Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

Makar Sankrati History

ମୁଖ୍ୟ ଖବର

    ମକର ସଂକ୍ରାନ୍ତି, ଆଦିବାସୀଙ୍କ ‘ଟୁସୁ ପରବ’

    Share on :
    ajab-Image
    Date: Jan 7, 2023    Views: 3368


    ଭୁବନେଶ୍ୱର : ମକର ସଂକ୍ରାନ୍ତି ଏକ ଗଣପର୍ବ । ଏହି ପର୍ବକୁ ଲୋକେ ଖୁବ୍‌ ଧୁମଧାମରେ ପାଳନ କରିଥାନ୍ତି । ଓଡ଼ିଶାର ଉତ୍ତରାଞ୍ଚଳରେ, ବିଶେଷତଃ ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ଆଦିବାସୀମାନଙ୍କର ମକରଯାତ୍ରା ଏକ ପ୍ରଧାନ ପର୍ବ  । ଏହି ଅଂଳରେ ବସ ବାସ କରୁ ଥିବା କୁଡୁମୀ ସମ୍ପ୍ରଦାୟର ଲୋକେ ଏହି ପର୍ବକୁ ‘ଟୁସୁ ପରବ’ ରୂପେ ପାଳନ କରିଥା'ନ୍ତି  । ମକର ସଂକ୍ରାନ୍ତିର ପୂର୍ବରୁ ଓ ପରେ ସମସ୍ତଙ୍କ ଘରେ ଭିନ୍ନଭିନ୍ନ ପ୍ରକାର ବ୍ୟଞ୍ଜନ ବିଭିନ୍ନ ଦିନରେ ହୋଇଥାଏ  । 

    ଏହି ପର୍ବରେ ସମସ୍ତେ ନୂଆବସ୍ତ୍ର ପରିଧାନ କରନ୍ତି  । ନାଚଗୀତ ଓ ଭୋଜିଭାତରେ ମାଧ୍ୟମରେ ଏହିପର୍ବକୁ ମହା ଆନନ୍ଦରେ ଆଦିବାସୀମାନେ ପାଳନ କରିଥା'ନ୍ତି  । ମକର ପର୍ବର ‘ଟୁସୁଗୀତ’ ଅତ୍ୟନ୍ତ ହୃଦୟସ୍ପର୍ଶୀ  । ଓଡ଼ିଶାର ସମତଳ ଅଂଚଳ ଅପେକ୍ଷା ମାଳ ଅଂଚଳରେ ମକର ଯାତ୍ରା ବଡ଼ ଜାକଜମକକରେ ଦୀର୍ଘଦିନ ଧରି ପାଳନ କରାଯାଏ  । ପ୍ରାୟ ପ୍ରତ୍ୟେକ ଆଦିବାସୀ ଗୋଷ୍ଠି ଏହି ପର୍ବ ପାଳନ କରନ୍ତି  । ଏହି ସମୟରେ ଆଦିବାସୀ ଅଂଚଳଗୁଡିକ ଯାତ୍ରା ମେଳଣର ଆମୋଦପ୍ରମୋଦରେ ଜୀବନ୍ତ ହୋଇଉଠେ  । ସେମାନଙ୍କ ପରମ୍ପରାରେ ମକରଯାତ୍ରା ଏକ ସ୍ନେହ, ପ୍ରେମ ଓ ସଦ୍‌ଭାବନାର ମହୋତ୍ସବ  ।

    Maximum 500 characters

    Makar Sankrati History View all

    Find Us on Facebook