Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ଏମିତି ତିଆରି କରନ୍ତୁ ମକର ଚାଉଳ, ପାଟିରୁ ଛାଡିବନି

    Share on :
    ajab-Image
    Date: Jan 11, 2022    Views: 3104

    ଭୁବନେଶ୍ୱର: ଅସନ୍ତା ଜାନୁୟାରୀ ୧୪ତାରିଖରେ ମକର ସଂକ୍ରାନ୍ତି ପର୍ବ ପଡୁଅଛି । ଏହି ପର୍ବ ହେଉଛି ସ୍ନେହ, ପ୍ରେମ, ପ୍ରୀତି, ଶାନ୍ତି ଓ ମୈତ୍ରୀର ପର୍ବ ।  ଏହି ଦିନ ଓଡିଶାରେ ପ୍ରତ୍ୟେକ ଘରେ ମକର ଚାଉଳ ପ୍ରସ୍ତୁତ କରାଯିବା ସହ ପିଠା ପଣାର ଆସର ଜମିଥାଏ । ମକର ଚାଉଳ ବିନା ମକର ସଂକ୍ରାନ୍ତି ଅଧୁରା । ମାର୍ଗଶୀର ମାସ ପରେ, ଯେଉଁ ନୂଆ ଧାନ ବିଲରୁ ଅମଳ ହୋଇ ଆସିଥାଏ, ସେହି ନୂଆ ଧାନରୁ ପ୍ରସ୍ତୁତ ଅରୁଆ ଚାଉଳ, ନୂଆ ଆଖୁରୁ ପ୍ରସ୍ତୁତ ନୂଆ ଗୁଡ ଓ ବିଭିନ୍ନ ପ୍ରକାର ଫଳ ପାକାଯାଇ ତିଆରି ହୁଏ ମକର ଚାଉଳ । ଏହି ମକର ଚାଉଲ ଶ୍ରୀମନ୍ଦିରରେ ଓ ପ୍ରତ୍ୟେକ ଘରେ ଠାକୁରଙ୍କୁ ଭୋଗ ଲଗାଯାଏ । ତେବେ ଆସନ୍ତୁ ଜାଣିବା କିପରି ତିଆରି ହୁଏ ମକର ଚାଉଳ,


    ସାମଗ୍ରୀ: ନୂଆ ଅରୁଆ ଚାଉଳ ଦରଛେଚା, ନଡିଆ କୋରା, ପାଚିଲା କଦଳୀ, ଗୁଡ, ଚିନି, ଗୁଜୁରାତି ଓ ମରିଚ ଗୁଣ୍ଡ, ଛେନା, ଅଳ୍ପ ଅଦା କୋରା, କ୍ଷୀର, ଦହି, ସେଓ, ଅଙ୍ଗୁର, ବେଦେନା,ଅଳ୍ପ ଲୁଣ, ଘିଅ ।


    ପ୍ରସ୍ତୁତି: ପ୍ରଥମେ ଏକ ପାତ୍ରରେ ଦର ଛେଚା ଅରୁଆ ଚାଉଳ ନିଅନ୍ତୁ । ସେଥିରେ ଅଳ୍ପ ଗୁଡ ପକାନ୍ତୁ , କିଛି ଚିନି ପକାନ୍ତୁ, ନଡିଆ କୋରା  ଓ ଘିଅ ପକାଇ ଭଳଭାବେ ଗୋଳାଇ ଦିଅନ୍ତୁ । ଏହାପରେ କୋରା ଅଦା, ଛେନା, କ୍ଷିର ପକାଇ ମିଶାଇ ଦିଅନ୍ତୁ । ଏହାପରେ କାଟିକି ରଖିଥିବା ଫଳ, ମରିଚ, ଗୁଜୁରାତି ଗୁଣ୍ଡ ଓ ଅଳ୍ପ ଲୁଣ ପକାଇ ଭଲ ଭାବେ ମିଶାଇ ଦିଅନ୍ତୁ । ଉପରେ ବେଦେନା ପକାଇ ଦିଅନ୍ତୁ । ପ୍ରସ୍ତୁତ ହୋଇଗଲା ସୁଆଦିଆ ମକର ଚାଉଳ । 

    Maximum 500 characters

    ବିଶେଷ View all

    Find Us on Facebook