Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

Makar Sankrati History

ମୁଖ୍ୟ ଖବର

    ମକର ସଂକ୍ରାନ୍ତି ପାଳନ ପଛରେ କ’ଣ ରହିଛି ପୌରାଣିକ କଥା ଜାଣନ୍ତୁ

    Share on :
    ajab-Image
    Date: Jan 7, 2023    Views: 2822

    ଭୁବନେଶ୍ୱର : ମକର ରାଶିକୁ ସୂର୍ଯ୍ୟଙ୍କର ସଂକ୍ରମଣ ହେଲେ ମକର ସଂକ୍ରାନ୍ତି ହୁଏ । ଏହି ସଂକ୍ରାନ୍ତିଠାରୁ ସୂର୍ଯ୍ୟଙ୍କର ଉତ୍ତରାୟଣ କାଳ ଆରମ୍ଭ ହେଉଥିବାରୁ ଏହା ସୂତନ୍ତ୍ର । ପୁରାଣର ବର୍ଣ୍ଣନା ଅନୁସାରେ, ଉତ୍ତରାୟଣ ଦେବତାମାନଙ୍କର ଦିବସ କାଳ । ଦିବସ କାଳ ଆରମ୍ଭ ହେଲେ ସମସ୍ତ ଦେବାଦେବୀ ଭଗବାନ ବିଷ୍ଣୁଙ୍କ ଦର୍ଶନ କରି ନିଜନିଜ କାର୍ଯ୍ୟ କରିବାକୁ ଯାଇଥାନ୍ତି । ଏହି ସଂକ୍ରାନ୍ତିରେ, ମକର ରାଶିରେ ଅବସ୍ଥାନ କରୁଥିବା ଶନିଙ୍କ ସହିତ ସୂର୍ଯ୍ୟଦେବଙ୍କର ମିଳନ ହୁଏ । ସେହିପରି ଚନ୍ଦ୍ରପୁତ୍ର ବୁଧଙ୍କ ସହିତ ସୂର୍ଯ୍ୟଦେବଙ୍କର ସଂଯୋଗ ହେବାରୁ ବୁଧାଦିତ୍ୟ ଯୋଗ ପଡେ । ଫଳରେ ସୂର୍ଯ୍ୟଙ୍କର ଦକ୍ଷିଣାୟନ ହେତୁ ଯେଉଁ କାର୍ଯ୍ୟ ସଂପନ୍ନ ହୋଇ ପାରୁ ନଥାଏ, ତାହା ଏହି ସମୟରେ ସଂପନ୍ନ ହୋଇଥାଏ । କଥିତ ଅଛି , ଏହି ସମୟରେ ଯେ ମୃତ୍ୟୁବରଣ କରେ ସେ ବିଷ୍ଣୁଲୋକ ପ୍ରାପ୍ତ ହୁଏ । ଏହାର ସବୁଠାରୁ ବଡ ଉଦାହରଣ ରହିଛି ‘ମହଭାରତ’ରେ । କାରଣ, ପିତାମହ ଭୀଷ୍ମ ଶରଶଯ୍ୟାରେ ଶୋଇ ରହି ଅଶେଷ କଷ୍ଟ ଭୋଗ କରୁଥିଲେ ମଧ୍ୟ, ଉତ୍ତରାୟଣକୁ ଅପେକ୍ଷା କରି ଶରୀର ତ୍ୟାଗ କରିନଥିଲେ । 

    ସମଗ୍ର ଭାରତବର୍ଷରେ ଏହି ସଂକ୍ରାନ୍ତିକୁ ମହାସମାରୋହରେ ପାଳନ କରାଯାଇଥାଏ । ମକର ସଂକ୍ରାନ୍ତି ଭାରତର ବିଭିନ୍ନ ସ୍ଥାନରେ ବିଭିନ୍ନ ନାମରେ ପରିଚିତ । ଯଥା-ଉତ୍ତରାୟଣ ସଂକ୍ରାନ୍ତି, ମାଘି ସଂକ୍ରାନ୍ତି, ବିହୁ, ଟୁସୁ, ପୋଙ୍ଗୋଲ, ଭୋଗୀ ଇତ୍ୟାଦି । ଓଡିଶାର ଏହା ଏକ ଗଣପର୍ବ କହିଲେ ଅତ୍ୟୁକ୍ତି ହେବ ନାହିଁ । ଗାଁ’ଗାଁରେ ନୂଆ ଧାନର ଚାଉଳ ସହିତ, ଛେନା, କଦଳୀ, ଗୁଡ ଓ କ୍ଷୀର ଆଦି ମିଶାଇ ମକର ଚାଉଳ ପ୍ରସ୍ତୁତ କରାଯାଇ ସୂର୍ଯ୍ୟଙ୍କୁ ଭୋଗ ଦିଆଯାଏ ।

    ସମବୟସୀମାନେ ନିଜ ନିଜର ବଂଧୁତାକୁ ଦୃଢ କରିବା ପାଇଁ ପରସ୍ପରକୁ ମକର ଚାଉଳ ଖୁଆଇ ମକର ବସିଥାନ୍ତି । ଶ୍ରୀମନ୍ଦିରରେ ଏହି ଉତ୍ସବ ଏକ ଭିନ୍ନ ରୀତିରେ ପାଳିତ ହୋିଥାଏ । ବିଶ୍ୱାସ କରାଯାଏ ଯେ ପୌଷ ସଂକ୍ରାନ୍ତିରେ ମହାଲକ୍ଷ୍ମୀ ନିଜ ବାପଘରକୁ ଯାଇଥାନ୍ତି ଏବଂ ଏହି ଦିନ ତାଙ୍କ ଘରଲେଉଟାଣୀ ହୋଇଥାଏ ।  

    Maximum 500 characters

    Makar Sankrati History View all

    Find Us on Facebook