Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ସିନେମା

ମୁଖ୍ୟ ଖବର

    ଜାତିର ପିତା ମହାତ୍ମା ଗାନ୍ଧୀ ଏବଂ ଭାରତର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀ

    Share on :
    ajab-Image
    Date: Oct 2, 2023    Views: 3213

    ଅକ୍ଟୋବର ୨ ଭାରତୀୟମାନଙ୍କ ପାଇଁ ଏକ ସ୍ମରଣୀୟ ଦିନ । ଏହି ଦିନ ଭାରତବର୍ଷରେ ଜନ୍ମଗ୍ରହଣ କରିଥିଲେ ଦୁଇ ମହାନ ନେତା ।  ଜାତିର ପିତା ମହାତ୍ମା ଗାନ୍ଧୀ ଏବଂ ଭାରତର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀ ।  ଜାତିର ପିତା ମହାତ୍ମା ଗାନ୍ଧୀ ୧୮୬୯ ମସିହାର ଆଜିର ଦିନରେ ଗୁଜୁରାଟର ପୋରବନ୍ଦରରେ ଜନ୍ମଗ୍ରହଣ କରିଥିଲେ । ମହାତ୍ମା ଗାନ୍ଧୀ ଥିଲେ ସତ୍ୟ, ଅହିଂସା ଓ ଶାନ୍ତିର ମୂର୍ତ୍ତିମନ୍ତ ପ୍ରତୀକ । ଲକ୍ଷ ଲକ୍ଷ ଲୋକଙ୍କୁ ଅହିଂସା ମହାମନ୍ତ୍ରରେ ଅନୁପ୍ରାଣିତ କରାଇ ସ୍ୱାଧୀନତା ସଂଗ୍ରାମରେ ଲିପ୍ତ କରାଇବା ହେଉଛି ମହାତ୍ମା ଗାନ୍ଧୀଙ୍କ ଚରିତ୍ରର ବୈଶିଷ୍ଟ୍ୟ । ମୁଠାଏ ଲୁଣକୁ ଗୋଟିଏ ଜାତିର ସ୍ୱାଭିମାନର ପ୍ରତୀକ ବୋଲି ଚିହ୍ନାଇ ଦେବା ସହ ବିନା ଅସ୍ତ୍ର ଓ ରକ୍ତପାତରେ ନିଜର ଅଧିକାର ହାସଲ କରିବାର ବାଟ ବତାଇଥିଲେ । ଦକ୍ଷିଣ ଅଫ୍ରିକାର କଳା ଗୋରା ଭେଦଭାବ ବିରୋଧରେ ହେଉ କି ଭାରତର ସ୍ୱାଧୀନତା ସଂଗ୍ରାମ ସବୁଠି ତାଙ୍କ ସତ୍ୟ ଓ ଅହିଂସା ଆଗରେ ପ୍ରତିପକ୍ଷ ଗର୍ବ ଓ ଦମ୍ଭ ହାର ମାନିଥିଲା । ମହାତ୍ମା ଗାନ୍ଧୀ କେବଳ ଭାରତ ଇତିହାସରେ ନୁହେଁ ସମଗ୍ର ବିଶ୍ୱରେ ଜଣେ ମହାମାନବଭାବେ ସୁପରିଚିତ । ଭାରତୀୟ ରାଜନୀତିରେ ମହାତ୍ମା ଗାନ୍ଧୀଙ୍କ ପ୍ରବେଶ ଭାରତର ମୁକ୍ତି ସଂଗ୍ରାମକୁ ଏକ ନୂଆମୋଡ଼ ଦେଇଥିଲା । ଏହି ସଂଗ୍ରାମ ସମୟରେ ସେ ସତ୍ୟ ଓ ଅହିଂସା ଉପରେ ଆଧାରିତ ଏକ ନୂତନ ଅସ୍ତ୍ର ସତ୍ୟାଗ୍ରହ ପ୍ରବର୍ତ୍ତନ କରିଥିଲେ । ତାଙ୍କ ମୃତୁ୍ୟରେ ଶୋକପ୍ରକାଶ କରି ମିଳିତ ଜାତିସଂଘ କହିଥିଲା ଗାନ୍ଧୀ ହେଉଛନ୍ତି ଆଧୁନିକ ବିଶ୍ୱ ଶାନ୍ତିର ଦାର୍ଶନିକ । 
     ଆଇନ ପାଠ ସାରି ଦକ୍ଷିଣ ଆଫ୍ରିକାରେ ପେସାଦାର ଜୀବନ ଆରମ୍ଭ କରିବା ବେଳେ ହିଁ ମହାତ୍ମା ଗାନ୍ଧୀଙ୍କ ଭିତରେ ଥିବା ନେତୃତ୍ୱ ନେବା ଗୁଣ  ପ୍ରସ୍ଫୁଟିତ ହୋଇଥିଲା । ୧୯୧୫ରେ ଭାରତ ଫେରି ଦେଶରେ ହେଉଥିବା ଅନ୍ୟାୟ, ଅତ୍ୟାଚାର ଓ ନିର୍ଯାତନାକୁ ଦେଖି ଏହା ବିରୋଧରେ ଲଢେଇ ପାଇଁ ସେ ଦେଶବାସୀଙ୍କୁ ଏକାଠି କରିଥିଲେ । ୧୯୨୦ ଅସହଯୋଗ ଆନେ୍ଦାଳନ, ୧୯୩୦ର ଲବଣ ସତ୍ୟାଗ୍ରହ ଏବଂ ୧୯୪୨ ମସିହା ଭାରତଛାଡ଼ ଆନେ୍ଦାଳନ ସାରା ଦେଶ ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ଲଢିଥିଲା ।  ମହାତ୍ମା ଗାନ୍ଧୀଙ୍କ ଏହି ପ୍ରୟାସ ଯୋଗୁ ଇଂରେଜମାନଙ୍କୁ ହାର ମାନିବାକୁ ପଡ଼ିଥିଲା ଓ ୧୯୪୭ ଅଗଷ୍ଟ ୧୫ରେ ଆମ ଦେଶ ବ୍ରିଟିଶ ଶାସନରୁ ମୁକ୍ତ ହୋଇଥିଲା । ମହାତ୍ମା ଗାନ୍ଧୀ ଅହିଂସା ନୀତି ଆଗରେ ସେଦିନର ସାମ୍ରାଜ୍ୟବାଦୀ ବି୍ରଟିଶ ସେନାର ଶକ୍ତି ହାର ମାନିବାକୁ ବାଧ୍ୟ ହୋଇଥିଲା । ୧୯୪୭ ମସିହା ଜାନୁଆରୀ ୩୦ ତାରିଖରେ ନାଥୁରାମ ଗଡ଼ସେ ନାମକ ଜଣେ ଆତତାୟୀ ଗୁଳିରେ ସବୁଦିନ ପାଇଁ ଆଖି ବୁଜି ଦେଇଥିଲେ ମହାତ୍ମା ଗାନ୍ଧୀ । ସେହି ମହାପୁରୁଷଙ୍କ ସ୍ମତିରେ ଆଜି ସବୁଆଡେ଼ ତାଙ୍କର ଜୟନ୍ତୀ ପାଳନ କରାଯାଉଛି । ମହାତ୍ମା ଗାନ୍ଧୀଙ୍କ ଅହିଂସାର ମାର୍ଗକୁ ମନେ ପକାଇବା ପାଇଁ ପ୍ରତିବର୍ଷ ତାଙ୍କ ଜନ୍ମଦିନକୁ  ଅନ୍ତର୍ଜାତୀୟ ଅହିଂସା ଦିବସଭାବେ ପାଳନ କରାଯାଉଛି । ଗାନ୍ଧୀଙ୍କ ଦ୍ୱାରା ଦିଆଯାଇଥିବା ସତ୍ୟାଗ୍ରହ ଓ ଅହିଂସା ମାନବଜୀବନ ପାଇଁ ସବୁଠାରୁ ମୂଲ୍ୟବାନ ଉପହାର ଅଟେ । ବିଶିଷ୍ଟ ବୈଜ୍ଞାନିକ ଆଇନଷ୍ଟାଇନଙ୍କ ମତରେ ‘ଆଗାମୀ ବଂଶଧର କ୍ୱଚିତ ବିଶ୍ୱାସ କରିପାରନ୍ତି ଯେ ଏମିତି ଜଣେ ରକ୍ତମାଂସଧାରୀ ବ୍ୟକ୍ତି ପୃଥିବୀ ପୃଷ୍ଠରେ ପଦାର୍ପଣ କରିଥିଲେ’ ।
    ସେହିପରି ସ୍ୱାଧୀନ ଭାରତର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଥିଲେ ସ୍ୱର୍ଗତ ଲାଲବାହାଦୁର ଶାସ୍ତ୍ରୀ । ସେ ଉତ୍ତରପ୍ରଦେଶର ମୋଗଲସରାଇ ଠାରେ ୧୯୦୪ ମସିହା ଆଜିର ଦିନରେ ଜନ୍ମଗ୍ରହଣ କରିଥିଲେ । ପିଲାଟି ଦିନରୁ ଗାନ୍ଧିଜୀଙ୍କ ଜାତୀୟତା ପ୍ରେମରେ ସେ ଅନୁପ୍ରାଣିତ ହୋଇଥିଲେ । ୧୯୨୦ ମସିହାରେ ସେ ଭାରତର ସ୍ୱାଧୀନତା ସଂଗ୍ରାମ ଆନେ୍ଦାଳନରେ ଯୋଗଦେଇଥିଲେ । ସ୍ୱାଧୀନତା ପରେ ଯେତେବେଳେ କଂଗ୍ରେସ ଦଳ କ୍ଷମତାକୁ ଆସିଲା ସେତେବେଳେ ଲାଲ ବାହାଦୁରଙ୍କ ସରଳ ଅଥଚ ଦୃଢ ବ୍ୟକ୍ତିତ୍ୱ ସମସ୍ତଙ୍କ ନିକଟରେ ସୁପରିଚିତ ହୋଇସାରିିଥିଲା  ସ୍ୱୋଧୀନତା । ସେଥିପାଇଁ ସେ ପ୍ରଧାନମନ୍ତ୍ରୀ  ହେବା ପୂର୍ବରୁ ବହୁ ବଡ଼ ବଡ଼ ପଦବୀରେ ଅଧିଷ୍ଠିତ ହୋଇ ଆମ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ୍ ନେହେରୁଙ୍କ ମୃତୁ୍ୟ ପରେ ୧୯୬୪ ମସିହାରେ ଶାସ୍ତ୍ରିଜୀ ଭାରତର ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ । ସେ ୧୯୬୫ର ଭାରତ- ପାକିସ୍ଥାନ ଯୁଦ୍ଧ ସମୟରେ ଦେଶକୁ ସମ୍ଭାଳି ଥିଲେ  ଏବଂ ସେନାକୁ ସଠିକ୍ ମାର୍ଗଦର୍ଶନ ଦେଖାଇଥିଲେ । ୧୦ ଜାନୁଆରୀ ୧୯୬୬ରେ ତାସ୍କେଣ୍ଟ ଚୁକ୍ତିନାମା ସହିତ ଯୁଦ୍ଧ ଆନୁଷ୍ଠାନିକ ଭାବେ ଶେଷ ହୋଇଥିଲା । ପରଦିନ ଅର୍ଥାତ ୧୧ ତାରିଖରେ ତାସ୍କେଣ୍ଟଠାରେ ତାଙ୍କର ମୃତୁ୍ୟ ଘଟିଥିଲା । ତାଙ୍କ ସ୍କୋଗାନ ‘ଜୟ ଯବାନ ଏବଂ ଜୟ କିଶାନ’ ଆଜି ଆମ ଦେଶ ପାଇଁ ଅମର ହୋଇ ରହିଛି । ଆଜି ଏହି ଦୁଇ ମହାନ ଜନନାୟକଙ୍କ ଜନ୍ମଜୟନ୍ତୀ ଅବସରରେ ସାରାଦେଶ ସେମାନଙ୍କୁ ମନେପକାଇ ଶ୍ରଦ୍ଧ୍ରାଞ୍ଜଳି ଜଣାଉଛି । 

    Maximum 500 characters

    ସିନେମା View all

    Find Us on Facebook