ମୁଖ୍ୟ ଖବର
ସଡକ-୨ରେ ମୁଖ୍ୟ ନାୟକ ଭାବେ ସୁଶାନ୍ତ ସିଂହ ରାଜପୁତଙ୍କୁ କେବେ ବି ନେବାକୁ ଯୋଜନା ହୋଇନଥିଲା । ଓଲଟା ସୁଶାନ୍ତ ନିଜେ ମହେଶ ଭଟ୍ଟଙ୍କ ସହ କାମ କରିବାକୁ ଓ ସଡକ-୨ ଚଳଚ୍ଚିତ୍ରରେ ଏକ ଅଂଶ ହେବାକୁ ଆଗ୍ରହ ପ୍ରକାଶ କରିଥିଲେ । ସୁଶାନ୍ତଙ୍କ ଆତ୍ମହତ୍ୟା ମାମଲାର ଜେରା ସମୟରେ ମୁମ୍ବାଇ ପୁଲିସ ଆଗରେ ଏହି ବୟାନ ଦେଇଛନ୍ତି ମହେଶ ଭଟ୍ଟ । ମହେଶ ଆହୁରି କହିଛନ୍ତି, ଏହି ଚଳଚ୍ଚିତ୍ର ‘ସଡକ’ ଚଳଚ୍ଚିତ୍ରର ସିକ୍ୱେଲ ହୋଇଥିବାରୁ ମୁଖ୍ୟ ଭୂମିକାରେ ସଞ୍ଜୟ ଦତ୍ତଙ୍କୁ ହିଁ ନିଆଯିବାର ଯୋଜନା ରହିଥିଲା । ସୁଶାନ୍ତଙ୍କ ସହ ମୋର ମାତ୍ର ୨ ଥର ସାକ୍ଷାତ ହୋଇଛି । ୨୦୧୮ ରେ ପ୍ରଥମ ଥର ଯେବେ ସୁଶାନ୍ତ ମତେ ଦେଖା କରିବାକୁ ଆସିଥିଲେ ଓ ଦ୍ୱିତୀୟ ଥର ଗତ ଫେବୃୟାରୀରେ ସୁଶାନ୍ତ ଅସୁସ୍ଥ ଥିବା ବେଳେ ମୁଁ ତାଙ୍କୁ ଦେଖା କରିବାକୁ ଯାଇଥିଲି । ତେବେ ଆମ କାମକୁ ନେଇ କିମ୍ବା ଚଳଚ୍ଚିତ୍ର ବିଷୟରେ ଆମ ଭିତରେ କେବେ ବି କିଛି ଆଲୋଚନା ହୋଇନାହିଁ । ପ୍ରକାଶ ଥାଉ କି ଏହା ପୂର୍ବରୁ ମୁମ୍ବାଇ ପୁଲିସ ସଞ୍ଜୟ ଲୀଳା ଭଂସାଲୀ, ଆଦିତ୍ୟ ଚୋପ୍ରା ଓ କଙ୍ଗନା ରାଣାୱତଙ୍କ ବୟାନ ରେକର୍ଡ କରିସାରିଛି ।
Comments ସମସ୍ତ ମତାମତ