Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ମକର ସଂକ୍ରାନ୍ତି କାହିଁକି ପାଳନ କରାଯାଏ, ଜାଣନ୍ତୁ

    Share on :
    ajab-Image
    Date: Jan 11, 2022    Views: 2690

    ଭୁବନେଶ୍ୱର:ଓଡିଶାରେ ୧୨ମାସରେ ୧୩ ପର୍ବ ପାଳନ କରାଯାଏ । ମହାପଭୁ ଜଗନ୍ନାଥଙ୍କୁ କେନ୍ଦ୍ର କରି ଆମେ ସେହି ପର୍ବ ଗୁଡିକ ପାଳନ କରିଥାଉ । ସେଥିମଧ୍ୟରୁ ମକର ସଂକ୍ରାନ୍ତ ଅନେକ ଗୁରୁତ୍ୱ ବହନ କରିଥାଏ । ମକର ସଂକ୍ରାନ୍ତି ପର୍ବ ଓଡିଶାରେ ପ୍ରତ୍ୟେକ ଘରେ ପାଳିତ ହୁଏ । ଏହା ଏକ ଜାତୀୟ ପର୍ବ ବା ଭାରତର ସାର୍ବଜନୀନ ପର୍ବ । ମାତ୍ର ଓଡିଶାରେ ଜଗତର ନାଥ ଜଗନ୍ନାଥଙ୍କୁ କେନ୍ଦ୍ର କରି ମକର ସଂକ୍ରାନ୍ତି ବା ଉତ୍ତରାୟଣ ପର୍ବ ଭାବେ ପାଳନ କରାଯାଏ । 

    ଏହି ଦିନ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଉତ୍ତରାୟଣ ବନ୍ଦପନା ହୋଇଥାଏ । ତେଣୁ ଏହାର ଅନ୍ୟ ନାମ ଉତ୍ତରାୟଣ ପର୍ବ । ମକର ସଂକ୍ରାନ୍ତିରେ ମହାପ୍ରଭୁ ମକର ଚୌରାଶି ବେଶ ହୋଇଥାନ୍ତି ଓ ମସ୍ତକରେ ମକର ଚୁଡ ଲାଗି ହୋଇଥାନ୍ତି । ଏହି ଦିନ ଓଡିଶାରେ ପ୍ରତ୍ୟେକ ଘରେ ମକର ଚାଉଳ ପ୍ରସ୍ତୁତ କରାଯିବା ସହ ପିଠା ପଣାର ଆସର ଜମିଥାଏ ।

     ମାର୍ଗଶୀର ମାସ ପରେ, ଯେଉଁ ନୂଆ ଧାନ ବିଲରୁ ଅମଳ ହୋଇ ଆସିଥାଏ, ସେହି ନୂଆ ଧାନରୁ ପ୍ରସ୍ତୁତ ଅରୁଆ ଚାଉଳ, ନୂଆ ଆଖୁରୁ ପ୍ରସ୍ତୁତ ନୂଆ ଗୁଡ ଓ ବିଭିନ୍ନ ପ୍ରକାର ଫଳ ପାକାଯାଇ ତିଆରି ହୁଏ ମକର ଚାଉଳ । ଏହି ମକର ଚାଉଲ ଶ୍ରୀମନ୍ଦିରରେ ଓ ପ୍ରତ୍ୟେକ ଘରେ ଠାକୁରଙ୍କୁ ଭୋଗ ଲଗାଯାଏ । ଏହି ପର୍ବ ହେଉଛି ସ୍ନେହ, ପ୍ରେମ, ପ୍ରୀତି, ଶାନ୍ତି ଓ ମୈତ୍ରୀର ପର୍ବ । କାରଣ ଏହି ଦିନ ଓଡିଶାର ଏକ ପ୍ରମୁଖ ଦିନ ହେବା ସହିତ ହିନ୍ଦୁ ସନାତନ ଧର୍ମରେ ଏକ ସାର୍ବଜନୀନ ପର୍ବ ଭାବେ ଗଣିତ ହୁଏ । 
    ଯେହେତୁ ସୂର୍ଯ୍ୟ ହେଉଛନ୍ତି ମିତ୍ର ଦବତା । ସୃଷ୍ଟି ସ୍ଥିତି ଓ ପ୍ରଳୟ ଭାବରେ ସୂର୍ଯ୍ୟଙ୍କୁ ତ୍ରିଶକ୍ତି, ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱରଙ୍କ ଧାରକ ରୂପେ ଗ୍ରହଣ କରାଯାଇଛି । ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ଧନୁ ରାଶିରୁ ଏକ ମାସ ଅବସ୍ଥାନ ପରେ ମକର ରାଶିକୁ ଆସିଥାନ୍ତି । ମକର ରାଶିରେ ପ୍ରବେଶ କରିଥାନ୍ତି ।

    ଆଗାମୀ ସଂକ୍ରାନ୍ତି ପର୍ଯ୍ୟନ୍ତ ଏକ ମାସ ମକର ରାଶିରେ ଅବସ୍ଥାନ କରିଥାନ୍ତି । ଏହି ମକର ସଂକ୍ରାନ୍ତି ଠାରୁ ଦିନ ବକର ହୋଇଥାଏ ଅର୍ଥାତ ଦିନ ବଡ ଓ ରାତି ଛୋଟ ହେବା ସହିତ ଶୀତ କମେ ବୋଲି ଓଡିଆ ଲୋକକଥା ରହିଛି । କାରଣ ସୂର୍ଯ୍ୟଙ୍କ ଉତ୍ତରାୟଣ ଗତି ଆରମ୍ଭ ହୁଏ । ଏହି ସମୟରେ ହିନ୍ଦୁ ସନାତନ ଧର୍ମରେ ବିବାହ ଓ ବ୍ରତଘର ଭଳି ଶୁଭ କାର୍ଯ୍ୟ କରାଯାଏ ।   

    Maximum 500 characters

    ବିଶେଷ View all

    Find Us on Facebook