ମୁଖ୍ୟ ଖବର
ନୂଆଦିଲ୍ଲୀ: ଜାତିର ଜନକ, ଅହିଂସାର ମାର୍ଗଦର୍ଶକ, ଭାରତକୁ ସ୍ୱାଧନତା ଦେଇଥିବା ମହାନ୍ ଆତ୍ମା ମହାତ୍ମା ଗାନ୍ଧୀଙ୍କ ୭୮ତମ ତିରୋଧାନ ଦିବସ । ୧୯୪୮ ମସିହା ଆଜିର ଦିନରେ ବାପୁଙ୍କୁ ଗୁଳି ମାରିଥିଲେ ନାଥୁମାର ଗଡସେ । ମହାତ୍ମା ଗାନ୍ଧୀଙ୍କ ପୂଣ୍ୟତିଥିରେ ତାଙ୍କୁ ରାଜଘାଟରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ପ୍ରଧାନମନ୍ତ୍ରୀଙ୍କ ସମେତ ବିଶିଷ୍ଟ ବ୍ୟକ୍ତି ।
ଜାନୁଆରୀ ୩୦ ତାରିଖ ଭାରତୀୟ ଇତିହାସରେ ଏକ ଏପରି ତାରିଖ ଯାହା ଦୁଃଖ, ଆତ୍ମନିରୀକ୍ଷଣ ଏବଂ ଚେତାବନୀର ପ୍ରତୀକ ପାଲଟିଛି । ୧୯୪୮ ମସିହା ଆଜିର ଦିନରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ନୂଆଦିଲ୍ଲୀର ବିର୍ଲା ହାଉସର ଗୁଳି କରି ହତ୍ୟା କରାଯାଇଥିଲା । ସେହି ବିର୍ଲା ହାଉସକୁ ବର୍ତ୍ତମାନ ଗାନ୍ଧୀ ସ୍ମୃତି ଭାବରେ ଜଣାଶୁଣା, ଏକ ସ୍ମାରକୀ-ସଂଗ୍ରହାଳୟ ଯେଉଁଠାରେ କାନ୍ଥଗୁଡ଼ିକ କେବଳ ଇଟା ଏବଂ ପଥର ନୁହେଁ, ବରଂ ସ୍ୱାଧୀନତା ଆନ୍ଦୋଳନ, ବିଭାଜନର ଯନ୍ତ୍ରଣା, ନୈତିକ ସାହସ ଏବଂ ଅସହିଷ୍ଣୁତାର ବିପଦର କାହାଣୀ କହୁଛି । ମହାତ୍ମା ଗାନ୍ଧୀଙ୍କୁ ପୂଣ୍ୟ ତିଥିରେ ମନେ ପଡନ୍ତି ବାପୁ ।
Comments ସମସ୍ତ ମତାମତ