Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଫ୍ୟାନ୍ସଙ୍କ ପାଇଁ ଖୁସି ଖବର, ପୁଣି ଆଇପିଏଲ ଖେଳିବେ ଧୋନି

    Share on :
    ajab-Image
    Date: May 30, 2023    Views: 4290

    ନୂଆଦିଲ୍ଲୀ : ଆଇପିଏଲରୁ ଅବସର ନେବେ ନାହିଁ ମହେନ୍ଦ୍ର ସିଂ ଧୋନି । ଆଗକୁ ୨୦୨୪ ଆଇପିଏଲ ଖେଳିବା ନେଇ ସଙ୍କେତ ଦେଇଛନ୍ତି କ୍ୟାପଟେନ କୁଲ । ଷଷ୍ଠଥର ଟ୍ରଫି ହାତେଇବା ଲକ୍ଷ୍ୟରେ ଆସନ୍ତା ବର୍ଷ ପଡିଆକୁ ଓହ୍ଲାଇବେ ବୋଲି ଧୋନି କହିଛନ୍ତି । ଯଦିଓ ବୟସ ଓ ଫିଟନେସ ପାଇଁ ତାଙ୍କ ପକ୍ଷେ ଖେଳ ଜାରି ରଖିବା ସହଜ ନୁହେଁ, କିନ୍ତୁ ଫ୍ୟାନ୍‌ମାନଙ୍କ ପାଇଁ ସେ ଆଉ ଗୋଟିଏ ସିଜିନ ଖେଳିବେ ବୋଲି ଧୋନି ଗ୍ରୀନ ସିଗନାଲ ଦେଇଛନ୍ତି ।

    ପୂର୍ବରୁ ୨୦୨୩ ଆଇପିଏଲ ଧୋନିଙ୍କ ଶେଷ ଆଇପିଏଲ ବୋଲି ଚର୍ଚ୍ଚା ହେଉଥିଲା । ଏବେ ସବୁ ଚର୍ଚ୍ଚାରେ ପୂର୍ଣ୍ଣଛେଦ ଟାଣିଛନ୍ତି ଧୋନି । ଗତକାଲି ଆଇପିଏଲ ୨୦୨୩ ର ବିଜୟ ମୁକୁଟ ପିନ୍ଧିଲା ଚେନ୍ନାଇ । ମହେନ୍ଦ୍ର ସିଂହ ଧୋନିଙ୍କ ଆଇପିଏଲ ଟ୍ରଫି ଜିତିବା ସ୍ୱପ୍ନ ସାକାର ହୋଇଛି । ଗତଥରର ବିଜେତା ଗୁଜରାଟ ଟାଇଟନ୍ସକୁ ୫ ଓ୍ଵିକେଟରେ ପରାସ୍ତ କରି ଟ୍ରଫି ହାସଲ କରିଛି । ପୂର୍ବରୁ ଚେନ୍ନାଇ ୨୦୧୦, ୨୦୧୧, ୨୦୧୮ ଓ ୨୦୨୧ରେ ଆଇପିଏଲ ବିଜେତା ହୋଇଥିଲା ।

    Maximum 500 characters

    ଖେଳ ଖବର View all

    Find Us on Facebook