆଯାଇଥିଲା। ଶିବରାତ୍ରି ଦିନ (ମାର୍ଚ୍ଚ ୧୧)କୁ ଏହା ଧାର୍ୟ୍ୟ କରାଯାଇଥିଲେ ମଧ୍ୟ ୧୦​‌େ​‌ର ମମତା ନନ୍ଦିଗ୍ରାମରେ ଦୁର୍ଘଟଣାରେ ଆହତ ହେବା ନେଇ ପୁନର୍ବାର ଏହାକୁ ମାର୍ଚ୍ଚ ୧୪କୁ ସ୍ଥଗିତ ରଖାଯାଇଥିଲା। ମମତା ଉକ୍ତ ଦିନ ଡାକ୍ତରଖାନାରୁ ବାହାରିଥିଲେ ମଧ୍ୟ ବସ୍ତୁତତଃ ଇସ୍ତାହାର ପ୍ରକାଶ ସମ୍ଭବ ହୋଇ ନ ଥିଲା।

    Maximum 500 characters

    ରାଜନୀତି View all

    Find Us on Facebook