Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ମାଲକାନଗିରି ବିଧାୟକଙ୍କୁ କରୋନା

    Share on :
    ajab-Image
    Date: Sep 17, 2020    Views: 6187

    ମାଲକାନଗିରି: ମାଲକାନଗିରି ବିଧାୟକ ଆଦିତ୍ୟ ମାଢ଼ି କରୋନାରେ ଆକ୍ରାନ୍ତ ହୋଇଛନ୍ତି । ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କୁ ଭୁବନେଶ୍ୱର ଏମସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କିଛି ଦିନ ହେଲା ଶ୍ରୀ ମାଢ଼ିଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଥିଲା । କରୋନା ଲକ୍ଷଣ ଦେଖାଦେବାରୁ ବିଧାୟକ ଶ୍ରୀ ମାଢ଼ି ଆଣ୍ଟିଜେନ ଟେଷ୍ଟ କରାଇଥିଲେ । ପରୀକ୍ଷା ପରେ ତାଙ୍କ ରିପୋର୍ଟ ନେଗେଟିଭ ଆସିଥିଲା । କିନ୍ତୁ ଆରଟିପିସିଆର ଟେଷ୍ଟ କରିବା ଲାଗି ତାଙ୍କ ନମୁନା ଭୁବନେଶ୍ୱରକୁ ପଠାଯାଇଥିଲା । ଯାହାର ରିପୋର୍ଟ ପଜିଟିଭ ଆସିଛି । ଏହା ପରେ ବିଧାୟକ ଶ୍ରୀ ମାଢ଼ିଙ୍କୁ ଜିଲ୍ଲା କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ଭୁବନେଶ୍ୱର କିମସକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ଶଯ୍ୟା ଅଭାବରୁ ତାକୁ ଏମସକୁ ସ୍ଥାନାନ୍ତରିତ କରାଯାଇ ଭର୍ତ୍ତି କରାଯାଇଛି ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook