Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ମକର ସଂକ୍ରାନ୍ତିରେ କାହିଁକି ଗୁଡି ଉଡାଯାଏ?

    Share on :
    ajab-Image
    Date: Jan 11, 2022    Views: 2620

    ଭୁବନେଶ୍ୱର: ମକର ସଂକ୍ରାନ୍ତି ପର୍ବ ଓଡିଶାରେ ପ୍ରତ୍ୟେକ ଘରେ ପାଳିତ ହୁଏ । ଏହା ଏକ ଜାତୀୟ ପର୍ବ ବା ଭାରତର ସାର୍ବଜନୀନ ପର୍ବ । ମାତ୍ର ଓଡିଶାରେ ଜଗତର ନାଥ ଜଗନ୍ନାଥଙ୍କୁ କେନ୍ଦ୍ର କରି ମକର ସଂକ୍ରାନ୍ତି ବା ଉତ୍ତରାୟଣ ପର୍ବ ଭାବେ ପାଳନ କରାଯାଏ । ଏହି ଦିନ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଉତ୍ତରାୟଣ ବନ୍ଦପନା ହୋଇଥାଏ । ତେଣୁ ଏହାର ଅନ୍ୟ ନାମ ଉତ୍ତରାୟଣ ପର୍ବ । ମକର ସଂକ୍ରାନ୍ତିରେ ମହାପ୍ରଭୁ ମକର ଚୌରାଶି ବେଶ ହୋଇଥାନ୍ତି ଓ ମସ୍ତକରେ ମକର ଚୁଡ ଲାଗି ହୋଇଥାନ୍ତି । ଏହି ଦିନ ଓଡିଶାରେ ପ୍ରତ୍ୟେକ ଘରେ ମକର ଚାଉଳ ପ୍ରସ୍ତୁତ କରାଯିବା ସହ ପିଠା ପଣାର ଆସର ଜମିଥାଏ ।

     
    ଏହା ସହିତ ମକର ସଂକ୍ରାନ୍ତିରେ ମଧ୍ୟ ମକର ଗୁଡି ଉଡାଇବା ଏକ ସୁନ୍ଦର ପରମ୍ପରା । ଏହି ଦିନ ମକର ଗୁଡି ଉଡାଯାଏ । ମକର ଗୁଡିର ଅନେକ ବିଶେଷତ୍ୱ ଓ ସ୍ୱତନ୍ତ୍ରତା  ରହିଛି । ମକର ଗୁଡି ମନୁଷ୍ୟର ଚିନ୍ତା ଚେତନାକୁ ଉଦ୍ଧ୍ୱର୍ଗମୀ କରି, ମନୁଷ୍ୟର ଜୀବନକୁ ଶୃଙ୍ଖଳିତ କରିବା ପାଇଁ ଏକ ସାଙ୍କେତିକ ବାର୍ତ୍ତା ଦେଇଥାଏ । କାରଣ ଯେତେବେଳେ  ମନୁଷ୍ୟର ସଂସାର ଜଞ୍ଜାଳରେ ତା’ର ମନ, ପ୍ରାଣ, ହୃଦୟ, ଚିନ୍ତା, ଚେତନା ନିମ୍ନଗାମୀ ହୋଇଯାଏ ।

    ସେ ସମୟରେ ମନୁଷ୍ୟ ପରଂବ୍ରହ୍ମ, ପରମେଶ୍ୱରଙ୍କୁ ଧ୍ୟାନ କରି ଚିନ୍ତା, ଚେତନାକୁ ଉଦ୍ଧ୍ୱର୍ଗାମୀ କରେ, ସେତେବେଳେ ତା’ର ମନ ଗୁଡି ପରି ଆକାଶରେ ଉଡି ଉଡି ଯାଏ। ମୁକ୍ତ ଆକାଶରେ ମୁକ୍ତ ବିହଙ୍ଗମ ପରି ଯେତେବେଳେ ସେ ଉଡିଉଡି  ଯାଏ, ସେତେବେଳେ ତା’ର ସମସ୍ତ ପ୍ରାକାର ଇଶ୍ୱରୀୟ ସତ୍ତାକୁ ସେ ଅନୁଭବ କରିଥାଏ । ଇଶ୍ୱରୀୟ ମହାସତ୍ତାର ଉପଲବ୍ଧିରେ ହୃଦୟ, ତା’ର ମନ, ପ୍ରାଣ, ସବୁକିଛି ମୁକ୍ତ ହୋଇଯାଏ । ଗତି ମୁକ୍ତି ମୋଖ୍ୟ ପ୍ରାପ୍ତ ହୋଇଥାଏ । ତେଣୁ ମକର ସଂକ୍ରାନ୍ତି ଭଳି ଏକ ପବିତ୍ର ଦିନରେ, ସାଙ୍କେତିକ ଭାବେରେ ମକର ଗୁଡି ଉଡାଇବାର ଅର୍ତ ହେଉଛି, ନିଜର ଭାବନାକୁ ଓ ଚିନ୍ତନକୁ ଉଦ୍ଧ୍ୱର୍ଗାମୀ କରି ସଂସାର ଜଞ୍ଜାଳ ଭିତରେ ରହି ମଧ୍ୟ ଗୁଡି ପରି ନିଜର ଚିନ୍ତନକୁ ଉଡାଇ ପରଂବ୍ରହ୍ମ ପରମେଶ୍ୱର ପରମାତ୍ମାଙ୍କ ସହିତ ନିଜକୁ ଏକାକାର କରିବା ଓ ତାଙ୍କ ଚରଣରେ ନିଜକୁ ସମର୍ପଣ କରି, ନିଜ ଜୀବନର ଜଞ୍ଜାଳ, କର୍ତ୍ତବ୍ୟକୁ ଶୃଙ୍ଖଳିତ ଭାବରେ ସମ୍ପାଦନ କରିବା ।   

     

    Maximum 500 characters

    ବିଶେଷ View all

    Find Us on Facebook