ଭୁବନେଶ୍ୱର: ଓଡିଶାରେ ୧୨ମାସରେ ୧୩ ପର୍ବ ପାଳନ କରାଯାଏ । ସେଗୁଡିକ ମଧ୍ୟରୁ ମକର ସଂକ୍ରାନ୍ତି ଅନ୍ୟତମ । ହିନ୍ଦୁ ଧର୍ମରେ ମକର ସଂକ୍ରାନ୍ତି ପର୍ବ, ଅନେକ ଗୁରୁତ୍ୱ ବହନ କରେ । ଏହି ଦିନ ସୂର୍ଯ୍ୟ, ମକର ରାଶିରେ ପ୍ରବେଶ କରିଥାନ୍ତି ଓ ଆଗାମୀ ସଂକ୍ରାନ୍ତି ପର୍ଯ୍ୟନ୍ତ ୧ମାସ ସୂର୍ଯ୍ୟ ମକର ରାଶିରେ ଅବସ୍ଥାନ କରନ୍ତି । ଏହି ସମୟରେ ସ୍ୱର୍ଯ୍ୟଙ୍କ ଉତ୍ତରାୟଣ ଗତି ଆରମ୍ଭ ହୁଏ । ଏହା ଅତ୍ୟନ୍ତ ଶୁଭ ସମୟ ହୋଇଥାଏ । ଏହି ସମୟରୁ ସମସ୍ତ ଶୁଭ କାର୍ଯ୍ୟ ଆରମ୍ଭ ହୋଇଥାଏ । ମକର ସଂକ୍ରାନ୍ତି ଦିନ ସ୍ନାନ ଓ ଦାନ ପୂର୍ଣ୍ଣ୍ୟର ଅନେକ ମହତ୍ତ୍ୱ ରହିଥାଏ । ଏହି ଦିନ ଦାନ କଲେ ଅତ୍ୟନ୍ତ ଶୁଭଫଳ ମିଳିଥାଏ । ତେବେ ଆସନ୍ତୁ ଜାଣିବା ଏହି ଦିନ କେଉଁ ଜିନିଷ ଦାନ କରିବା ଦ୍ୱାରା ସୁଖ ସମୃଦ୍ଧି ଓ ଧନର ଆଗମନ ହୋଇଥାଏ ।
-ମକର ସଂକ୍ରାନ୍ତି ଦିନ ରାଶି ଦାନ କରିବାର ଅନେକ ମହତ୍ତ୍ୱ ରହିଛି । ଏହି ଦିନ ବ୍ରାହ୍ମଣଙ୍କୁ ରାଶିରେ ତିଆରି ଜିନିଷ ଦାନ କରିବା ଦ୍ୱାରା ଅନେକ ପୂଣ୍ର୍ଣ୍ୟଫଳ ମିଳିଥାଏ। ଏହାବ୍ୟତୀତ ଏହି ଦିନ ଭଗବାନ ବିଷ୍ଣୁ ସୂର୍ଯ୍ୟ ଓ ଶନି ଦେବଙ୍କ ପୂଜା କରାଯାଇଥାଏ । ତେଣୁ କଳା ରାଶୀ ଦାନ କରିବା ଦ୍ୱାରା ଶନିଦଶା ମଧ୍ୟ କଟିଥାଏ ।
-ମକର ସଂକ୍ରାନ୍ତି ଦିନ ଗରିବଙ୍କୁ କମ୍ବଳ ଦାନ କରିବା ଉଚିତ୍ । ଏହି ଦିନ କମ୍ବଳ ଦାନ କରିବା ଅତ୍ୟନ୍ତ ଶୁଭ ହୋଇଥାଏ । ମାନ୍ୟତା ଅନୁସାରେ କମ୍ବଳ ଦାନ କରିବା ଦ୍ୱାରା ରାହୁଙ୍କ ଅଶୁଭ ପ୍ରଭାବ ଦୂର ହୋଇଥାଏ ।
-ଏହି ଦିନ ଖେଚୁଡି ଦାନ କରିବା ଦ୍ୱାରା ଅତ୍ୟନ୍ତ ଶୁଭଫଳ ମିଳିଥାଏ । କୌଣସି ଗରିବ ବ୍ୟକ୍ତିଙ୍କୁ ଏହି ଦିନ ବିରି ଦାନ କରିବା ଦ୍ୱାରା ଘରେ ସୁଖ ଶାନ୍ତି ବୃଦ୍ଧି ପାଇଥାଏ ।
-ଏହା ସହିତ ମାନ୍ୟତା ଅନୁସାରେ ମକର ସଂକ୍ରାନ୍ତି ଦିନ ଘିଅ ଦାନ କରିବା ଦ୍ୱାରା ଗୃହରେ ଧନରେ ଆଗମନ ହୋଇଥାଏ ବୋଲି ବିଶ୍ୱାସ ରହିଛି ।
Comments ସମସ୍ତ ମତାମତ