ମୁଖ୍ୟ ଖବର
କେନ୍ଦ୍ରାପଡ଼ା: ଜାତିର ଜନକ ମହାତ୍ମା ଗାନ୍ଧୀ ଯାହାଙ୍କର ନୀତି ଆଦର୍ଶ ସତ୍ୟ, ଅହିଂସା ଓ ଶାନ୍ତି ଉପରେ ଆଧାରିତ ଯାହାଙ୍କର ଦର୍ଶନକୁ କେବଳ ଭାରତ ବର୍ଷ ନୁହେଁ ସମଗ୍ର ବିଶ୍ୱ ସମ୍ମାନ ଦେଇଥାଏ । କିନ୍ତୁ ଦୁଃଖ ଓ ପରିତାପର ବିଷୟ ମହାମାନବ ମହାତ୍ମା ଗାନ୍ଧୀଙ୍କର ୧୯୩୪ ମସିହା ମେ ମାସ ୩୦ତାରିଖ ହରିଜନ ପଦଯାତ୍ରାର ୮୯ବର୍ଷ ପୂର୍ତ୍ତି ଉପଲକ୍ଷେ ସଂଗ୍ରାମୀ ମାଟି ଇନ୍ଦୁପୁର ଠାରେ ପୂର୍ଣ୍ଣର୍ ଅବୟବ ପ୍ରତିମୂର୍ତ୍ତି ଅନାବରଣ କାର୍ଯ୍ୟକ୍ରମ ଚାଲିଥିବା ସମୟରେ ଗାନ୍ଧୀ ବିରୋଧି ଶ୍ଲୋଗାନ ଦେଇ ମଞ୍ଚାସୀନଅତିଥିଙ୍କ ଉପରକୁ ଅଣ୍ଡାମାଡ କରିବା ଦୁର୍ଭାଗ୍ୟଜନକ ।
ମୁଖ୍ୟ ଅତିଥି ତଥା ବିଧାୟକ ଶଶୀ ଭୂଷଣ ବେହେରା କେନ୍ଦ୍ରାପଡା ମାଟିରେ ଗାନ୍ଧୀଙ୍କ ଆଦର୍ଶ ଓ ଉତ୍କଳମଣି ଗୋପାବନ୍ଧୁ ଦର୍ଶନକୁ ଉଜ୍ଜୀବିତ ରଖିବାର ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଯୁବ ବର୍ଗ ଓ ଆଗାମୀ ଭବିଷ୍ୟତ ଛାତ୍ରଛାତ୍ରୀମାନଙ୍କୁ ପ୍ରେରଣା ଦବାର ପ୍ରୟାସ ରଖୁଥିବା ବେଳେ ତାଙ୍କ ପ୍ରତି ଦୁର୍ବ୍ୟବହାର ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ ଅଟେ । ଏହାକୁ ଜାତି, ଧର୍ମ, ବର୍ଣ୍ଣ ଓ ରାଜନୈତିକ ଦଳ ନିର୍ବିଶେଷରେ ବିଭିନ୍ନ ବୁଦ୍ଧିଜୀବୀ ମହଲରୁ ତୀବ୍ର ନିନ୍ଦା କରୁଛନ୍ତି । ଏହା ସଂସ୍କୃତି ସମ୍ପନ୍ନ ଐତିହାସିକ ସଂଗ୍ରାମୀ ଭୂମି ପ୍ରତି ଏକ ବିରାଟ ଅପମାନ ଅଟେ । ଏହି ଅଶାଳୀନ କାର୍ଯ୍ୟକ୍ରମକୁ ସମଗ୍ର କେନ୍ଦ୍ରାପଡା ଜିଲ୍ଲାର ବୁଦ୍ଧିଜୀବୀ ଓ ସାମାଜିକକର୍ମୀ ଏବଂ ଗାନ୍ଧୀ ଦର୍ଶନରେ ଅନୁପ୍ରାଣିତ ବରିଷ୍ଠ ନାଗରୀକମାନେ ଘୋର ନିନ୍ଦା କରିବା ସହ ଭବିଷ୍ୟତରେ ଏପରି କାର୍ଯ୍ୟରୁ ନିବୃତ୍ତ ରହିବା ସହ ଆଗାମୀ ଯୁବ ପିଢିମାନଙ୍କୁ ହିଂସା ଠାରୁ ଦୁରେଇ ଯାଇ ଗାନ୍ଧୀ ଆଦର୍ଶରେ ଅନୁପ୍ରାଣିତ ହେବାପାଇଁ ଅନୁରୋଧ କରିଛନ୍ତି ।
ଇନ୍ଦୁପୁର ସରପଞ୍ଚ ପ୍ରଦୀପ ରଞ୍ଜନ ସୂତାର,ବରିଷ୍ଠ ଡାକ୍ତର ବିରଞ୍ôଚନାରାୟଣ ଜଗଦେବ, ପ୍ରଦୀପ ଦାସ, ବିଶ୍ୱାଜିତ ବିଶ୍ୱରାଜ, ନୀଳମାଧବ ପତି, ପ୍ରମୋଦ ପତି, ରାଜେନ୍ଦ୍ର ସେଠୀ, ବିଜନ କୁମାର ମଲ୍ଲ, ବ୍ରଜ କିଶୋର ପତି, ପ୍ରଶାନ୍ତ କୁମାର ମଲ୍ଲିକ, ଦୁଶ୍ମନ୍ତ ମଲ୍ଲିକ, ସର୍ବେଶ୍ୱର ବେହେରା, ଶାନ୍ତିଲତା ମଲ୍ଲିକ, ଲକ୍ଷ୍ମୀପ୍ରିୟା ମଲ୍ଲିକ, ଧିରେନ କୁମାର ସେଠୀ, ମିନତୀ ଜେନା ଓ ବହୁ ବୁଦ୍ଧିଜୀବୀମାନେ ଏହି ଅଣ୍ଡାମାଡକୁ ତୀବ୍ର ନିନ୍ଦା କରିଛନ୍ତି ।
Comments ସମସ୍ତ ମତାମତ