ମୁଖ୍ୟ ଖବର
ଭୁବନେଶ୍ୱର: ମକକର ସଂକ୍ରାନ୍ତି ଭାରତର ଏକ ପ୍ରମୁଖ ପର୍ବ । ଦେଶରେ ବିଭିନ୍ନ ସ୍ଥାନରେ ଭିନ୍ନଭିନ୍ନ ନମରେ ଏହି ପର୍ବ ପାଳନ କରାଯାଏ । ବିଶ୍ୱାସ ରହିଛି ଯେ ଏହି ଦିନ ଭଗବାନ ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରିଥାନ୍ତି । ଯେଉଁଥିପାଇଁ ଏହାର ପ୍ରଭାବ ଅନ୍ୟ ରାଶିମାନଙ୍କ ଉପରେ ମଧ୍ୟ ପଡିଥାଏ । ଏଣୁ ମକର ସଂକ୍ରାନ୍ତି ପାଳନ କରିବାର କେତେକ ସ୍ୱତନ୍ତ୍ର ନୀତି ନିୟମ ରହିଛି । ଏହାର ପାଳନ ଠିକ୍ ଭାବେ କଲେ ଜୀବନରୁ ସମସ୍ତ ଦୁଃଖ ଦୂର ହେବା ସହ ସୁଖ ପ୍ରାପ୍ତି ହୋଇଥାଏ । ମକର ସଂକ୍ରାନ୍ତିରେ ସୂର୍ଯ୍ୟ ଧନୁ ରାଶିରୁ ମକର ରାଶିକୁ ପ୍ରବେଶ କରିଥାନ୍ତି । ତେଣୁ ଏହି ପର୍ବର ନାମ ମକର ସଂକ୍ରାନ୍ତି ରହିଛି ।
ପ୍ରତି ବର୍ଷ ସଂକ୍ରାନ୍ତି ବିଶେଷ ଗ୍ରହ-ନକ୍ଷତ୍ର, ଆୟୁଧ ଏବଂ ବାହନରେ ଯୁକ୍ତ ହୋଇଥାଏ । ସବୁର ଫଳ ଅଲଗା ଅଲଗା ରହିଛି । କୁହାଯାଉଛି ଯେ ଏଥର ସଂକ୍ରାନ୍ତିରେ ବାହନ ବ୍ୟାଘ୍ର, ଉପବାହନ ଅଶ୍ୱ ରହିଛି । ବାରମୁଖ ପଶ୍ଚିମ, କରଣ ମୁଖ ଦକ୍ଷିଣ ଏବଂ ଦୃଷ୍ଟି ଐଶାନ୍ୟ ରହିଛି । ବସ୍ତ୍ର ହଳଦିଆ, ଆଭୁଷଣ କଙ୍କଣ, କଂଚୁକୀ ହରି, ସ୍ଥିତି ବସିବା ଭଳି ଏବଂ ବର୍ଣ୍ଣ ଭୂତ ରହିଛି ।
ଆଉ ଏକ ମାନ୍ୟତା ଅନୁଯାୟୀ ଏଥର ମକର ସଂକ୍ରାନ୍ତିର ବାହନ ବାରାହ ରହିବ । ଯେବେକି ଉପବାହନ ବୃଷଭ ଅର୍ଥାତ୍ ଷଣ୍ଢ ରହିବ । ଏଥର ସଂକ୍ରାନ୍ତିର ଆଗମନ ହରିତ ବସ୍ତ୍ର ବା ସବୁଜ ବସ୍ତ୍ର ଏବଂ ହରିତ କଂଚୁକୀ, ମୁକ୍ତାଭୂଷଣ ମୋତି ରହିଛି । ବକୁଳ ପୁଷ୍ପ ଧାରଣ କରି ବୃଦ୍ଧାବସ୍ଥାରେ ଚନ୍ଦନ କରି ଖଡଗ ଆୟୁଧ ପାଇଁ ତାମପାତ୍ରରେ ଭିକ୍ଷାନ୍ନ ଭକ୍ଷଣ କରି ପଶ୍ଚିମାଭିମୁଖ ଉତ୍ତର ଦିଗ ଆଡକୁ ଗମନ କରି ହେବ ।
ତେବେ ଏବେ ଆସନ୍ତୁ ଜାଣିବା ଏହିସବୁକୁ ନେଇ ମକର ସଂକ୍ରାନ୍ତିର ଫଳ କଣ ରହିଛି
-ସାରା ଦୁନିଆରେ ଦୁଇ ରାଷ୍ଟ୍ର ମଧ୍ୟରେ ସଂଘର୍ଷ ବଢିିବ ।
-କିଛି କ୍ଷେତ୍ରରେ ବର୍ଷା ଅଭାବରେ ମରୁଡି ସ୍ଥିତି ଆସିପାରେ ।
-ଏଥର ଥଣ୍ଡା ବଢିବ ଏବଂ ଅଧିକ ଲୋକ ସଂକ୍ରମିତ ହେବେ ।
-ସରକାର ଏବଂ ସରକାରୀ କର୍ମଚାରୀଙ୍କ ପ୍ରତି ଲୋକଙ୍କର କ୍ରୋଧ ବଢିବ । ଏମାନଙ୍କ ପାଇଁ ଏ ସଂକ୍ରାନ୍ତି ଶୁଭ ନାହିଁ ।
-ମହଙ୍ଗା ଉପରେ ନିୟନ୍ତ୍ରଣ ରହିବ କିନ୍ତୁ ଲୋକଙ୍କ ମଧ୍ୟରେ ଭୟ ଏବଂ ଚିନ୍ତାର ମାହୋଲ ବଢିବ ।
Comments ସମସ୍ତ ମତାମତ