Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଘରକରଣ

ମୁଖ୍ୟ ଖବର

    ମାଲକାନଗିରି ବିମାନବନ୍ଦରରେ ଆଜି ଟ୍ରାଏଲ ରନ୍

    Share on :
    ajab-Image
    Date: Jul 22, 2026    Views: 2613

     ମାଲକାନଗିରି:  ମାଲକାନଗିରି ବିମାନବନ୍ଦରରେ ଆଜି ହେବ ବହୁ ପ୍ରତୀକ୍ଷିତ ଟ୍ରାଏଲ ରନ୍ । ଏହି ପରୀକ୍ଷାମୂଳକ ଉଡ଼ାଣ ସଫଳ ହେଲେ ଜିଲ୍ଲାବାସୀଙ୍କ ପାଇଁ ବିମାନ ସେବା ଆରମ୍ଭ ହେବା ଦିଗରେ ଏହା ଏକ ବଡ଼ ପଦକ୍ଷେପ ବୋଲି କୁହାଯାଉଛି । ସୂଚନା ଅନୁଯାୟୀ, ଆଜି ଅପରାହ୍ନ ୨ଟା ୨୦ ମିନିଟ୍‌ରେ ପରୀକ୍ଷାମୂଳକ ବିମାନଟି ମାଲକାନଗିରି ବିମାନବନ୍ଦରରେ ଅବତରଣ କରିବ । ପ୍ରାୟ ୧୦ ମିନିଟ୍ ପରେ, ଅର୍ଥାତ୍ ୨ଟା ୩୦ ମିନିଟ୍‌ରେ ବିମାନଟି ପୁଣି ଫେରିଯିବ । ଟ୍ରାଏଲ ରନ୍‌କୁ ନେଇ ବିମାନବନ୍ଦର ପରିସରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିବାବେଳେ ରନୱେ, ପ୍ରାଯୁକ୍ତିକ ବ୍ୟବସ୍ଥା ଓ ଅନ୍ୟାନ୍ୟ ଆବଶ୍ୟକ ସୁବିଧାର ଚୂଡ଼ାନ୍ତ ଯାଞ୍ଚ କରାଯାଇଛି ।

    ସମସ୍ତ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ଥିବା ସୂଚନା ମିଳିଛି । ଦୀର୍ଘଦିନର ଦାବି ପରେ ମାଲକାନଗିରିରେ ବିମାନ ସେବା ଆରମ୍ଭ ହେବାକୁ ଯାଉଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି । ଏହି ସେବା ଆରମ୍ଭ ହେଲେ ମାଲକାନଗିରିର ଯୋଗାଯୋଗ ବ୍ୟବସ୍ଥା ଅଧିକ ସୁଦୃଢ଼ ହେବା ସହ ବାଣିଜ୍ୟ, ପର୍ଯ୍ୟଟନ ଓ ଆର୍ଥିକ ବିକାଶକୁ ନୂଆ ଗତି ମିଳିବ ବୋଲି ଆଶା କରାଯାଉଛି ।

    Maximum 500 characters

    ଘରକରଣ View all

    Find Us on Facebook