Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ମକର ସଂକ୍ରାନ୍ତିଠାରୁ ଏହି ୫ଟି ରାଶିର ଭାଗ୍ୟ ଖୋଲିବ

    Share on :
    ajab-Image
    Date: Jan 11, 2022    Views: 2539

    ଭୁବନେଶ୍ୱର: ଓଡିଶାରେ ୧୨ମାସରେ ୧୩ ପର୍ବ ପାଳନ କରାଯାଏ । ସେଗୁଡିକ ମଧ୍ୟରୁ ମକର ସଂକ୍ରାନ୍ତି ଅନ୍ୟତମ । ହିନ୍ଦୁ ଧର୍ମରେ ମକର ସଂକ୍ରାନ୍ତି ପର୍ବ, ଅନେକ ଗୁରୁତ୍ୱ ବହନ କରେ । ଏହି ଦିନ ସୂର୍ଯ୍ୟ ଧନୁ ରାଶିରୁ ମକର ରାଶିକୁ ଚଳନ କରନ୍ତି । ଆସନ୍ତା ଜାନୁୟାରୀ ୧୪ତାରିଖରେ  ପବିତ୍ର ମକର ସଂକ୍ରାନ୍ତ ପଡୁଛି । ସୂର୍ଯ୍ୟଦେବ ଧନୁ ରାଶିରୁ ମକର ରାଶିକୁ ଯିବା ଦ୍ୱାରା ରାଶି ଚକ୍ରରେ ଏକ ବିରାଟ ପରିବର୍ତ୍ତନ ହେବ । 
    ପ୍ରତ୍ୟେକ ବ୍ୟକ୍ତି ଧନୀ ହେବାକୁ ଚାହିଁଥାନ୍ତି । କିନ୍ତୁ ଗ୍ରହମାନଙ୍କର ଚଳନ ଉପରେ ହିଁ ଭାଗ୍ୟର ଭବିଷ୍ୟତ ନିର୍ଭର କରିଥାଏ । ରାଶି ମାନଙ୍କର ଭାଗ୍ୟ, ଗ୍ରହର ଚଳନ ଉପରେ ହିଁ ନିର୍ଭର କରିଥାଏ । ଯଦି କୌଣସି ବ୍ୟକ୍ତିର ଗ୍ରହମାନଙ୍କର ସଠିକ୍ ଚଳନ ହୋଇଥାଏ, ତେବେ ସେହି ବ୍ୟକ୍ତି କମ୍ ପରିଶ୍ରମ କରି ମଧ୍ୟ ଭଲ ଫଳ ପ୍ରାପ୍ତ କରିଥାଏ ବୋଲି କୁହାଯାଏ ।
    ତେବେ ଏହି ମକର ସଂକ୍ରାନ୍ତି ଠାରୁ ରାଶିଚକ୍ରର ୧୨ଗୋଟି ରାଶିରୁ ୫ଟି ରାଶିର ବ୍ୟକ୍ତିଙ୍କ ଭାଗ୍ୟ ପରିବର୍ତ୍ତନ ହେବ ଓ ସେମାନଙ୍କ ଉପରେ ସୂର୍ଯ୍ୟଦେବ ଓ ମା’ଲକ୍ଷ୍ମୀଙ୍କ ବିଶେଷ କୃପା ଦୃଷ୍ଟି ପଡିବ । ତେବେ ଆସନ୍ତୁ ଜାଣିବା ସେହି ୫ଟି ଭାଗ୍ରଶାଳୀ ରାଶି ବିଷୟରେ ।
    -ବୃଷ ରାଶି: ଏହି ମକର ସଂକ୍ରାନ୍ତି ଠାରୁ ବୃଷ ରାଶିର ଲୋକଙ୍କ ଭବିଷ୍ୟତରେ ରାଜଯୋଗ ସମ୍ଭାବନା ରହିଛି । ଏମାନଙ୍କ ଭାଗ୍ୟ ପରିବର୍ତ୍ତନ ହେବ । କୌଣସି ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବ । ନୂତନ କାର୍ଯ୍ୟ କରିବା ପାଇଁ ନୂଆ ସୁଯୋଗ ପ୍ରାପ୍ତ ହେବ । ଏହି ରାଶିର ବ୍ୟକ୍ତି ମାନେ ନୂତନ ବନ୍ଧୁ ବନାଇବେ । ମିତ୍ର ମାନଙ୍କ ସଂପୂର୍ଣ୍ଣ ସହଯୋଗ ପ୍ରାପ୍ତ ହେବ । ବ୍ୟାପାର ବାଣିଜ୍ୟ କ୍ଷେତ୍ରରେ ଲାଭପ୍ରାପ୍ତ ହେବ ଓ ଧନ ଲାଭ ହେବ ।
    -କର୍କଟ ରାଶି: ଏହି ରାଶିର ବ୍ୟକ୍ତିମାନଙ୍କର ମକର ସଂକ୍ରାନ୍ତି ଠାରୁ ଦାମ୍ପତ୍ୟ ଜୀବନ ସୁଖମୟ ହେବ । ପାରିବାରିକ ସମସ୍ୟା ଦୂର ହେବ । ଜୀବନସାଥିଙ୍କ ସହ ସମୟ ଅତିବାହିତ କରିବେ । ଭାଗ୍ୟ ଖୋଲିଯିବ । ଅଚାନକ୍ କୌଣସି ଖୁସି ଖବର ମିଳିବ । ପ୍ରଗତି ଆଡକୁ ଅଗ୍ରସର ହେବେ । ଆସନ୍ତା ସମୟରେ ଏହି ରାଶିର ବ୍ୟକ୍ତିଙ୍କୁ ଆକସ୍ମିକ ଧନ ଲାଭର ସମ୍ଭାବନା ମଧ୍ୟ ରହିଛି । 
    -ସିଂହ ରାଶି: ମକର ସଂକ୍ରାନ୍ତି ପର ଠାରୁ ଏହି ରାଶିଙ୍କ ଜୀବନରେ ଶୁଭ ସମୟ ଆସିବ । ନୂଆ କାର୍ଯ୍ୟ ଆରମ୍ଭ କଲେ ସଫଳ ହେବେ । ମା’ଲକ୍ଷ୍ମୀଙ୍କ କୃପା ଦୃଷ୍ଟିରୁ ଆର୍ଥିକ ସମସ୍ୟା ରହିବ ନାହିଁ । ସଫଳତା ହାସଲ କରିବେ । ବେପାରରେ ଲାଭ ପାଇବେ । ମାନ ସମ୍ମାନ ବୃଦ୍ଧି ହେବ ।
    -ତୁଳା ରାଶି: ଏହି ରାଶିର ବ୍ୟକ୍ତି ମାନଙ୍କ ଭାଗ୍ୟ ସଂପୂର୍ଣ୍ଣ ସହଯୋଗ କରିବ । ନିଜ ଭାଗ୍ୟ ବଳରେ  ଏମାନେ ସଫଳତା ହାସଲ କରିବେ । ନୂଆ କାର୍ଯ୍ୟ ଆରମ୍ଭ କଲେ, ସେଥିରେ ଉନ୍ନତି ମିଳିବ । ଧନର ଅଭାବ ରହିବ ନାହିଁ । ଜୀବନରେ ସୁଖଶାନ୍ତି ପ୍ରତିଷ୍ଠା ହେବ । 
    -ମକର ରାଶି: ଏହି ରାଶିର ବ୍ୟକ୍ତି ଖୁବ ଶୀଘ୍ର ମାଲାମାଲ ହେବାକୁ ଯାଉଛନ୍ତି । ଏମାନଙ୍କ ଜୀବନରେ ଥିବା ସମସ୍ତ ସମସ୍ୟାର ସମାଧାନ ହୋଇଯିବ । ମା’ଲକ୍ଷ୍ମୀ ଓ ଧନର ଦେବତା କୁବେରଙ୍କ କୃପାରୁ ମକର ସଂକ୍ରାନ୍ତି ଠାରୁ ଏହି ରାଶିର ଲୋକମାନଙ୍କ ଜୀବନରେ ଧନର ଆଗମନ ହେବ । 

    Maximum 500 characters

    ବିଶେଷ View all

    Find Us on Facebook